ହଟିବ ଡମ୍ପିଂୟାର୍ଡ, ରାସ୍ତା କଡରେ ଦେଖିବାକୁ ମିଳିବନି ଅଳିଆ ଆବର୍ଜନା

ଜୟପୁର (ଟି ଗୌରିଶଙ୍କର) : ଏଣିକି ହଟିବ ଡମ୍ପିଂୟାର୍ଡ। ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ପଡିବ ବର୍ଜ୍ୟବସ୍ତୁ। ଯାହାଦ୍ୱାରା ପରିବେଶ ପ୍ରଦୂଷିତ ହେବନି କି ପଶୁପକ୍ଷୀ ମଧ୍ୟ ରୋଗାକ୍ରାନ୍ତ ହେବେନି । ଡମ୍ପିଂୟାର୍ଡରୁ ଆବର୍ଜନା ଉଡ଼ି ବାହାରେ ପଡ଼ିବା ସହ ଏହାର ଚାରି ପାଖରେ ରହିବା ଦୁର୍ବିସହ ହୋଇ ପଡ଼ୁଥିଲା। ଏହାଦ୍ୱାରା ସ୍ଥାନୀୟ ଲୋକେ ବହୁ ବେମାରରେ ଆକ୍ରାନ୍ତ ହେଉଥିଲେ।  ଏପରି ସମସ୍ୟାର ସମାଧାନ କରିବାକୁ ପ୍ରତି ଓ୍ୱାର୍ଡର ଘରକୁ ଘର ଯାଇ ପରିମଳ ବ୍ୟବସ୍ଥା ସୁଧାରିବାକୁ ସଚେତନ […]

dustbin-1

Niharika Rout
  • Published: Monday, 05 August 2019
  • , Updated: 05 August 2019, 10:20 AM IST

ଜୟପୁର (ଟି ଗୌରିଶଙ୍କର) : ଏଣିକି ହଟିବ ଡମ୍ପିଂୟାର୍ଡ। ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ପଡିବ ବର୍ଜ୍ୟବସ୍ତୁ। ଯାହାଦ୍ୱାରା ପରିବେଶ ପ୍ରଦୂଷିତ ହେବନି କି ପଶୁପକ୍ଷୀ ମଧ୍ୟ ରୋଗାକ୍ରାନ୍ତ ହେବେନି । ଡମ୍ପିଂୟାର୍ଡରୁ ଆବର୍ଜନା ଉଡ଼ି ବାହାରେ ପଡ଼ିବା ସହ ଏହାର ଚାରି ପାଖରେ ରହିବା ଦୁର୍ବିସହ ହୋଇ ପଡ଼ୁଥିଲା।

ଏହାଦ୍ୱାରା ସ୍ଥାନୀୟ ଲୋକେ ବହୁ ବେମାରରେ ଆକ୍ରାନ୍ତ ହେଉଥିଲେ।  ଏପରି ସମସ୍ୟାର ସମାଧାନ କରିବାକୁ ପ୍ରତି ଓ୍ୱାର୍ଡର ଘରକୁ ଘର ଯାଇ ପରିମଳ ବ୍ୟବସ୍ଥା ସୁଧାରିବାକୁ ସଚେତନ କରୁଛନ୍ତି  ସ୍ୱଚ୍ଛସାଥୀ । ଏପରି ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇଛି କୋରାପୁଟ ଜିଲ୍ଲା କୋଟପାଡ ବିଜ୍ଞାପିତ ଅଞ୍ଚଳ ପରିଷଦ ।

ଆଉ ରାସ୍ତା କଡରେ ଅଳିଆ ଆବର୍ଜନା ଦେଖିବାକୁ ମିଳିବନି । ଏପରିକି ଶୁଖିଲା ବର୍ଜ୍ୟବସ୍ତୁ ପାଇଁ ଗୋଟିଏ ଡବା ଏବଂ ଓଦା ବର୍ଜ୍ୟବସ୍ତୁ ପାଇଁ ଆଉ ଏକ ଡବା ପ୍ରତି ଘରେ ମହଜୁଦ ରହିବ । ଏନଏସି ଗାଡି ଆସି ଦୁଇଟି ଡବାର ଅଳିଆ ଅଲଗା ଅଲଗା ଭାବେ ନେଇ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ପକାଇବେ।

ଆମ ପରିବେଶକୁ ସ୍ୱଚ୍ଛ, ସୁନ୍ଦର ରଖିବା ଆମ କର୍ତ୍ତବ୍ୟ।  ଏପରି ଏକ ସୁସ୍ଥ ପରିବେଶ ଗଠନ କରିବା ପାଇଁ ଘରକୁ ଘର ବୁଲି ସଚେତନ କରୁଛନ୍ତି ସ୍ୱଚ୍ଛସାଥୀ । ଏପରିକି ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଥିବା ପରିବାରକୁ ଉତ୍ସାହିତ କରିବା ପାଇଁ କୋଟପାଡ ଏନଏସି ପକ୍ଷରୁ ସ୍ୱଚ୍ଛ ଗୃହର ଷ୍ଟିକର ଲଗାଇ ସମ୍ମାନିତ ବି କରାଯାଉଛି ।

Related story