ଇଡି କାର୍ଯ୍ୟାନୁଷ୍ଠ ପ୍ରତିବାଦରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଇନ୍ଦ୍ରାଣୀ ପଟ୍ଟନାୟକ ଓ ତ୍ରିବେଣୀ ଆର୍ଥ ମୁଭର୍ସ ସଂସ୍ଥା

କଟକ: ଇଡି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଦୁଇ ଖଣି ବ୍ୟବସାୟ ସଂସ୍ଥା ଇନ୍ଦ୍ରାଣୀ ପଟ୍ଟନାୟକ ଓ ତ୍ରିବେଣୀ ଆର୍ଥ ମୁଭର୍ସ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ଦୁଇ ସଂସ୍ଥାର ଆକାଉଣ୍ଟ ଫ୍ରିଜ କରିଦିଆଯାଇଛି । ଏହାର ବିରୋଧରେ ସେମାନେ ହାଇକୋର୍ଟରେ ଅପିଲ କରିଛନ୍ତି । ହାଇକୋର୍ଟ ସେମାନଙ୍କ ଅପିଲକୁ ଗ୍ରହଣ କରି ଆସନ୍ତା ୨୭ ତାରିଖରେ ଶୁଣାଣୀ କରାଯିବାକୁ ଦିନ ଧାର୍ଯ୍ୟ କରିଛନ୍ତି । ବେଆଇନ ଖଣି କାରବାର ଘଟଣାର ଭିଜିଲାନ୍ସ ତଦନ୍ତ ଚାଲିଥିବା ବେଳେ […]

High-Court

High-Court

Rakesh Mallick
  • Published: Wednesday, 22 July 2015
  • Updated: 22 July 2015, 02:42 PM IST

Sports

Latest News

କଟକ: ଇଡି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଦୁଇ ଖଣି ବ୍ୟବସାୟ ସଂସ୍ଥା ଇନ୍ଦ୍ରାଣୀ ପଟ୍ଟନାୟକ ଓ ତ୍ରିବେଣୀ ଆର୍ଥ ମୁଭର୍ସ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ଦୁଇ ସଂସ୍ଥାର ଆକାଉଣ୍ଟ ଫ୍ରିଜ କରିଦିଆଯାଇଛି । ଏହାର ବିରୋଧରେ ସେମାନେ ହାଇକୋର୍ଟରେ ଅପିଲ କରିଛନ୍ତି । ହାଇକୋର୍ଟ ସେମାନଙ୍କ ଅପିଲକୁ ଗ୍ରହଣ କରି ଆସନ୍ତା ୨୭ ତାରିଖରେ ଶୁଣାଣୀ କରାଯିବାକୁ ଦିନ ଧାର୍ଯ୍ୟ କରିଛନ୍ତି । ବେଆଇନ ଖଣି କାରବାର ଘଟଣାର ଭିଜିଲାନ୍ସ ତଦନ୍ତ ଚାଲିଥିବା ବେଳେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ଦୁଇ ସଂସ୍ଥା ଚ୍ୟାଲେଞ୍ଜ କରିଛନ୍ତି ।

ଗତ ୨୦ ତାରିଖରେ ଇଡି ପକ୍ଷରୁ ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ପ୍ରତିନିଧି ତଥା ତାଙ୍କ ପୁଅ ଅନୁରାଗ ପଟ୍ଟନାୟକଙ୍କୁ ଜେରା କରିଥିଲା । ସାହିପରି ଗତ ୯ ତାରିଖରେ ସିରାଜଉଦ୍ଦିନ ମାଇନ୍ସ, ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍ସ, ତ୍ରିବେଣୀ ଆର୍ଥ ମୁଭର୍ସ ଏବଂ ଚମ୍ପୁଆ ବିଧାୟକ ସନାତନ ମହାଙ୍କୁଡଙ୍କ ଘରେ ପ୍ରବର୍ତ୍ତନ ନିଦ୍ଦେର୍ଶାଳୟ ବା ଇଡି ଚଢାଉ କରିଥିଲା। ଏହାପରେ ୨ ଖଣି ସଂସ୍ଥା, ଟ୍ରାନ୍ସପୋର୍ଟ ଏଜେନସୀ କର୍ମକର୍ତ୍ତା ଓ କିଛି ସରକାରୀ ଅଧିକାରୀଙ୍କୁ ଜେରା ପାଇଁ ସମନ ଜାରି କରିଥିଲା ଇଡି। ୯ ତାରିଖରେ ଚଢାଉ ଅକ୍ଟୋବରରେ ସେଣ୍ଟ୍ରାଲ ଏମ୍ପପାୱାରଡ କମିଟି ବା ସିଇସି ଦେଇଥିବା ରିପୋର୍ଟ ଆଧାରରେ ହୋଇଥିବା ଚର୍ଚ୍ଚା ହୋଇଥିଲା। ରିପୋର୍ଟରେ ସିରାଜଉଦ୍ଦିନ ଓ ଇନ୍ଦ୍ରାଣୀ ପଟ୍ଟନାୟକ ସହ ବହୁ ଖଣିଙ୍କ କାରବାର ସମ୍ପର୍କରେ ଉଲ୍ଲେଖ କରିଥିଲେ।  ସିଇସିଙ୍କ ରିପୋର୍ଟରେ ଉଲ୍ଲେଖ ଥିଲା ଯେ, ଇନ୍ଦ୍ରାଣୀ ପଟ୍ଟନାୟକ ଏବଂ ସିରାଜଉଦ୍ଦିନ ମାଇନ୍ସର ରେଜିଂ କଣ୍ଟ୍ରାକଟର ଥିଲା ତ୍ରିବେଣୀ ଆର୍ଥ ମୁଭର୍ସ ପ୍ରାଇଭେଟ୍ ଲିମିଟେଡ୍। ତେବେ ରିପୋର୍ଟରେ ଦର୍ଶାଯାଇଛି ରେଜିଂ କଣ୍ଟ୍ରାକଟ ପାଇଁ ଯେଉଁ ଦର ଧାର୍ଯ୍ୟ ହୋଇଛି ତାହା ଅନ୍ୟ ଖଣିରୁ ଉତ୍ତୋଳନ ତୁଳନାରେ ଅସଧାରଣା ଭାବେ ଅଧିକ। ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା ରେଜିଂ କଣ୍ଟ୍ରାକଟ କେବଳ ସାଧାରଣ ବ୍ୟବସାୟୀକ କାରବାର ବୋଲି ଧରାଯିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos