୧୦.୧୧% ହାରରେ ବଢ଼ିବ ରାଜ୍ୟ ଅର୍ଥନୀତି: ବିଗିଡ଼ିଛି କୃଷି କ୍ଷେତ୍ର, ଆଶା ଦେଖାଇଛି ଶିଳ୍ପ କ୍ଷେତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆସନ୍ତାକାଲି (ବୁଧବାର) ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଲେଖାନୁଦାନ ଆଗତ କରିବାକୁ ଯାଉଥିବାବେଳେ ଆଜି ଅର୍ଥନୀତିକ ସର୍ଭେ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଆଗତ କରିଥିବା ଅର୍ଥନୀତିକ ସର୍ଭେ ରିପୋର୍ଟରେ ରାଜ୍ୟ ଅର୍ଥବ୍ୟବସ୍ଥାର ଗୋଲାପୀ ଚିତ୍ର ଦେଖାଇ ‘ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା’ ନିର୍ମାଣର ସ୍ୱପ୍ନ ଦେଖାଇଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୀତି ୫.୩% ହାରରେ ନେଗେଟିଭ୍ ଗ୍ରୋଥ […]

Farmer

Farmer

Ordigital Desk
  • Published: Tuesday, 29 March 2022
  • Updated: 29 March 2022, 08:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆସନ୍ତାକାଲି (ବୁଧବାର) ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଲେଖାନୁଦାନ ଆଗତ କରିବାକୁ ଯାଉଥିବାବେଳେ ଆଜି ଅର୍ଥନୀତିକ ସର୍ଭେ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଆଗତ କରିଥିବା ଅର୍ଥନୀତିକ ସର୍ଭେ ରିପୋର୍ଟରେ ରାଜ୍ୟ ଅର୍ଥବ୍ୟବସ୍ଥାର ଗୋଲାପୀ ଚିତ୍ର ଦେଖାଇ ‘ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା’ ନିର୍ମାଣର ସ୍ୱପ୍ନ ଦେଖାଇଛନ୍ତି ।

୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୀତି ୫.୩% ହାରରେ ନେଗେଟିଭ୍ ଗ୍ରୋଥ କରିଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏଥିରେ ସୁଧାର ଆସି ୧୦.୧% ହାରରେ ଅଭିବୃଦ୍ଧି କରିବ ବୋଲି ଅଗ୍ରୀମ ଆକଳନ କରିଛନ୍ତି । ତେବେ ରାଜ୍ୟର ଗ୍ରାମାଂଚଳରେ ୮୩% ଲୋକ ବସବାସ କରୁଥିବାବେଳେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ଉପରେ ଜୀବନଜୀବିକା ପାଇଁ ଅଧିକାଂଶ ନିର୍ଭରଶୀଳ ଥିବା ସତ୍ତ୍ୱେ ଏହି କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଛି । ୨୦୨୧-୨୨ ଆର୍ଥିକ ବର୍ଷରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ୩.୪୧%ର ନେଗେଟିଭ୍ ଗ୍ରୋଥ୍ କରିବ । କରୋନା କାଳରେ ଏହି କ୍ଷେତ୍ର ୭.୪% ହାରରେ ଅଭିବୃଦ୍ଧି କରିଥିବାବେଳେ ଏବେ ନେଗେଟିଭ୍ ଗ୍ରୋଥ କରିବ ବୋଲି ଆକଳନ କରିଥିବା ରାଜ୍ୟ ସରକାର ଏହି କ୍ଷେତ୍ରକୁ ସୁଧାରିବା ପାଇଁ କୌଣସି ପଦକ୍ଷେପ ନେଇପାରିନାହାନ୍ତି । ଓଲଟା ପ୍ରାକୃତିକ ବିପର୍ଯ୍ୟୟ ଯଥା ‘ୟସ’, ‘ଗୁଲାବ’ ଓ ‘ଜୱାଦ’ ବନ୍ୟା ଓ ମରୁଡ଼ି ଯୋଗୁ କୃଷି କ୍ଷେତ୍ର ପ୍ରଭାବିତ ହୋଇଛି ବୋଲି ସରକାର ସଫେଇ ଦେଇଛନ୍ତି ।

ଅର୍ଥନୀତିକ ସର୍ଭେ ରିପୋର୍ଟରେ ରାଜ୍ୟ ମୋଟ ଘରୋଇ ଉତ୍ପାଦ(ଜିଏସଡିପି) ୨୦୨୧-୨୨ରେ ୧୦.୧% ହାରରେ ବୃଦ୍ଧି ପାଇ ୬ଲକ୍ଷ ୩୮ହଜାର ୩୪୨କୋଟି ଟଙ୍କାରେ ପହଂଚିବ ବୋଲି ଅଗ୍ରୀମ ଆକଳନ ହୋଇଛି । ୨୦୨୦-୨୧(ପ୍ରଥମ ସଂଶୋଧିତ ଆକଳନ)ରେ ରାଜ୍ୟ ଜିଡିପିର ଅଭିବୃଦ୍ଧି ହାର -୫.୩୫% ଥିବାବେଳେ ୨୦୨୧-୨୨ରେ ଏହା ଲମ୍ବା ଡ଼ିଆଁ ମାରି ୧୦.୧୧% ହାରରେ ବୃଦ୍ଧି ହେବ । ଯାହାକି ରାଜ୍ୟ ଅର୍ଥନୀତି ପାଇଁ ଏକ ଶୁଭ ସଙ୍କେତ।୨୦୨୧-୨୨ ଆର୍ଥିକ ବର୍ଷରେ (ଅଗ୍ରୀମ ଆକଳନ ଅନୁସାରେ) କୃଷି ଓ ଆନୁସଙ୍ଗିକ କ୍ଷେତ୍ର (-୩.୪%) ଅଭିବୃଦ୍ଧି ହାରରେ ନେଗେଟିଭ୍ ରହିବ । କିନ୍ତୁ ଶିଳ୍ପ କ୍ଷେତ୍ରରେ(ମ୍ୟାନୁଫାକଚରିଂ ସମେତ) ଅଭିବୃଦ୍ଧି ହାର ସର୍ବାଧିକ ୧୪.୫%, ସେବା କ୍ଷେତ୍ରରେ ୭.୯%ର ବାର୍ଷିକ ଅଭିବୃଦ୍ଧି ହେବ ବୋଲି ଆକଳନ ହୋଇଛି। ତେବେ ଜିଏସଡିପିରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ଭାଗିଦାରୀ ୨୦.୬%, ଶିଳ୍ପ କ୍ଷେତ୍ରର ୩୯.୫% ଓ ସେବା କ୍ଷେତ୍ରର ୩୯.୯% ରହିବ ବୋଲି ଆକଳନ ହୋଇଛି ।

ଅର୍ଥନୀତିକ ସର୍ଭେ ରିପୋର୍ଟରେ ସରକାର ନିଜର ପ୍ରଂଶସା ନିଜେ କରି ରାଜ୍ୟ ଏବେ ଦ୍ରୁତ ଅର୍ଥନୀତିକ ଅଭିବୃଦ୍ଧି ଅଭିମୁଖେ ଅଗ୍ରସର ହେଉଛି ବୋଲି କହିଛନ୍ତି । ରାଜ୍ୟରେ ପୁଞ୍ଜି ନିବେଶ, ନିଯୁକ୍ତି ସୁଯୋଗ ଓ ଜନସଂଖ୍ୟା ନିୟନ୍ତ୍ରଣ ଯୋଗୁ ଅର୍ଥନୀତି ବେଶ୍ ଭଲ ରହିଛି ବୋଲି ଦାବି କରିଛନ୍ତି । ଗତ ଦୁଇବର୍ଷ ଧରି ରାଜ୍ୟର ଅର୍ଥନୀତି ଉପରେ କରୋନାର ମାଡ଼ ରହିଥିବାବେଳେ ସେଥିରୁ ସୁଧୁରି ସରକାର ଅର୍ଥନୀତିକୁ ଦ୍ରୁତ ଗତି ଦେଇଥିବା କହିଛନ୍ତି । ବିଶେଷକରି ସରକାରଙ୍କ ବିକାଶମୂଳକ ଆଭିମୁଖ୍ୟ, ମହାମାରୀର ପ୍ରଭାବୀ ମୁକାବିଲା, କୋଭିଡ୍ ଟୀକାକରଣକୁ ତ୍ୱରାନ୍ୱିତ, ସକ୍ରିୟ ଆର୍ଥିକ ପଦକ୍ଷେପ ଯୋଗୁ ଅର୍ଥନୀତିରେ ଦ୍ରୁତ ସୁଧାର ଆସିଛି । ରାଜ୍ୟର ମୁଣ୍ଡପିଛା ଆୟ ଅଭିବୃଦ୍ଧି ହାର ୧୬.୮% ରହିଛି । ୨୦୧୧-୧୨ରେ ରାଜ୍ୟର ମୁଣ୍ଡପିଛା ଆୟ ୪୮,୪୯୯ଟଙ୍କା ଥିବାବେଳେ ୨୦୨୦-୨୧ରେ ଏହା ୧ଲକ୍ଷ ୯ହଜାର ୭୧ଟଙ୍କା ଓ ୨୦୨୧-୨୨(ଅଗ୍ରୀମ ଆକଳନ)ରେ ଏହା ୧ଲକ୍ଷ ୨୭ହଜାର ୩୮୩ଟଙ୍କାରେ ପହଂଚିବାର ସମ୍ଭାବନା ରହିଛି ।

