ଗଞ୍ଜାମ, ଗଜପତିରେ ଭୂକମ୍ପ ଝଟକା

ଗଞ୍ଜାମ(ଓଡ଼ିଶା ରିପୋର୍ଟର):  ଆଜି ସକାଳୁ ସକାଳୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଗଞ୍ଜାମର ପାତ୍ରପୁରରେ ଓ ଗଜପତିର ମୋହନାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୩.୮। ଗଞ୍ଜାମର ପାତ୍ରପୁର, ଚିକିଟି ଓ ଦିଗପହଣ୍ଡିରେ ଓ ଗଜପତିର ମୋହନା, ଅଡ଼ବା, ଆର୍. ଉଦୟଗିରିରେ ବି ଏହି ଝଟକା ଅନୁଭୂତ ହୋଇଥିଲା।  ସକାଳ ୭ଟା ୧୦ରେ ପ୍ରାୟ ୩ରୁ ୪ ସେକେଣ୍ଡରେ ଭୂକମ୍ପ ଝଟକା ଅନୁଭୂତ […]

earth

Niharika Rout
  • Published: Saturday, 08 August 2020
  • , Updated: 08 August 2020, 08:40 AM IST

ଗଞ୍ଜାମ(ଓଡ଼ିଶା ରିପୋର୍ଟର):  ଆଜି ସକାଳୁ ସକାଳୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଗଞ୍ଜାମର ପାତ୍ରପୁରରେ ଓ ଗଜପତିର ମୋହନାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୩.୮।

ଗଞ୍ଜାମର ପାତ୍ରପୁର, ଚିକିଟି ଓ ଦିଗପହଣ୍ଡିରେ ଓ ଗଜପତିର ମୋହନା, ଅଡ଼ବା, ଆର୍. ଉଦୟଗିରିରେ ବି ଏହି ଝଟକା ଅନୁଭୂତ ହୋଇଥିଲା।  ସକାଳ ୭ଟା ୧୦ରେ ପ୍ରାୟ ୩ରୁ ୪ ସେକେଣ୍ଡରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ଭୟରେ ଲୋକେ ଘରୁ ବାହାରି ଆସିଥିଲେ।

Related story