କାର୍ଯ୍ୟକ୍ଷମ ହେଲା ଇ-ଥାନା, ଏଣିକି ଘରେ ବସି ଦେଇ ହେବ ଏଫଆଇଆର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସରକାର ‘ଫାଇଭ-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜିଠୁ ରାଜ୍ୟରେ ଇ-ଥାନା ବା ଭର୍ଚୁଆଲ ଥାନାର ଶୁଭାରମ୍ଭ କରିଛନ୍ତି। ଏହି ଥାନା ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ପରିସରରେ କାର୍ଯ୍ୟକ୍ଷମ ହେବ ଓ ଏହାର ପରିସୀମା ସମଗ୍ର ରାଜ୍ୟବ୍ୟାପୀ ରହିବ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଥାନାକୁ ଉଦଘାଟନ କରିଛନ୍ତି। ଏହାସହିତ ସଡ଼କ ଦୁର୍ଘଟଣା ମାମଲାର ଡକ୍ୟୁମେଣ୍ଟସ୍ ମଡ୍ୟୁଲ ଓ ମେଡିକୋ […]

vvv-90

vvv-90

Tapas Behera
  • Published: Tuesday, 28 January 2020
  • Updated: 28 January 2020, 10:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସରକାର ‘ଫାଇଭ-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜିଠୁ ରାଜ୍ୟରେ ଇ-ଥାନା ବା ଭର୍ଚୁଆଲ ଥାନାର ଶୁଭାରମ୍ଭ କରିଛନ୍ତି। ଏହି ଥାନା ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ପରିସରରେ କାର୍ଯ୍ୟକ୍ଷମ ହେବ ଓ ଏହାର ପରିସୀମା ସମଗ୍ର ରାଜ୍ୟବ୍ୟାପୀ ରହିବ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଥାନାକୁ ଉଦଘାଟନ କରିଛନ୍ତି। ଏହାସହିତ ସଡ଼କ ଦୁର୍ଘଟଣା ମାମଲାର ଡକ୍ୟୁମେଣ୍ଟସ୍ ମଡ୍ୟୁଲ ଓ ମେଡିକୋ ଲିଗାଲ ଓପିନିଅନ୍ ସିଷ୍ଟମ ସେବାକୁ ମଧ୍ୟ ଶୁଭାରମ୍ଭ କରିଛନ୍ତି।

ଆଜି ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ୩ଟି ସେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁଭାରମ୍ଭ କରିବା ସହ ତାଙ୍କ ସରକାର ରାଜ୍ୟବାସୀଙ୍କୁ ନାଗରିକକେନ୍ଦ୍ରିକ ସେବା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମ ଯୋଗୁ ଲୋକମାନଙ୍କୁ ଆଉ ଅଯଥାରେ ଦୌଡ଼ିବାକୁ ପଡ଼ିବ ନାହିଁ
ଇ-ଥାନା ଭଳି ନୂଆ ବ୍ୟବସ୍ଥା ଫଳରେ ଏଣିକି କାହାର ଗାଡ଼ି ଚୋରି ହେଲେ ଏତଲା ଦେବା ପାଇଁ ଥାନାକୁ ଯିବାର ଆବଶ୍ୟକତା ପଡ଼ିବ ନାହିଁ। ନିଜ ମୋବାଇଲ ଫୋନ୍ ମାଧ୍ୟମରେ ଅବା ସହାୟତା ଆପ୍ ମାଧ୍ୟମରେ ଅନଲାଇନରେ ପୁଲିସ ନିକଟକୁ ଅଭିଯୋଗ ପଠାଇ ପାରିବେ। ପୁଲିସ ଅନଲାଇନରେ ଏତଲାକୁ ପଞ୍ଜିକରଣ କରିବ। ଏହାଫଳରେ ଏତଲାକାରୀଙ୍କୁ ନିଜ ମୋଟର ସାଇକେଲ ଅବା ଗାଡ଼ି ଚୋରିବାବଦ ଇନ୍ୟୁରାନ୍ସ ଦାବି କରିବା ସହଜ ହେବ।
ସେହିପରି ସଡ଼କ ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କ କାଗଜପତ୍ର ଠିକ୍ କରିବା ପାଇଁ ଏକ ମଡ୍ୟୁଲ ପ୍ରସ୍ତୁତ ହୋଇଛି। ଏଥିରେ ବୀମା କମ୍ପାନୀ କିମ୍ବା ସଡ଼କ ଦୁର୍ଘଟଣାର ଶିକାର ବ୍ୟକ୍ତି ଆବଶ୍ୟକ ଦସ୍ତାବିଜ ଡାଉନଲୋଡ୍ କରିପାରିବେ। ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ପାଇଁ ଏହି ସେବା ମାଗଣା ହୋଇଥିବାବେଳେ ବୀମା କମ୍ପାନୀକୁ ସ୍ୱଳ୍ପ ପରିମାଣର ଫି’ ଦେବାକୁ ପଡ଼ିବ। ଏହି ୱେବସାଇଟରେ ଦୁର୍ଘଟଣାର ଏତଲା କପି, ଫାଇନାଲ ଫର୍ମ, ସ୍ପଟ ମ୍ୟାପ, ଡ୍ରାଇଭିଂ ଲାଇସେନ୍ସ, ପୋଷ୍ଟମର୍ଟମ ରିପୋର୍ଟ ସମେତ ସବୁ ତଥ୍ୟ ଉପଲବ୍ଧ ଅଛି।

ସେହିପରି ମେଡିକୋ ଲିଗାଲ ଓପିନିଅନ୍ ସିଷ୍ଟମ ମାଧ୍ୟମରେ ଉଭୟ ପୁଲିସ ଓ ଡାକ୍ତରଙ୍କୁ ସହାୟତା ମିଳିବ। ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ଡାକ୍ତରୀ ପରୀକ୍ଷା ପାଇଁ ପୁଲିସ ଏଣିକି ଅନଲାଇନରେ ରିକ୍ୟୁଜିସନ୍ ପଠାଇପାରିବ। ଏହାଫଳରେ ଡାକ୍ତରୀ ରିପୋର୍ଟ ପାଇବାରେ ଅଯଥା ବିଳମ୍ବ କିମ୍ବା ହାତସଫେଇ କାର୍ଯ୍ୟ ହୋଇପାରିବ ନାହିଁ। ଏହି ଉଦଘାଟନୀ ଉତ୍ସବରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ସଚିବ, ପୁଲିସ ଡିଜିଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos