‘ବଂଶୀ’କୁ ଟାର୍ଗେଟ କରିବାରେ ସଫଳ ହେଲା QR-SAM

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ବଂଶୀ’କୁ ଟାର୍ଗେଟ କରିବାରେ ସଫଳ ହୋଇଛି (କୁଇକ ରିଆକ୍‌ସନ୍‌ ସରଫେସ୍‌ ଟୁ ଏୟାର ମିଜାଇଲ) QR-SAM। ଏହି କ୍ଷେପଣାସ୍ତ୍ର ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ଟାର୍ଗେଟ୍ କରିପାରିବ। ଆଜି ଅପରାହ୍ନ ୪ଟା ୨୦ ମିନିଟ୍‌ରେ ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୧ ନମ୍ୱର ଲଞ୍ଚ ପ୍ୟାଡରୁ ‘ବଂଶୀ’କୁ ଉତ୍‌କ୍ଷେପଣ କରାଯାଇଥିଲା। ଏହାର ମାତ୍ର ୨ ମିନିଟ୍‌ ପରେ ୩ ଲମ୍ୱର ଲଞ୍ଚ ପ୍ୟାଡ଼ରୁ ଭୂପୃଷ୍ଠ ସହ ସମାନ୍ତରାଳ […]

banshi

banshi

Manoranjan Sial
  • Published: Thursday, 19 December 2019
  • Updated: 19 December 2019, 06:49 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ବଂଶୀ’କୁ ଟାର୍ଗେଟ କରିବାରେ ସଫଳ ହୋଇଛି (କୁଇକ ରିଆକ୍‌ସନ୍‌ ସରଫେସ୍‌ ଟୁ ଏୟାର ମିଜାଇଲ) QR-SAM। ଏହି କ୍ଷେପଣାସ୍ତ୍ର ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ଟାର୍ଗେଟ୍ କରିପାରିବ।

ଆଜି ଅପରାହ୍ନ ୪ଟା ୨୦ ମିନିଟ୍‌ରେ ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୧ ନମ୍ୱର ଲଞ୍ଚ ପ୍ୟାଡରୁ ‘ବଂଶୀ’କୁ ଉତ୍‌କ୍ଷେପଣ କରାଯାଇଥିଲା। ଏହାର ମାତ୍ର ୨ ମିନିଟ୍‌ ପରେ ୩ ଲମ୍ୱର ଲଞ୍ଚ ପ୍ୟାଡ଼ରୁ ଭୂପୃଷ୍ଠ ସହ ସମାନ୍ତରାଳ ଭାବେ ଛଡ଼ା ଯାଇଥିବା QR-SAM, ‘ବଂଶୀ’କୁ ଟାର୍ଗେଟ କରିବାରେ ସଫଳ ହୋଇଥିଲା।

ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏହି ସ୍ୱଳ୍ପ ଦୂରଗାମୀ "କୁଇକ ରିଆକ୍‌ସନ୍‌ ସରଫେସ୍‌ ଟୁ ଏୟାର ମିଜାଇଲ"ର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର ରହିଛି। ଇସ୍ରାଇଲ୍‌ ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଆକାଶକୁ ୯ କିଲୋମିଟର ଉଚ୍ଚତାକୁ ଯିବା ପରେ ଶତ୍ରୁପକ୍ଷର ଯୁଦ୍ଧାସ୍ତ୍ରକୁ ପ୍ରତିହତ କରିବାରେ ସଫଳ ହୋଇପାରିବ।

୨୦୧୭ ମସିହା ଜୁନ ୪ ତାରିଖରେ ଚାନ୍ଦିପୁର ଆଇଟିଆର୍‌ ୩ ନମ୍ୱର ଲଞ୍ଚ ପ୍ୟାଡରୁ ପ୍ରଥମଥର ପାଇଁ ଏହାର ପରୀକ୍ଷା କାରାଯାଇଥିଲା। ଏହି କ୍ଷେପଣାସ୍ତ୍ରଟି ଯେ କୌଣସି ସ୍ଥାନରୁ ମୋବାଇଲ୍‌ ଲଞ୍ଚର ସହାଯ୍ୟରେ ଶତ୍ରୁପକ୍ଷରୁ ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ଟାର୍ଗେଟ୍ କରିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos