ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଲୋଇସିଂହା ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଛି। ଆଜି ପୁଇଁତଳା ପ୍ୟାକ୍ସ ଧାନମଣ୍ଡି ଆଗରେ ଏହି ଘଟଣା ଘଟିଛି। ବିଜେଡି କର୍ମୀ ଏହି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବଲାଙ୍ଗିରରେ ହାତାହାତି ହୋଇଛନ୍ତି ବିଜେପି ଓ ବିଜେଡ଼ି ଗୋଷ୍ଠୀ।
ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ପରେ ଏହାକୁ ବିଜପି କର୍ମୀମାନେ ବିରୋଧ କରିଥିଲେ। ଫଳରେ ଉଭୟ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଏଭଳି ଧସ୍ତାଧସ୍ତି ହୋଇଥିଲା। କିଛି ବଡ଼ ଅଘଟଣ ଘଟିବା ଆଗରୁ ପୁଲିସ କର୍ମଚାରୀମାନେ ଦୁଇ ପକ୍ଷଙ୍କୁ ଅଟକାଇବାକୁ ଯୋରଦାର ପ୍ରୟାଶ କରିଥିଲେ।
ଜଣାପଡିଛି ଯେ, ଏହି ଘଟଣା ପୂର୍ବରୁ ଅର୍ଥାତ୍ ଆଜି ସକାଳେ ବଲାଙ୍ଗିର ପୁଇଁନ୍ତଲା ବ୍ଲକ ଭାଲେର ଛକରେ ବିଧାୟକଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ ସ୍ଥାନୀୟ ବିଜେଡି କର୍ମୀମାନେ। ଭାଲେର-କୁରୁଲ ବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଯାଉଥିଲେ ମୁକେଶ ମହାଲିଙ୍ଗ। ଯାହାକୁ ନେଇ ଏଠାରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହାଁ ସ୍ଥିତି ସୃଷ୍ଟି ହୋଇଥିଲା।
ପୁଇଁନ୍ତଲା ପୁଲିସ ଘଟଣାସ୍ଥଳରେ ପହଚିଂବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଘଟଣାରେ ସଂପୃକ୍ତି ସନ୍ଦେହରେ ୨ ବିଜେଡି କର୍ମୀଙ୍କୁ ପୁଇଁତଳା ପୁଲିସ ଅଟକ ରଖିଥିବା ସୂଚନା ମିଳିଛି। ତେବେ ଏନେଇ ବିଜେଡ଼ି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।