ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ପିପିଲି: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଗାଡ଼ି ଉପରକୁ ଆଜି ଅଣ୍ଡା ମାଡ଼ ହୋଇଛି। ଘଟଣାଟି ଘଟିଛି ପିପିଲି ଟୋଲ୍ ଗେଟ୍ ନିକଟରେ। ଲେଖାଶ୍ରୀ ଆଜି ସନ୍ଧ୍ୟାରେ ଦଳୀୟ କର୍ମୀ ସମ୍ମିଳନୀରେ ଯୋଗ ଦେବା ପାଇଁ ପୁରୀ ଜିଲ୍ଲା ଦାଣ୍ଡମୁକୁନ୍ଦପୁରକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ପୋଲିସ୍ ଉପସ୍ଥିତିରେ ତାଙ୍କ ଗାଡ଼ି ଉପରକୁ କିଛି ଅସାମାଜିକ ବ୍ୟକ୍ତି ଅଣ୍ଡା ମାଡ଼ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଅଣ୍ଡାମାଡ଼ ଘଟଣା ସତ୍ତ୍ୱେ […]

egg

Rakesh Mallick
  • Published: Sunday, 27 November 2016
  • , Updated: 27 November 2016, 09:34 PM IST

ପିପିଲି: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଗାଡ଼ି ଉପରକୁ ଆଜି ଅଣ୍ଡା ମାଡ଼ ହୋଇଛି। ଘଟଣାଟି ଘଟିଛି ପିପିଲି ଟୋଲ୍ ଗେଟ୍ ନିକଟରେ।

ଲେଖାଶ୍ରୀ ଆଜି ସନ୍ଧ୍ୟାରେ ଦଳୀୟ କର୍ମୀ ସମ୍ମିଳନୀରେ ଯୋଗ ଦେବା ପାଇଁ ପୁରୀ ଜିଲ୍ଲା ଦାଣ୍ଡମୁକୁନ୍ଦପୁରକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ପୋଲିସ୍ ଉପସ୍ଥିତିରେ ତାଙ୍କ ଗାଡ଼ି ଉପରକୁ କିଛି ଅସାମାଜିକ ବ୍ୟକ୍ତି ଅଣ୍ଡା ମାଡ଼ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ଅଣ୍ଡାମାଡ଼ ଘଟଣା ସତ୍ତ୍ୱେ ଲେଖାଶ୍ରୀ ଦାଣ୍ଡମୁକୁନ୍ଦପୁର ଯାଇ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ। ଏଭଳି ଘଟଣାରେ ସେ ଭୟଭୀତ ହେବେ ନାହିଁ ବୋଲି କହିଛନ୍ତି।

କିଛି ଦିନ ତଳେ ବଲାଙ୍ଗିରରେ ପିପିଲି ବିଧାୟକ ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଗାଡ଼ି ଉପରକୁ ବିଜେପି କର୍ମୀ ଅଣ୍ଡା ମାଡ଼ କରିଥିଲେ। ତା’ର ଜବାବରେ ଆଜି ଲେଖାଶ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରାଯାଇଛି ବୋଲି କୁହାଯାଉଛି।

Related story