ବଡ଼ଭାଇର ଖଣ୍ଡା ଚୋଟରେ ସାନଭାଇର ମୃତ୍ୟୁ

ରାୟଗଡ଼ା(ମାଉଡ଼ି ବାରିକ): ବଡ଼ଭାଇର ଖଣ୍ଡା ଚୋଟରେ ସାନଭାଇର ମୃତ୍ୟୁ ହୋଇଛି। ବାପାଙ୍କ ଶ୍ରାଦ୍ଧ ବାର୍ଷିକୀ କର୍ମରେ ବଡ଼ଭାଇକୁ ବାରଣ କରିବାରୁ ଏହି ହତ୍ୟାକାଣ୍ଡ ଘଟିଛି। ରାୟଗଡ଼ା ଜିଲ୍ଲା ସଦର ବ୍ଲକ କାଶୀପୁରର ଖଣ୍ଟିଆ ସାହିରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ପ୍ରଦୀପ ରାଉଳ (ପିପୁ)। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି। ସୂଚନା ମୁତାବକ, ବଡ଼ଭାଇ ଦୀପୁ ରାଉଳ ପିତାଙ୍କ ଶ୍ରାଦ୍ଧ ବାର୍ଷିକୀ କର୍ମରେ ସାମିଲ ହେବା ନେଇ ସାନ ଭାଇ ପ୍ରଦୀପ […]

Untitled-2

  • Published: Sunday, 10 July 2022
  • , Updated: 10 July 2022, 10:01 PM IST

ରାୟଗଡ଼ା(ମାଉଡ଼ି ବାରିକ): ବଡ଼ଭାଇର ଖଣ୍ଡା ଚୋଟରେ ସାନଭାଇର ମୃତ୍ୟୁ ହୋଇଛି। ବାପାଙ୍କ ଶ୍ରାଦ୍ଧ ବାର୍ଷିକୀ କର୍ମରେ ବଡ଼ଭାଇକୁ ବାରଣ କରିବାରୁ ଏହି ହତ୍ୟାକାଣ୍ଡ ଘଟିଛି। ରାୟଗଡ଼ା ଜିଲ୍ଲା ସଦର ବ୍ଲକ କାଶୀପୁରର ଖଣ୍ଟିଆ ସାହିରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ପ୍ରଦୀପ ରାଉଳ (ପିପୁ)। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

ସୂଚନା ମୁତାବକ, ବଡ଼ଭାଇ ଦୀପୁ ରାଉଳ ପିତାଙ୍କ ଶ୍ରାଦ୍ଧ ବାର୍ଷିକୀ କର୍ମରେ ସାମିଲ ହେବା ନେଇ ସାନ ଭାଇ ପ୍ରଦୀପ କୁମାର ରାଉଳ ବାରଣ କରିଥିଲେ। କାରଣ ବଡ଼ ଭାଇ ଦୀପୁ ଭିନ୍ନ ଜାତିର ଝିଅକୁ ବାହା ହୋଇଛନ୍ତି। ଏଣୁ ସେ ପିତାଙ୍କ କାର୍ଯ୍ୟରେ ଯୋଗଦେଇ ପାରିବେନି ବୋଲି ସାନଭାଇ କହିଥିଲା। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟର ଜୋରଦାର ପାଟିତୁଣ୍ଡ ହୋଇଥିଲା। ଏତିକି ବେଳେ ବଡ଼ଭାଇ ଦୀପୁ ଏକ ଖଣ୍ଡାରେ ସାନ ଭାଇର ମୁଣ୍ଡ ଓ ଗୋଡ଼ରେ ଚୋଟ ପରେ ଚୋଟ ପକାଇଥିଲେ।

ଯେଉଁଥିରେ ସାନ ଭାଇର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଖବର ପାଇ କାଶୀପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି। ଏଥିସହ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ଦୀପୁ ଫେରାର ହୋଇଯାଇଛି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନି।

Related story