ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ତିତ୍ଲିରେ ଜିରୋ କାଜୁଆଲ୍ଟି ହୋଇଛି।” ଗଞ୍ଜାମ ଜିଲ୍ଲାର ବରିଷ୍ଠ ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏହା କହିଥିଲେ। ଏହାକୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ।
ସେ କହିଛନ୍ତି-“ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁ କେହି ମୃତାହତ ହୋଇନାହାନ୍ତି ବୋଲି ଯଦି ସୂର୍ଯ୍ୟ ପାତ୍ର କହୁଛନ୍ତି, ତାହାହେଲେ ସେ ଉଦ୍ଭଟ ପାଗଳ। ତା' ନହେଲେ ସେ କଣ ଏମିତି କଥା କହିଥାଆନ୍ତେ। ସେହି ଅଞ୍ଚଳର ମନ୍ତ୍ରୀ ହୋଇ ମଧ୍ୟ ସେ ତଥ୍ୟ ରଖିନଥିଲେ କିପରି? ସେହିଭଳି ଜିଲ୍ଲାପାଳ, ଏସ୍ଆର୍ସି ଯଦି ଖବର ପାଉନାହାନ୍ତି, ତା’ହେଲେ ରାଜ୍ୟରେ ସରକାର ଚାଲିଛି ବୋଲି କେମିତି କୁହାଯିବ?”
ଅନ୍ୟପକ୍ଷରେ ଶ୍ରୀ ପାତ୍ର ପୂର୍ବରୁ କହିଥିବା କଥା ବାଆଁରେଇଛନ୍ତି। ସେ ଆଜି କହିଛନ୍ତି-“ଗଣମାଧ୍ୟମ ଯେଉଁ ସମୟରେ ପଚାରିଥିଲା, ସେତେବେଳେ ମୋ ପାଖରେ ଖବର ନଥିଲା। ଗଣମାଧ୍ୟମରେ ଦେଖିବା ପରେ ସମ୍ପୃକ୍ତ ଜିଲ୍ଲାର ଅଧିକାରୀଙ୍କୁ ପଚାରି ଘଟଣା ଠିକ୍ ବୋଲି ଜାଣିବାକୁ ପାଇଛି। ଆଉ ନିଶ୍ଚିତ ହେଲି, ଗଣମାଧ୍ୟମ ଠିକ କହୁଥିଲା।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ବରଗଡ଼ ଧନୁଯାତ୍ରା: କଂସ ଭୂମିକାରେ ଅଭିନୟ କରିପାରିବେ ନାହିଁ ହୃଷିକେଶ ଭୋଇ, ବଛାଯିବେ ନୂଆ କଳାକାର
କଂସ ଭୂମିକାରେ ଅଭିନୟ କରି ସୁନାମ ଅର୍ଜି ଥିବା ହୃଷିକେଶ ଭୋଇଙ୍କର ଗୋଟିଏ ଭୁଲ୍ ତାଙ୍କର ଭାବମୂର୍ତ୍ତିକୁ ଖରାପ କରି ଦେଇଛି!
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Weather
କୁହୁଡ଼ି ନେଇ ୩ ଜିଲ୍ଲାକୁ ସତର୍କ ସୂଚନା, ୨୭ ଓ ୨୮ରେ କିଛି ସ୍ଥାନରେ ହୋଇପାରେ ବର୍ଷା
ଆଜି ରାତି, ଆସନ୍ତାକାଲି ଅର୍ଥାତ୍ ଶନିବାର ସକାଳେ ଓ ରାତିରେ ଏବଂ ରବିବାର ସକାଳେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।
Guest Column
ରବି ଦାଶ - ଏକ ବିରଳ ବ୍ୟକ୍ତିତ୍ୱ
କେବଳ ତୁଳସୀ କ’ଣ ଦୁଇ ପତ୍ରରୁ ବାସିଥାଏ, ପୋଦିନା କି ଅନ୍ୟ କିଛି ନୁହେଁ? କୌଣସି ମହାପୁରୁଷଙ୍କ ଜୀବନୀ ପଢ଼ିଲା ବେଳେ ଆମେ ଏହି ଯୁକ୍ତିଟି ଅଧିକାଂଶ ସମୟରେ ପାଇଥାଉ ଯେ ସେ ମହାପୁରୁଷ ହେବେ ବୋଲି ପିଲାବେଳୁ ଜଣାଥିଲା।
Education
ବାହାରିଲା OTET ୨୦୨୪ର ରେଜଲ୍ଟ: ଅସଫଳ ପରୀକ୍ଷାର୍ଥୀଙ୍କୁ କ’ଣ କହିଛି ବୋର୍ଡ, ଜାଣନ୍ତୁ
www.bseodisha.ac.inରେ ଉପଲବ୍ଧ ହେଉଛି ପରୀକ୍ଷା ଫଳ।