ବସ୍‌ ଚଳାଉଥିବା ବେଳେ ଟଳିପଡ଼ିଲେ ଡ୍ରାଇଭର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କୋଣାର୍କ(ଓଡ଼ିଶା ରିପୋର୍ଟର): ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କ ହେଲା ହୃଦଘାତ। ଆଜି ସକାଳେ ପୁରୀ ଜିଲ୍ଲା ନାଗପୁରରୁ କଟକ ଅଭିମୁଖେ ଯାଉଥିବା ମା’ ନାମକ ଏକ ଯାତ୍ରୀବାହୀ ବସ୍‌ରେ ଘଟିଛି ଏଭଳି ଘଟଣା। ସୂଚନା ଅନୁସାରେ ଆଜି ଏହି ଯାତ୍ରୀବାହୀ ବସ୍‌ଟି ଗୋପ ଚାରି ଛକ ରାସ୍ତାର ଗୋପ ବଜାର ଠାରୁ ୧୦୦ ମିଟର ଦୂରକୁ ଯିବା ପରେ ହଠାତ୍‌ ତା’ର ଗତି ଧିମେଇ ଯାଇଥିଲା। ଉକ୍ତ ବସ୍‌କୁ ଚଳାଉଥିବା ଡ୍ରାଇଭର ଜଣଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବା […]

Driver heart attack

Driver heart attack

Madhupriya Mistry
  • Published: Monday, 04 April 2022
  • Updated: 04 April 2022, 04:45 PM IST

Sports

Latest News

କୋଣାର୍କ(ଓଡ଼ିଶା ରିପୋର୍ଟର): ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କ ହେଲା ହୃଦଘାତ। ଆଜି ସକାଳେ ପୁରୀ ଜିଲ୍ଲା ନାଗପୁରରୁ କଟକ ଅଭିମୁଖେ ଯାଉଥିବା ମା' ନାମକ ଏକ ଯାତ୍ରୀବାହୀ ବସ୍‌ରେ ଘଟିଛି ଏଭଳି ଘଟଣା।Maa Bus

ସୂଚନା ଅନୁସାରେ ଆଜି ଏହି ଯାତ୍ରୀବାହୀ ବସ୍‌ଟି ଗୋପ ଚାରି ଛକ ରାସ୍ତାର ଗୋପ ବଜାର ଠାରୁ ୧୦୦ ମିଟର ଦୂରକୁ ଯିବା ପରେ ହଠାତ୍‌ ତା'ର ଗତି ଧିମେଇ ଯାଇଥିଲା। ଉକ୍ତ ବସ୍‌କୁ ଚଳାଉଥିବା ଡ୍ରାଇଭର ଜଣଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଷ୍ଟେରିଂ ଉପରେ ଶୋଇ ପଡିଥିଲେ। ଏହା ଦେଖି କଣ୍ଡକ୍ଟର ତୁରନ୍ତ ବସ୍‌ର ବ୍ରେକ୍‌ ଲଗାଇ ଦେଇଥିଲେ। ଫଳରେ ଗାଡିରେ ଥିବା ୪୯ ଯାତ୍ରୀ ଅଳ୍ପକେ ନିଶ୍ଚିନ୍ତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।

ଛାତିରେ ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ିଥିବା ଡ୍ରାଇଭରଙ୍କୁ ଗୋପ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବସ୍‌ ଡ୍ରାଇଭରଙ୍କ ନାଁ ସୁଦର୍ଶନ ସାହୁ। ତାଙ୍କ ଘର ନେତପୁରରେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos