କାଉଡ଼ିଆ ପ୍ରସଙ୍ଗକୁ ନେଇ କଟାକ୍ଷ କଲେ ତଥାଗତ ! ଲେଖିଲେ ଏମିତି କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ପଡ଼ିଛି। ବିଶ୍ୱାସ ରହିଛି ଶ୍ରାବଣ ମାସରେ ମହାଦେବଙ୍କ ନିକଟରେ ବାହୁଙ୍ଗୀରେ ନେଇ ଜଳ ଲାଗି କଲେ ମନୋସ୍କାମନା ପୂରଣ ହୋଇଥାଏ। ଯେଉଁ ଭକ୍ତମାନେ ଏହି ବ୍ରତ ପାଳନ କରିଥାନ୍ତି, ସେମାନଙ୍କୁ କାଉଡ଼ିଆ କୁହାଯାଇଥାଏ। ତେବେ ଭାବ, ଭକ୍ତି ଓ ବିଶ୍ୱାସର ଏହି ପର୍ବକୁ ନେଇ ପୂର୍ବତନ ସାଂସଦ ତଥାଗତ ଶତପଥୀ ପ୍ରଶ୍ନ ଉଠାଇଛନ୍ତି। Start of another season […]

431

431

Tapas Behera
  • Published: Monday, 22 July 2019
  • Updated: 22 July 2019, 04:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ପଡ଼ିଛି। ବିଶ୍ୱାସ ରହିଛି ଶ୍ରାବଣ ମାସରେ ମହାଦେବଙ୍କ ନିକଟରେ ବାହୁଙ୍ଗୀରେ ନେଇ ଜଳ ଲାଗି କଲେ ମନୋସ୍କାମନା ପୂରଣ ହୋଇଥାଏ। ଯେଉଁ ଭକ୍ତମାନେ ଏହି ବ୍ରତ ପାଳନ କରିଥାନ୍ତି, ସେମାନଙ୍କୁ କାଉଡ଼ିଆ କୁହାଯାଇଥାଏ। ତେବେ ଭାବ, ଭକ୍ତି ଓ ବିଶ୍ୱାସର ଏହି ପର୍ବକୁ ନେଇ ପୂର୍ବତନ ସାଂସଦ ତଥାଗତ ଶତପଥୀ ପ୍ରଶ୍ନ ଉଠାଇଛନ୍ତି।

ଏନେଇ ସେ ତାଙ୍କ ଟ୍ୱିଟ୍‌ରେ ବ୍ୟଙ୍ଗାତ୍ମକ ଢଙ୍ଗରେ ଏହି ପରମ୍ପରାକୁ ପରୋକ୍ଷରେ ବେପାର ସର୍ବସ୍ଵ ବୋଲି କହିଛନ୍ତି। କାଉଡ଼ିଆଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି ସେ ଲେଖିଛନ୍ତି ଯେ, “ଅଳିଆ ଆବର୍ଜନା ଏବଂ ରୋଡ୍ ଫାଇଟକୁ ନେଇ ଆଉ ଏକ ସିଜିନ୍‌ ଆରମ୍ଭ ହୋଇଯାଇଛି। ସବୁଠୁ ମଜାର କଥା ହେଉଛି ଏହି ପରମ୍ପରା କେବେ ବି ଆମ ରାଜ୍ୟର ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ ନଥିଲା।

ବିଗତ ୧୫ରୁ ୧୮ ବର୍ଷ ହେଲା ଉତ୍ତର ଭାରତୀୟ ବେପାରୀମାନେ ପ୍ଲାଷ୍ଟିକ୍‌ ତିଆରି ଲୋଟା ଏବଂ ବାହୁଙ୍ଗୀକୁ ନେଇ  ବେପାର କରି ଆସୁଛନ୍ତି।” ଶେଷରେ ସେ ଲେଖିଛନ୍ତି ବେପାର ହେଉଛି ମହାନ। ତଥାଗତଙ୍କ ଏହି ଟ୍ୱିଟ୍‌ ଉପରେ ଅନେକ ରି-ଟ୍ୱିଟ୍‌ କରି ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟତଃ ତଥାଗତ ତାଙ୍କ ଏହି ଟ୍ୱିଟ୍‌ରେ ପ୍ଲାଷ୍ଟିକ୍‌ ବ୍ୟବହାରକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos