ନିଶାମୁକ୍ତ ଅଭିଯାନ: ୧୦ ଜିଲ୍ଲା ସର୍ବାଧିକ ପ୍ରଭାବିତ ଚିହ୍ନଟ ସତ୍ତ୍ୱେ ସଚେତନତା କାର୍ଯ୍ୟକ୍ରମ ଶୂନ

ଭୁବନେଶ୍ୱର(ପ୍ରକାଶ ସେଠୀ): ଓଡ଼ିଶାର ୧୦ଟି ଜିଲ୍ଲା ସମେତ ଦେଶର ୨୭୨ଟି ଜିଲ୍ଲାକୁ ନିଶାଦ୍ରବ୍ୟ ଦ୍ୱାରା ସର୍ବାଧିକ ପ୍ରଭାବିତ ବୋଲି ଚିହ୍ନଟ କରି କେନ୍ଦ୍ର ସରକାର ଆବଶ୍ୟକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଥିଲେ ମଧ୍ୟ ଓଡ଼ିଶା ସରକାର ଏ ଦିଗରେ ସାମାନ୍ୟତମ ଆଗ୍ରହ ଦେଖାଇ ନାହାନ୍ତି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ୨୭୨ଟି ଜିଲ୍ଲାରେ ‘ନିଶାମୁକ୍ତ ଭାରତ ଅଭିଯାନ’ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ପ୍ରସ୍ତୁତ ଆକ୍ସନ୍ ପ୍ଲାନରେ ୨୬୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ […]

WINE SHOP

WINE SHOP

Ordigital Desk
  • Published: Saturday, 23 January 2021
  • Updated: 23 January 2021, 10:38 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ଓଡ଼ିଶାର ୧୦ଟି ଜିଲ୍ଲା ସମେତ ଦେଶର ୨୭୨ଟି ଜିଲ୍ଲାକୁ ନିଶାଦ୍ରବ୍ୟ ଦ୍ୱାରା ସର୍ବାଧିକ ପ୍ରଭାବିତ ବୋଲି ଚିହ୍ନଟ କରି କେନ୍ଦ୍ର ସରକାର ଆବଶ୍ୟକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଥିଲେ ମଧ୍ୟ ଓଡ଼ିଶା ସରକାର ଏ ଦିଗରେ ସାମାନ୍ୟତମ ଆଗ୍ରହ ଦେଖାଇ ନାହାନ୍ତି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ୨୭୨ଟି ଜିଲ୍ଲାରେ ‘ନିଶାମୁକ୍ତ ଭାରତ ଅଭିଯାନ’ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ପ୍ରସ୍ତୁତ ଆକ୍ସନ୍ ପ୍ଲାନରେ ୨୬୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଚିହ୍ନଟ ଜିଲ୍ଲାରେ ଏହି ନିଶାମୁକ୍ତ ସଚେତନତା ଅଭିଯାନ ଜୋରଦାର ଢଙ୍ଗରେ ଆରମ୍ଭ ହୋଇଥିଲେ ମଧ୍ୟ ଓଡ଼ିଶା ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ‘ନିଶାମୁକ୍ତ ଭାରତ ଅଭିଯାନ’ କାର୍ଯ୍ୟକ୍ରମରେ ରାଜ୍ୟର ୧୦ଟି ଜିଲ୍ଲା ଅନୁଗୋଳ, ବୌଦ୍ଧ, କଟକ, ଦେବଗଡ଼, ଗଜପତି, କନ୍ଧମାଳ, ମାଲକାନଗିରି, ପୁରୀ, ରାୟଗଡ଼ା ଓ ସମ୍ବଲପୁରକୁ ସର୍ବାଧିକ ପ୍ରଭାବିତ ଭାବେ ଚିହ୍ନଟ କରିଥିଲେ। ୨୦୨୦ ଅଗଷ୍ଟ ୧୫ତାରିଖରେ ଏହି ଅଭିଯାନକୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଦେଶବ୍ୟାପୀ କାର୍ଯ୍ୟକାରୀ କରିଥିଲା। ଚିହ୍ନଟ ହୋଇଥିବା ଜିଲ୍ଲାଗୁଡ଼ିକରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବା ନିମନ୍ତେ ମନ୍ତ୍ରଣାଳୟ ସର୍ବୋଚ୍ଚ ପ୍ରାଥମିକତା ଦେଉଛି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ସହଯୋଗରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦେଶର ଯୁବପୀଢ଼ୀଙ୍କୁ ନିଶାସେବନରୁ ଦୂରେଇ ରଖିବା ନିମନ୍ତେ ବ୍ୟାପକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛି। ରାଜ୍ୟଗୁଡ଼ିକ ମଧ୍ୟ ସ୍ଥାନୀୟ ଆବଶ୍ୟକତା ଅନୁରୂପ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ନିଶାମୁକ୍ତ ଅଭିଯାନକୁ ସଫଳ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ।

