ଲଗାଣ ବର୍ଷା ଯୋଗୁ ପାଣି ଘେରରେ ନବରଙ୍ଗପୁରର ନଦୀକୂଳିଆ ଗାଁ

ନବରଙ୍ଗପୁର( ନବଘନ ବିଷୋୟୀ):   ଗତ ୨ ଦିନ ଧରି ହୋଇଥିବା ଲଗାଣ ବର୍ଷା ଯୋଗୁ ନବରଙ୍ଗପୁରର ନଦୀକୂଳିଆ ଗାଁଗୁଡିକ ଏବେ ପାଣି ଘେରରେ।  କୋଷାଗୁମୁଡ଼ା ବ୍ଲକ ଘାଟବାସୁଲି ଗାଁର ୨ଟି ଓ୍ୱାର୍ଡର ୨ ହଜାର ଲୋକ ଏବେ ପାଣି ଘେରରେ ରହିଛନ୍ତି । ଘାଟବାସୁଲି ଗାଁ ଇନ୍ଦ୍ରାବତୀ ନଦୀ ଓ ଭସ୍କେଲ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ।  ବର୍ଷା ଜଳ ଉପର ମୁଣ୍ଡରୁ ବହି ଆସୁଥିବାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି।  କୋରାପୁଟରୁ ଆସିଥିବା ଓଡ୍ରାଫ୍ ଟିମ୍ ସହାୟତାରେ […]

pani-1-1.

Niharika Rout
  • Published: Wednesday, 31 July 2019
  • , Updated: 31 July 2019, 10:15 AM IST

ନବରଙ୍ଗପୁର( ନବଘନ ବିଷୋୟୀ):   ଗତ ୨ ଦିନ ଧରି ହୋଇଥିବା ଲଗାଣ ବର୍ଷା ଯୋଗୁ ନବରଙ୍ଗପୁରର ନଦୀକୂଳିଆ ଗାଁଗୁଡିକ ଏବେ ପାଣି ଘେରରେ।  କୋଷାଗୁମୁଡ଼ା ବ୍ଲକ ଘାଟବାସୁଲି ଗାଁର ୨ଟି ଓ୍ୱାର୍ଡର ୨ ହଜାର ଲୋକ ଏବେ ପାଣି ଘେରରେ ରହିଛନ୍ତି । ଘାଟବାସୁଲି ଗାଁ ଇନ୍ଦ୍ରାବତୀ ନଦୀ ଓ ଭସ୍କେଲ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ।  ବର୍ଷା ଜଳ ଉପର ମୁଣ୍ଡରୁ ବହି ଆସୁଥିବାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି।  କୋରାପୁଟରୁ ଆସିଥିବା ଓଡ୍ରାଫ୍ ଟିମ୍ ସହାୟତାରେ ପ୍ରଶାସନ ଘାଟବାସୁଲି ଗ୍ରାମବାସୀଙ୍କୁ ରିଲିଫ ବାଣ୍ଟୁଛନ୍ତି ।

ସେହିଭଳି ବିଞ୍ଜିଲି ପଞ୍ଚାୟତର ୫ଟି ଗାଁ ମଧ୍ୟ ପାଣି ଘେରରେ ରହିଛି । ଏହି ପଞ୍ଚାୟତର ଘାଟଚୁରା, କାଟାଗୁଡା, ନୂଆଗୁଡ଼ା, ଆଳୁପଦର , ଲାଞ୍ଜିଆଗୁଡା  ଗାଁ ଏବେ ପାଣି ଘେରରେ । ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ଓଡ୍ରାଫ ଟିମ୍‌ ସହାୟତାରେ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଛି । ଅଧିକ ବର୍ଷା ହେଲେ ପରିସ୍ଥିତିକୁ ଦେଖି ଉଦ୍ଧାର କାର୍ଯ୍ୟ ଆଗେଇବ ସୂଚନା ଦେଇଛନ୍ତି ସ୍ଥାନୀୟ ତହସିଲଦାର ।

Related story