ମୌସୁମୀ ଥାଇ କାହିଁକି ହେଉନି ବର୍ଷା, କ’ଣ କୁହନ୍ତି ବିଶେଷଜ୍ଞ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୌସୁମୀର ସ୍ଥିତିର ପରିବର୍ତ୍ତନ ଯୋଗୁ ହ୍ରାସ ପାଇଛି ବର୍ଷା। ବର୍ତ୍ତମାନ ହିମାଳୟ ପର୍ବତମାଳା ଉପରେ ଟ୍ରପ ଲାଇନ୍ ରହିଥିବାରୁ ରାଜ୍ୟରେ ବର୍ଷାର ପରିମାଣ କମିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଛତିଶଗଡ଼ରେ ପହଞ୍ଚିବା ସହ ଟ୍ରପ୍ ଲାଇନ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବାରୁ ବର୍ଷାର ପରିମାଣ କମିଛି।  ଟ୍ରପ ଲାଇନ୍ ସାଧାରଣ ସ୍ଥିତିରେ ରହିଲେ ଦେଶରେ ମୌସୁମୀ ସକ୍ରିୟ ରହିଥାଏ। ଆସନ୍ତା ୨୮ […]

m-1

m-1

Tapas Behera
  • Published: Tuesday, 25 June 2019
  • Updated: 25 June 2019, 11:03 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୌସୁମୀର ସ୍ଥିତିର ପରିବର୍ତ୍ତନ ଯୋଗୁ ହ୍ରାସ ପାଇଛି ବର୍ଷା। ବର୍ତ୍ତମାନ ହିମାଳୟ ପର୍ବତମାଳା ଉପରେ ଟ୍ରପ ଲାଇନ୍ ରହିଥିବାରୁ ରାଜ୍ୟରେ ବର୍ଷାର ପରିମାଣ କମିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଛତିଶଗଡ଼ରେ ପହଞ୍ଚିବା ସହ ଟ୍ରପ୍ ଲାଇନ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବାରୁ ବର୍ଷାର ପରିମାଣ କମିଛି।  ଟ୍ରପ ଲାଇନ୍ ସାଧାରଣ ସ୍ଥିତିରେ ରହିଲେ ଦେଶରେ ମୌସୁମୀ ସକ୍ରିୟ ରହିଥାଏ। ଆସନ୍ତା ୨୮ ତାରିଖରେ ପୁଣିଥରେ ରାଜ୍ୟରେ ବର୍ଷା ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏନେଇ ପାଣିପାଗ ବିଶେଷଜ୍ଞ ପ୍ରଭାତ ବେଉରିଆ କହିଛନ୍ତି,“ମୌସୁମୀ ବାୟୁରେ ଥିବା ଟ୍ରପ୍‌ଲାଇନ୍‌ ଏବେ ଉତ୍ତର ଆଡ଼କୁ ପଳାଇଛି। ଯାହା ତାର ସ୍ୱାଭାବିକ ସ୍ଥିତିରୁ ଉତ୍ତରକୁ ପଳାଇଛି। ସେଥିପାଇଁ ବର୍ଷାର ପରିମାଣ କମିଛି। ଆଗାମୀ ଦିନେ ଦୁଇ ଦିନ ଭିତରେ ଅର୍ଥାତ୍ ୨୮ ତାରିଖରେ  ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ତବେ ଟ୍ରପ୍‌ ଲାଇନ୍‌ ସ୍ୱାଭାବିକ ସ୍ଥିତିରେ ରହିଲେ ମୌସୁମୀ ବାୟୁ ଭାରତରେ ସକ୍ରିୟ ହୋଇ ରୁହେ। ଯେହେତୁ ଏହା ଉତ୍ତର ଓ ହିମାଳୟ ପାଖାପାଖି ପଳାଇ ଯାଇଛି ସେଥିପାଇଁ ବର୍ଷାର ପରିମାଣ କମିଯାଇଛି, ତେଣୁ ମୌସୁମୀ ନିଷ୍କ୍ରିୟ ହୋଇପଡ଼ିଛି। ମୌସୁମୀ ଆସିବାରେ ବିଳମ୍ୱ ହେବାରୁ ତେଣୁ ଜୁନ୍‌ ମାସରେ  ବର୍ଷାର ପରିମାଣ କମିଛି। ହେଲେ ଜୁଲାଇ ମାସରେ ବର୍ଷାର ପରିମାଣ ବଢ଼ିପାରେ।”

ସେ ଆହୁରି କହିଛନ୍ତି,“ ଆଜି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ମାଲକାନଗିରି, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳହାଣ୍ଡି,କୋରାପୁଟ ଓ ନୂଆପଡ଼ା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos