ଆକ୍ସନ ମୁଡ୍‌ରେ ମନ୍ତ୍ରୀ ଅରୁଣ: ଚଳିବନି ସାର-ମ୍ୟାଡାମଙ୍କ ମନମାନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକ୍ସନମୁଡ୍‌ରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ। ଆଉ ୫ ଘଣ୍ଟା ନୁହେଁ, ସରକାରୀ କଲେଜରେ ଅଧ୍ୟାପକଙ୍କ ପାଇଁ ଏଣିକି ଓ୍ୱାର୍କିଂ ଆଓ୍ୱାର ରହିବ ୭ ଘଣ୍ଟା। ଅଧ୍ୟାପକଙ୍କ ଉପସ୍ଥାନ ବି ବାୟୋମେଟ୍ରିକ୍ ବ୍ୟବସ୍ଥା ମାଧ୍ୟମରେ ରେକର୍ଡ ହେବ।  ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ସରକାରୀ କଲେଜ ଅଧ୍ୟକ୍ଷ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଗୁଣାତ୍ମକ ଶିକ୍ଷା ଓ ଡ୍ୟୁଟିର ଖିଲାପ କରୁଥିବା ଅଧ୍ୟାପକଙ୍କୁ ସାବାଡ଼ କରିବା ଲାଗି ଏଭଳି […]

67-

67-

Tapas Behera
  • Published: Saturday, 29 June 2019
  • Updated: 29 June 2019, 07:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକ୍ସନମୁଡ୍‌ରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ। ଆଉ ୫ ଘଣ୍ଟା ନୁହେଁ, ସରକାରୀ କଲେଜରେ ଅଧ୍ୟାପକଙ୍କ ପାଇଁ ଏଣିକି ଓ୍ୱାର୍କିଂ ଆଓ୍ୱାର ରହିବ ୭ ଘଣ୍ଟା। ଅଧ୍ୟାପକଙ୍କ ଉପସ୍ଥାନ ବି ବାୟୋମେଟ୍ରିକ୍ ବ୍ୟବସ୍ଥା ମାଧ୍ୟମରେ ରେକର୍ଡ ହେବ।  ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ସରକାରୀ କଲେଜ ଅଧ୍ୟକ୍ଷ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଗୁଣାତ୍ମକ ଶିକ୍ଷା ଓ ଡ୍ୟୁଟିର ଖିଲାପ କରୁଥିବା ଅଧ୍ୟାପକଙ୍କୁ ସାବାଡ଼ କରିବା ଲାଗି ଏଭଳି ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ।

ଏଣିକି ୫ ଘଣ୍ଟା ସ୍ଥାନରେ କଲେଜରେ ୭ ଘଣ୍ଟା ରହିବେ ଅଧ୍ୟାପକ।  ଅଧଘଣ୍ଟା ରହିବ ଲଞ୍ଚ୍ ଆଓ୍ୱାର। ଅଧ୍ୟାପନାରେ ଖିଲାପ କରୁଥିବା ଅଧ୍ୟାପକଙ୍କୁ ସାବାଡ୍ କରିବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି। ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ସରକାରୀ କଲେଜ୍ ଅଧ୍ୟକ୍ଷ ସମ୍ମିଳନୀରେ ଏନେଇ ଆଲୋଚନା ହୋଇଛି। ଅଧ୍ୟାପକମାନେ କଲେଜରେ ୭ ଘଣ୍ଟା ରହୁଛନ୍ତି ନା ନାହିଁ ସେନେଇ ତଦାରଖ କରିବେ କଲେଜ୍ ଅଧ୍ୟକ୍ଷ।

ଅଧ୍ୟାପନା ବାଦ୍ ଗବେଷଣା ଓ ବିଭିନ୍ନ ସରକାରୀ ଯୋଜନାର ସୁଫଳ କିପରି ଛାତ୍ରଛାତ୍ରୀମାନେ ପାଇପାରିବେ ସେନେଇ କାମ କରିବେ। ଖାଲି ଏତିକି ନୁହେଁ ଅଧ୍ୟାପକଙ୍କୁ ଜଗିବ ବାୟୋମେଟ୍ରିକ ମେସିନ୍। ସବୁ ଡିଗ୍ରୀ କଲେଜରେ ବିଶ୍ୱବ୍ୟାଙ୍କ୍ ଫଣ୍ଡରୁ ବାୟୋମେଟ୍ରିକ୍ ମେସିନ୍ ଲଗାଯିବ। ୫୨ଟି ସରକାରୀ କଲେଜ ମଧ୍ୟରୁ ୧୬ଟିରେ ବାୟୋମେଟ୍ରିକ୍ ମେସିନ୍ ଲାଗିସାରିଲାଣି। ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଏହା ସହାୟକ ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ୟୁଜିସି ନିୟମ ଅନୁଯାୟୀ ଅଧ୍ୟାପକମାନେ ସପ୍ତାହକୁ ୨୫ଟି କ୍ଲାସ୍ ଓ ଦିନକୁ ୫ ଘଣ୍ଟା କଲେଜରେ ଅଧ୍ୟାପନା କରିବେ। ୫ଘଣ୍ଟା ପରେ ଗବେଷଣା ଓ ଏକାଡେମିକ୍ ଡେଭଲେପମେଣ୍ଟ କ୍ଷେତ୍ରରେ କାମ କରିବେ। ମାତ୍ର ସରକାରୀ କଲେଜରେ ଅଧ୍ୟାପକମାନେ ୫ ଘଣ୍ଟା ପରେ କଲେଜରୁ ପଳାଉଥିବା ନଜରକୁ ଆସିବା ପରେ ଏଭଳି କଟକଣା ଲଗାଇଛି ଉଚ୍ଚଶିକ୍ଷା ବିଭାଗ। ଅଧ୍ୟାପକଙ୍କ ମନଇଚ୍ଛା ଉପସ୍ଥାନକୁ କଲେଜ ଅଧ୍ୟକ୍ଷମାନେ ସ୍ୱୀକାର କରିଛନ୍ତି। ସେପଟେ ଛାତ୍ରଛାତ୍ରୀଙ୍କ ମତରେ କଲେଜରେ ଅଧ୍ୟାପକମାନେ ଅଧିକ ସମୟ ରହୁ ନଥିବାରୁ ଶିକ୍ଷାଦାନ ଉପରେ ଫୋକସ୍ କରୁନାହାଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos