ଛାତ୍ର ସଂସଦ ନିର୍ବାଚନକୁ ନେଇ ସରଗରମ କଲେଜ କ୍ୟାମ୍ପସ, ପ୍ରାର୍ଥିପତ୍ର ଦାଖଲ ଶେଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛାତ୍ର ସଂସଦ ନିର୍ବାଚନକୁ ନେଇ ସରଗରମ ହେଉଛି କଲେଜ କ୍ୟାମ୍ପସ। ଆଶାୟୀ ପ୍ରାର୍ଥୀମାନେ ସକାଳ ୯ଟାରୁ ଦିନ ୧୨ଟା ଭିତରେ ନିଜ ନିଜ ସମର୍ଥକଙ୍କ ଗହଣରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଛାତ୍ର ଅଶାନ୍ତି ପାଇଁ ରେଭେନ୍ସା, ବାଣୀବିହାର, ଜ୍ୟୋତିବିହାର ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର କେତେକ କଲେଜରେ ନିର୍ବାଚନ ବାତିଲ ହୋଇଛି। ଛାତ୍ର ସଂସଦ ନିର୍ବାଚନର ପ୍ରାରମ୍ଭିକ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। […]

bjb-collcge

Manoranjan Sial
  • Published: Wednesday, 03 October 2018
  • , Updated: 03 October 2018, 06:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛାତ୍ର ସଂସଦ ନିର୍ବାଚନକୁ ନେଇ ସରଗରମ ହେଉଛି କଲେଜ କ୍ୟାମ୍ପସ। ଆଶାୟୀ ପ୍ରାର୍ଥୀମାନେ ସକାଳ ୯ଟାରୁ ଦିନ ୧୨ଟା ଭିତରେ ନିଜ ନିଜ ସମର୍ଥକଙ୍କ ଗହଣରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଛାତ୍ର ଅଶାନ୍ତି ପାଇଁ ରେଭେନ୍ସା, ବାଣୀବିହାର, ଜ୍ୟୋତିବିହାର ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର କେତେକ କଲେଜରେ ନିର୍ବାଚନ ବାତିଲ ହୋଇଛି।

ଛାତ୍ର ସଂସଦ ନିର୍ବାଚନର ପ୍ରାରମ୍ଭିକ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ବାଣୀବିହାରରେ ନିର୍ବାଚନ ବନ୍ଦ ହେବା ପରେ ଫୋକସ୍‌ରେ ରହିଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ। ସେଠାରେ ପ୍ରାର୍ଥୀ ହୋଇଥିବା ଛାତ୍ରୀମାନେ ବାଜା ରୋଷଣୀ ସହ ନିଜ ନିଜ ସମର୍ଥକଙ୍କ ଗହଣରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ରାଜଧାନୀର ଅନ୍ୟତମ ପ୍ରମୁଖ କଲେଜ ବିଜେବିରେ ତ୍ରିମୁଖୀ ଲଢେଇ ହେବ। ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକଙ୍କ ସହିତ ରାଲିରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କଲେଜ କର୍ତ୍ତପକ୍ଷ କହିଛନ୍ତି, ଲିଙ୍ଗଡୋ କମିଶନଙ୍କ ନିୟମକୁ ପାଳନ କରାଯିବ।

[caption id="attachment_283329" align="aligncenter" width="750"] ବିଜେବି ମହାବିଦ୍ୟାଳୟ[/caption]

କଟକର ଶୈଳବାଳା, ଖ୍ରୀଷ୍ଟ ଓ ଜେକେବିକେ କଲେଜରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାଉରକେଲାରେ ଥିବା ୯ଟି କଲେଜରେ ଛାତ୍ର ସଂସଦ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କରାଯାଇଛି।

ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ କ୍ଲଷ୍ଟର ୟୁନିଭରସିଟି ଓ ବିନାୟକ ଆଚାର୍ଯ୍ୟ କଲେଜରେ ଶାନ୍ତିପୂର୍ଣ୍ଣ ଭାବେ ନାମାଙ୍କନ ପତ୍ର ଦାଖଲ ସରିଛି।

ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ଯାଜପୁରର ବ୍ୟାସନଗର ଅଟୋନୋମସ୍‌ କଲେଜ ଓ ଜୟପୁରର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରି ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସେପଟେ ଏବିଭିପି ଓ ଛାତ୍ର କଂଗ୍ରେସ ନିଶାନାରେ ଛାତ୍ର ବିଜେଡି। ଯେଉଁ ଯେଉଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଜେଡିର ପରାଜୟ ଆଶଙ୍କା ରହିଛି, ସେହି ସେହି ସ୍ଥାନରେ ଜାଣିଶୁଣି ଗଣ୍ଡଗୋଳ କରି ନିର୍ବାଚନ ବାତିଲ କରାଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ର କଂଗ୍ରେସ ଓ ଏବିଭିପି।

Related story