ସେହିପରି ୨୦୨୧-୨୨ ଆର୍ଥିକ ବର୍ଷର ଅଗ୍ରୀମ ଆକଳନ ଅନୁସାରେ ରାଜ୍ୟ ଜିଡିପି ଅଭିବୃଦ୍ଧି ୧୦.୧୧% ହାରରେ ରହିବାର ସମ୍ଭାବନା ଥିବାବେଳେ ଏହି ଅବଧିରେ ଦେଶର ଅଭିବୃଦ୍ଧି ହାର ୮.୮% ରହିବ । ତେବେ ୨୦୨୦-୨୨ରେ ରାଜ୍ୟ ଜିଡିପି ୫.୩% ସଙ୍କୁଚିତ ହୋଇଥିବାବେଳେ ସର୍ବଭାରତୀୟସ୍ତରରେ ଜିଡିପି ୬.୬% ସଙ୍କୁଚିତ ହୋଇଥିଲା । ତେବେ ପୁଣିଥରେ ଏହି ବିକାଶକୁ ଗତିଶୀଳ କରିବାର ଶ୍ରେୟ ରାଜ୍ୟର ନିର୍ମାଣ ଓ ଉତ୍ପାଦନ(ମ୍ୟାନୁଫାକଚରିଂ) କ୍ଷେତ୍ରକୁ ଯାଉଛି ବୋଲି ସରକାର କହିଛନ୍ତି ।

ରାଜ୍ୟରେ ବେକାରୀ ହାର ୨୦୧୮-୧୯ରେ ୭% ଥିବାବେଳେ ୨୦୧୯-୨୦ରେ ଏହା ୬.୨%କୁ ହ୍ରାସ ପାଇଛି । ସେହିପରି ୨୦୨୧-୨୨ ସଂଶୋଧିତ ଆକଳନ ଅନୁସାରେ ଓଡ଼ିଶାର ଋଣ ବୋଝ ମୋଟ ଜିଏସଡିପିର ୧୯.୫୮% ରହିବ ବୋଲି ରିପୋର୍ଟରେ କୁହଯାଇଛି । ୨୦୨୦-୨୧ରେ ମୋଟ ରାଜ୍ୟ ଜିଡିପିର ୧୯.୬୨% ଋଣବୋଝ ଥିଲା ।

ରାଜ୍ୟରେ କରୋନା କାଳରେ ବି ପୁଞ୍ଜିନିବେଶ ବଢ଼ିଛି । ୨୦୧୯-୨୦ରେ ମୋଟ ୨୦୫ଟି ଶିଳ୍ପ ପ୍ରକଳ୍ପ ସମେତ ମୋଟ ୪ଲକ୍ଷ ୩୮ହଜାର ୯୭୨କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ୨୦୨୧-୨୨ରେ ଏଥିରେ ବୃଦ୍ଧି ହୋଇଛି । ମୋଟ ୩୩୯ଟି ପ୍ରକଳ୍ପ ସମେତ ମୋଟ ୮ଲକ୍ଷ ୪୬ହଜାର ୮୮୦କୋଟି ଟଙ୍କାର ପୁଞ୍ଜି ନିବେଶକୁ ଅନୁମୋଦନ ମିଳିଛି । ଏସବୁ ପୁଞ୍ଜିନିବେଶ ପ୍ରକଳ୍ପ ଯୋଗୁ ୨୦୧୯-୨୦ରେ ୨.୧୬ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ୨୦୨୦-୨୧ରେ ଏହା ୩.୫୨ଲକ୍ଷକୁ ବୃଦ୍ଧି ପାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story