ନବୀନଙ୍କୁ ଦୁର୍ବୃଦ୍ଧି ଦେଉଛି କିଏ ? ପଢ଼ନ୍ତୁ ଦାମ ଉବାଚ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ବିଜେଡିରୁ ବିଦା ହେଲା ପରେ ବରିଷ୍ଟନେତା ଦାମୋଦର ରାଉତ୍‌ ରୁକ୍ଷ ମୁଡ୍‌ରେ ଅଛନ୍ତି। ଆଗରୁ ଦଳ ବିରୋଧରେ ବର୍ଷୁଥିବା ଦାମୋଦର ରାଉତ୍‌ ଏବେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ନିଶାନା କରିଛନ୍ତି।  ଏଥିପାଇଁ ସେ ସୋଶାଲ ମିଡିଆକୁ ଅସ୍ତ୍ର କରିଛନ୍ତି। ନିଜ୍‌ ଫେସ୍‌ବୁକ୍‌ ଆକାଉଣ୍ଟରେ ବିଜେଡି ବିରୋଧରେ ଗୋଟିଏ ପରେ ଗୋଟିଏ ପୋଷ୍ଟ କରି ଦଳକୁ ଘାଇଲା କରୁଛନ୍ତି ଦାମ ।

ତାଙ୍କ ରୋକ୍‌ଠୋକ୍‌ ବାଣୀ ଓ ନିର୍ଭୀକତା ପାଇଁ ବିଭିନ୍ନ ମହଲରୁ ଦାମଙ୍କୁ ବିପୁଳ ସମର୍ଥନ ମିଳୁଛି। ପୂର୍ବରୁ ବିଜେଡିର ‘ଷଡ଼ଯନ୍ତ୍ରକାରୀ’ ନେତାଙ୍କ ଗୁମର ଖୋଲିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଦାମ । ଦଳରୁ ବହିଷ୍କାର ବେଳେ ତାଙ୍କ ଚାରା ଘୋଟାଲା ଅଭିଯୋଗକୁ ଅମୂଳକ କହି ମୁଖ୍ୟମନ୍ତ୍ରୀ ଯେଉଁ ତାଚ୍ଛଲ୍ୟ କରିଥିଲେ ତାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ଦାମ।

ସେ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଲେଖିଛନ୍ତି ଯେ,  “ମୁଁ ମନ୍ତ୍ରୀ ଥିଲା ବେଳେ  ଯାହା ସବୁ ଦୁର୍ନୀତିକୁ ସାମ୍ନାକୁ ଆସିଥିଲା।  ତା’ ଉପରେ ପଦକ୍ଷେପ ପାଇଁ ସୁପାରିସ କରିଥିଲି। ସେଥିରେ ସମ୍ପୃକ୍ତ ଥିବା ଅଫିସରଙ୍କୁ ବଦଳି ପାଇଁ ସୁପାରିସ ବି କରିଥିଲି।  ହେଲେ ସେ ସବୁ ସରକାରୀ ଫାଇଲରେ ଅଛି।  ମତେ ମନ୍ତ୍ରୀପଦରୁ ବାହାର କଲା ପରେ ସେ ସବୁ ଫାଇଲ ଚାପି ଦିଆଯାଇଛି।