ତେବେ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ୨ମାସ ବାକି ଥିବାବେଳେ ଏପର୍ଯ୍ୟନ୍ତ ଓଡ଼ିଶା ସରକାର ଏହି ନିଶାମୁକ୍ତ ଅଭିଯାନକୁ ଉପରୋକ୍ତ ୧୦ଟି ସର୍ବାଧିକ ପ୍ରଭାବିତ ଜିଲ୍ଲାରେ ଆରମ୍ଭ କରିବାରେ ସକ୍ଷମ ହୋଇନାହାନ୍ତି। ଏପରିକି କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ନିଶାମୁକ୍ତ ଭାରତ ଅଭିଯାନ ଲକ୍ଷ୍ୟକୁ ହାସଲ କରିବା ନିମନ୍ତେ ଯେଉଁ ପରାମର୍ଶ ଦିଆଯାଇଛି ତାକୁ ବି ଗ୍ରହଣ କରିବା ମୁଡରେ ଓଡ଼ିଶା ସରକାର ନାହାନ୍ତି । ଯାହାକି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜାନୁୟାରୀ ୨୦ତାରିଖରେ ଉପରୋକ୍ତ ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠିରୁ ପରୋକ୍ଷରେ ପ୍ରମାଣିତ ହେଉଛି।

ବିଭାଗର ନିର୍ଦ୍ଦେଶକ ବ୍ରତତୀ ହରିଚନ୍ଦନ ଏହି ୧୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କହିଛନ୍ତି ଯେ, ‘ନିଶାମୁକ୍ତ ଭାରତ ଅଭିଯାନ’ର ନ୍ୟୁଜଲେଟର ଡିସେମ୍ବର ମାସରେ ପ୍ରକାଶିତ ହୋଇଛି। ଏଥିରେ ରାଜ୍ୟଗୁଡ଼ିକ ନିଶାମୁକ୍ତ ନିମନ୍ତେ କରିଥିବା କାର୍ଯ୍ୟକ୍ରମଗୁଡ଼ିକ ସ୍ଥାନ ପାଇଛି। ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସ୍ୱତନ୍ତ୍ର ନ୍ୟୁଜଲେଟର(ଦ୍ୱିତୀୟ ସଂସ୍କରଣ)ରେ ୧୮ଟି ରାଜ୍ୟରେ ନିଶାମୁକ୍ତି ଦିଗରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସାମିଲ ରହିଛି। ମାତ୍ର ସେଥିରେ ଓଡ଼ିଶା ନାହିଁ।

ଏହି ନ୍ୟୁଜଲେଟରକୁ ଉପରୋକ୍ତ ୧୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ନିକଟକୁ ପଠାଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅନୁରୂପ କାର୍ଯ୍ୟକ୍ରମମାନ ଆୟୋଜନ କରି ତା’ର ଆକ୍ସନଟେକେନ ରିପୋର୍ଟ ଦାଖଲ କରିବାକୁ କହିଛି। ଯାହାଫଳରେ ଭବିଷ୍ୟତରେ ପ୍ରକାଶିତ ହେବାକୁ ଥିବା ନ୍ୟୁଜଲେଟରରେ ଓଡ଼ିଶା ସ୍ଥାନ ପାଇପାରିବ।

ତେବେ ପ୍ରଶ୍ନ ଉଠୁଛି, ଅଗଷ୍ଟ ୧୫ତାରିଖରୁ କେନ୍ଦ୍ର ସରକାର ନିଶାମୁକ୍ତ ଭାରତ ଅଭିଯାନ ଆରମ୍ଭ କରି ତା’ର ଗାଇଡଲାଇନ୍ ସହ ଆବଶ୍ୟକ ଅର୍ଥ ରାଜ୍ୟ ସରକାରଙ୍କୁ ପ୍ରଦାନ କରିସାରିଥିବାବେଳେ ଚିହ୍ନଟ ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଏ ନେଇ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ କାହିଁକି ଆରମ୍ଭ ହୋଇପାରିନି। ସତରେ ସରକାର ନିଶାମୁକ୍ତ ଜିଲ୍ଲା ଚାହୁଁଛନ୍ତି ନା କେବଳ କେନ୍ଦ୍ର ସରକାରଙ୍କ ନ୍ୟୁଜଲେଟରରେ ଓଡ଼ିଶା ସ୍ଥାନ ପାଇବାକୁ ଧର୍ମକୁ ଆଖିଠାର ମାରିବା ଭଳି କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି।

ଗାଁ ଗହଳିରେ ମଦର ଅବାଧ କାରବାର ଯୋଗୁ ରାଜ୍ୟରେ ଅବକାରୀ ଟିକସ ପ୍ରତିବର୍ଷ ଆଖିଦୃଶିଆ ଭାବେ ବଢ଼ିବାରେ ଲାଗିଛି। ୨୦୦୦-୦୧ରେ ଅବକାରୀ ଟିକସ ବାବଦରେ ମାତ୍ର ୧୩୫କୋଟି ଟଙ୍କା ମିଳୁଥିବାବେଳେ ୨୦ବର୍ଷ ଭିତରେ ତାହା ବୃଦ୍ଧି ପାଇ ୨୦୧୯-୨୦ରେ ପ୍ରାୟ ୪୬୦୦କୋଟି ଟଙ୍କାରେ ପହଂଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story