ପାପ କାରନାମା କଲେ ମାଲଗୋଦାମ ମନା

କଟକ(ଓଡ଼ିଶା ରିପୋର୍ଟର): ଅପମିଶ୍ରିତ ଓ ଅସାଧୁ ବ୍ୟବସାୟୀଙ୍କୁ ମାଲଗୋଦାମ ମନା । ଯେଉଁ ଅସାଧୁ ବ୍ୟବସାୟୀ ଅପମିଶ୍ରିତ କରିବେ ତାଙ୍କୁ ମାଲଗୋଦାମରେ ବ୍ୟବସାୟ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ମାଲଗୋଦାମ ବ୍ୟବସାୟୀ ସଙ୍ଘ। ଗତ କିଛି ଦିନ ତଳେ ମାଲଗୋଦାମ ଅଞ୍ଚଳରୁ ଅପମିଶ୍ରିତ ଲଙ୍କା ଗୁଣ୍ଡ ଓ ହଳିଦି ଗୁଣ୍ଡ ଘିଅ ଭଳି ଅପମିଶ୍ରିତ ସାମଗ୍ରୀ  କାରଖାନା ଠାବ କରିଥିଲା ପୁଲିସ। ଯାହା ଫଳରେ ବଦନାମ ହୋଇଥିଲା କଟକ ମାଲଗୋଦାମ । ଏହା ପରେ ଚେତା […]

Cuttack

Tapas Behera
  • Published: Wednesday, 30 December 2020
  • , Updated: 30 December 2020, 09:05 PM IST

କଟକ(ଓଡ଼ିଶା ରିପୋର୍ଟର): ଅପମିଶ୍ରିତ ଓ ଅସାଧୁ ବ୍ୟବସାୟୀଙ୍କୁ ମାଲଗୋଦାମ ମନା । ଯେଉଁ ଅସାଧୁ ବ୍ୟବସାୟୀ ଅପମିଶ୍ରିତ କରିବେ ତାଙ୍କୁ ମାଲଗୋଦାମରେ ବ୍ୟବସାୟ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ମାଲଗୋଦାମ ବ୍ୟବସାୟୀ ସଙ୍ଘ। ଗତ କିଛି ଦିନ ତଳେ ମାଲଗୋଦାମ ଅଞ୍ଚଳରୁ ଅପମିଶ୍ରିତ ଲଙ୍କା ଗୁଣ୍ଡ ଓ ହଳିଦି ଗୁଣ୍ଡ ଘିଅ ଭଳି ଅପମିଶ୍ରିତ ସାମଗ୍ରୀ  କାରଖାନା ଠାବ କରିଥିଲା ପୁଲିସ। ଯାହା ଫଳରେ ବଦନାମ ହୋଇଥିଲା କଟକ ମାଲଗୋଦାମ ।

ଏହା ପରେ ଚେତା ପଶିଥିଲା ମାଲ ଗୋଦାମ ବ୍ୟବସାୟୀ ସଙ୍ଘର। ଏକ ସ୍କ୍ୱାର୍ଡ ଗଠନ କରି ମାଳାଗୋଦାମରେ ବ୍ୟବସାୟୀ କରୁଥିବା ଦୋକାନୀ ମାନଙ୍କୁ ସଚେତନ କରାଯାଇଥିଲା। ଏଥିସହ ଏହି ସ୍କ୍ୱାର୍ଡ ଯାଞ୍ଚ କରିବା ସମୟରେ ଜଣେ ବ୍ୟବସାୟୀ ଅପମିଶ୍ରିତ କରୁଥିବା ସ୍କ୍ୱାର୍ଡ ଜାଣିବାକୁ ପାଇଥିଲେ। ତେବେ ମାଲ ଗୋଦାମ ରେ ୯୯% ପ୍ରତିଶତ ବେବସାୟୀ ଠିକ ଥିବାବେଳେ ୧ ପ୍ରତିଶତ ବ୍ୟବସାୟୀ ଅପମିଶ୍ରିତ କରୁଥିବା ହେତୁ ସମ୍ପୂର୍ଣ୍ଣ ମାଲଗୋଦାମ କୁ ବଦନାମ ହେବାକୁ ପଡୁଥିବା କହିଛି ମାଲଗୋଦାମ ବ୍ୟବସାୟୀ ସଙ୍ଘ । ତେବେ ଆଗକୁ ଯେଉଁ ମାନେ ଏଭଳି ଅପମିଶ୍ରିତ ଓ ନକଲି ସାମଗ୍ରୀ ବିକ୍ରି କରିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ମାଲଗୋଦାମ ସଙ୍ଘ ।

Related story