ପାରିବାରିକ କଳହ ହେଲା କାଳ: ସାନଭାଇ ତଣ୍ଟି କାଟି ଦେଲା ବଡ଼ଭାଇ

କଟକ: ପାରିବାରିକ କଳହ ଯେ, କେତେ ଭୟଙ୍କର ହୋଇପାରେ କଟକ ଜିଲ୍ଲା ବାଙ୍କି ଥାନା ପାଟପୁର ଗୋଖାସିହି ଘଟଣାରୁ ଜଣାପଡୁଛି। ଏହି ସାହିରେ ଜଣେ ବ୍ୟକ୍ତି ବ୍ଲେଡରେ ତାଙ୍କ ସାନ ଭାଇଙ୍କ ତଣ୍ଟି କାଟି ହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ପ୍ରଭାତ ମଲ୍ଲିକ। ପାରିବାରିକ କଳହରୁ ପ୍ରଭାତଙ୍କ ବେକକୁ ବ୍ଲେଡ ସାହାଯ୍ୟରେ ତାଙ୍କ ବଡଭାଇ ଅରୁଣ କାଟି ଦେଇଥିବା ନେଇ ଅଭିଯୋଗ ହୋଇଛି। ପ୍ରଭାତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡମେଡିକାଲକୁ ନିଆଯାଉଥିବା ବାଟରେ ତାଙ୍କର ମୃତ୍ୟୁ […]

banki

Rakesh Mallick
  • Published: Sunday, 06 August 2017
  • , Updated: 06 August 2017, 05:35 PM IST

କଟକ: ପାରିବାରିକ କଳହ ଯେ, କେତେ ଭୟଙ୍କର ହୋଇପାରେ କଟକ ଜିଲ୍ଲା ବାଙ୍କି ଥାନା ପାଟପୁର ଗୋଖାସିହି ଘଟଣାରୁ ଜଣାପଡୁଛି। ଏହି ସାହିରେ ଜଣେ ବ୍ୟକ୍ତି ବ୍ଲେଡରେ ତାଙ୍କ ସାନ ଭାଇଙ୍କ ତଣ୍ଟି କାଟି ହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ପ୍ରଭାତ ମଲ୍ଲିକ।

ପାରିବାରିକ କଳହରୁ ପ୍ରଭାତଙ୍କ ବେକକୁ ବ୍ଲେଡ ସାହାଯ୍ୟରେ ତାଙ୍କ ବଡଭାଇ ଅରୁଣ କାଟି ଦେଇଥିବା ନେଇ ଅଭିଯୋଗ ହୋଇଛି। ପ୍ରଭାତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡମେଡିକାଲକୁ ନିଆଯାଉଥିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି।

ଘଟଣା ପରେ ଅରୁଣ ଫେରାର ହୋଇଯାଇଛି।

Related story