” ମୁଁ ମନ୍ତ୍ରୀ ଭାବରେ ପଦ ଓ ଗୋପନୀୟତାର ଶପଥ ନେଇଥିବାରୁ ସେତେବେଳେ ପ୍ରେସ୍‌ ଆଗରେ ମୋର କହିବା ଉଚିତ୍‌ ନଥିଲା। ଏବେ ସେଇ କଥା ବିଧାୟକ ଭାବେ କହିଲି।  ବର୍ତ୍ତମାନର ମନ୍ତ୍ରୀ ଦୁର୍ନୀତି ହୋଇଥିବା କଥା ଲିଖିତ ଭାବେ ବିଧାନସଭାରେ ସ୍ୱୀକାର ବି କଲେ। ସେଇ କଥା ନବୀନ ବାବୁ  ଶୁଣି କହିଲେ ‘ହାସ୍ୟାସ୍ପଦ’। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ ଉପଦେଶ ଦେଉଥିବା ନେତାମାନଙ୍କୁ ଦାମ ରାଉତ୍‌ ତାଚ୍ଛଲ୍ୟଭରା ଢଙ୍ଗରେ ସମାଲୋଚନା କରିଛନ୍ତି। ଦାମ ଲେଖିଛନ୍ତି ଯେ,  ଧନ୍ୟ କହିବା ସେଇମାନଙ୍କୁ  ଯେଉଁମାନେ ତଥାକଥିତ ‘ଉପଦେଷ୍ଟା’ ସାଜି ନବୀନ ବାବୁଙ୍କୁ ଦୁର୍ବୁଦ୍ଧି ଦେଉଛନ୍ତି।

ଆହୁରି ପଢ଼ନ୍ତୁ

ବାତ୍ୟା ଗାଜା ପାଇଁ ଅଟକିଲା ଇସ୍ରୋର ସାଟେଲାଇଟ୍‌ ଲଞ୍ଚ !

ଏହି ରାଶିର ବ୍ୟକ୍ତି ଦାମୀ ପୋଷାକ ପିନ୍ଧିଥାନ୍ତି

ମହିଳାଙ୍କ ତୁଳନାରେ ପୁରୁଷଙ୍କ ମସ୍ତିଷ୍କ କେତେ ବଡ଼ ?

ଓଡ଼ିଆ ସାହିତ୍ୟକୁ ଡିଜିଟାଇଜ୍ କରି ଲୋକପ୍ରିୟ କରାଇବାକୁ ପ୍ରତିଷ୍ଠିତ ‘ଓଡ଼ିଆ ଭର୍ଚୁଆଲ ଏକାଡେମୀ’ ଉନ୍ମୋଚିତ

ଏଥର ପର୍ବପର୍ବାଣୀରେ ତିଆରି କରନ୍ତୁ ସେଓ ରାବିଡ଼ି

ବଧୂବେଶରେ ବିସ୍ଫୋରକ ବୟାନ: ରାକ୍ଷୀ କହିଲେ ବାରବର୍ଷ ପୂର୍ବେ ତନୁଶ୍ରୀ ମତେ ବାରମ୍ବାର ଦୁଷ୍କର୍ମ କରିଥିଲେ

ନ୍ୟାୟପାଳିକାର ଅଚଳାବସ୍ଥା ଦୂର ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ, ଅପିଲ କଲେ ଧର୍ମେନ୍ଦ୍ର

ଦୀପାବଳି ଅଫର ଘୋଷଣା କଲା Xiaomi କମ୍ପାନୀ: ୧ ଟଙ୍କାରେ ପାଇବେ ୨୧ ହଜାର ଟଙ୍କା ମୂଲ୍ୟର ଫୋନ୍‌

ଏମିତି ଥିଲା ଯାତ୍ରା ଜଗତର ହିଟ୍ ଯୋଡ଼ି ‘ରତି-ମିଟୁନା’ଙ୍କ ପ୍ରେମ କାହାଣୀ

ବିନା ହେଲ୍‌ମେଟରେ କେନ୍ଦ୍ରମନ୍ତ୍ରୀ: ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରି ଫସିଗଲେ ବିଜେଡି ମୁଖପାତ୍ର

ଫୁଲୁଛି ନଦୀ: ଉତ୍ତର ଓଡ଼ିଶାରେ ସ୍ଥିତି ସଙ୍ଗୀନ

ତିତ୍‌ଲି: ବନ୍ୟା ଯୋଗୁ ସ୍ୱାମୀ,ସ୍ତ୍ରୀ ଏବଂ ପୁଅ-ବୋହୂ ଭାସିଗଲେ