ଡମ୍ପର ଓଲଟି ଡ୍ରାଇଭର ଓ ହେଲପର ମୃତ

ନୂଆପଡ଼ା( ମାୟାଧର ସରାଫ୍‌) ନୂଆପଡ଼ା ଜିଲ୍ଲା ସଦର ଥାନା କେରମେଲି ଘାଟିରେ ବାଲି ବୋଝେଇ ଡମ୍ପର ଓଲଟି ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପର ମୃତ୍ୟୁବରଣ କରିଛନ୍ତି । କେରମେଲି ଗାଁରେ  ଓଭର ହେଡ ଟ୍ୟାଙ୍କ ନିର୍ମାଣ ପାଇଁ ଖରିଆରରୋଡ ଜୋଙ୍କ ନଦୀରୁ ବାଲି ଚଲାଣ କରା ଯାଉ ଥିଲା । କେରମେଲି ଘାଟିରେ ଡମ୍ପରଟି ଭାରସାମ୍ୟ ହରାଇ ଓଲଟି ପଡି ଥିଲା । ଘଟଣାସ୍ଥଳରେ ଡ୍ରାଇଭର ରାୟପୁର ଧନସୁଲିର ଅରୁଣ କୁମାର ସାହୁ ଓ ହେଲପର୍ ସ୍ଥାନୀୟ […]

v-90876

Tapas Behera
  • Published: Monday, 09 December 2019
  • , Updated: 09 December 2019, 06:22 PM IST

ନୂଆପଡ଼ା( ମାୟାଧର ସରାଫ୍‌) ନୂଆପଡ଼ା ଜିଲ୍ଲା ସଦର ଥାନା କେରମେଲି ଘାଟିରେ ବାଲି ବୋଝେଇ ଡମ୍ପର ଓଲଟି ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପର ମୃତ୍ୟୁବରଣ କରିଛନ୍ତି । କେରମେଲି ଗାଁରେ  ଓଭର ହେଡ ଟ୍ୟାଙ୍କ ନିର୍ମାଣ ପାଇଁ ଖରିଆରରୋଡ ଜୋଙ୍କ ନଦୀରୁ ବାଲି ଚଲାଣ କରା ଯାଉ ଥିଲା ।

କେରମେଲି ଘାଟିରେ ଡମ୍ପରଟି ଭାରସାମ୍ୟ ହରାଇ ଓଲଟି ପଡି ଥିଲା । ଘଟଣାସ୍ଥଳରେ ଡ୍ରାଇଭର ରାୟପୁର ଧନସୁଲିର ଅରୁଣ କୁମାର ସାହୁ ଓ ହେଲପର୍ ସ୍ଥାନୀୟ ଭଇଁଷମୁଣ୍ତି ଗାଁର ରେଖରାମ ରାଉତ ମୃତ୍ୟୁବରଣ କରିଛନ୍ତି। ଲୋକଙ୍କଠାରୁ ସୂଚନା ପାଇ ନୂଆପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା ।

Related story