ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେବ ନୂଆ ତାରିଖ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଆସନରେ ବିଧାନସଭା ନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଜାରି ହେବ। ଉପନିର୍ବାଚନ ପାଇଁ ସଂପୂର୍ଣ୍ଣ ତାରିଖ ଆଉ ଥରେ ପ୍ରକାଶ ପାଇବ। ବୁଧବାର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯାଇଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ। ଲୋହାନୀ କହିଛନ୍ତି, ଉପନିର୍ବାଚନ ପାଇଁ ସମସ୍ତ ପ୍ରକ୍ରିୟା ଚାଲିଥିଲା। କିନ୍ତୁ ହଠାତ କାଲି ଗୋଟିଏ ଦୁଃଖଦ ଘଟଣା ଘଟିଛି। […]

sushil-lohani

Ranjit Kumar Jena
  • Published: Thursday, 15 April 2021
  • , Updated: 15 April 2021, 03:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଆସନରେ ବିଧାନସଭା ନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଜାରି ହେବ। ଉପନିର୍ବାଚନ ପାଇଁ ସଂପୂର୍ଣ୍ଣ ତାରିଖ ଆଉ ଥରେ ପ୍ରକାଶ ପାଇବ। ବୁଧବାର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯାଇଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ।

ଲୋହାନୀ କହିଛନ୍ତି, ଉପନିର୍ବାଚନ ପାଇଁ ସମସ୍ତ ପ୍ରକ୍ରିୟା ଚାଲିଥିଲା। କିନ୍ତୁ ହଠାତ କାଲି ଗୋଟିଏ ଦୁଃଖଦ ଘଟଣା ଘଟିଛି। ରିଟର୍ଣ୍ଣିଂ ଅଫିସରଙ୍କ ପାୱାର ବଳରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ନିର୍ବାଚନ କମିଶନ ସାନି ତାରିଖ ଘୋଷଣା କରିବେ। ଯେଉଁ ଦିନ ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ, ତା'ର ୭ ଦିନ ଭିତରେ ନାମାଙ୍କନ ପତ୍ର ଦାଖଲ ହେବ। ଯେଉଁସବୁ ପ୍ରକ୍ରିୟା ରହିଛି ସେହି ଅନୁସାରେ ନିର୍ବାଚନ ହେବ। ଅତିକମରେ କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ୧୫ ଦିନ ସମୟ ଦିଆଯିବ। କେବଳ ଜାତୀୟ କଂଗ୍ରେସ ପାର୍ଥୀ ହିଁ ନାମାଙ୍କନ ଦାଖଲ କରିପାରବେ ବୋଲି ଲୋହାନୀ କହିଛନ୍ତି।

ବୁଧବାର ପ୍ରାର୍ଥୀଙ୍କ ମୃତ୍ୟୁ ଖବର ନିର୍ବାଚନ କମିଶନଙ୍କ ନିକଟକୁ ପଠାଯାଇଥିଲା। ନିର୍ବାଚନ କମିଶନଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପରେ କୌଣସି ନିଷ୍ପତ୍ତି ନିଆଯିବ। ପିପିଲି ବିଧାନସଭା ନିର୍ବାଚନ କମିଶନ ଯେଉଁ ତାରିଖ ଧାର୍ଯ୍ୟ କରିବେ, ସେ ଅନୁସାରେ ଭୋଟ୍ ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

ସୂଚନାଯୋଗ୍ୟ, ବୁଧବାର ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ହୋଇଥିଲା। ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତ ଯୋଗୁ ପିପିଲି ଉପନିର୍ବାଚନକୁ ସ୍ଥଗିତ କରାଯାଇଛି।

Related story