ଉପଭୋକ୍ତା ଆଶ୍ୱସ୍ତ, ବଢ଼ିଲାନି ବିଦ୍ୟୁତ ଦର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଆଶଙ୍କାରେ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମଧ୍ୟ ବିଦ୍ୟୁତ ଦରକୁ ଅପରିବର୍ତ୍ତିତ ରଖିଛନ୍ତି। ଘରୋଇ, ବ୍ୟବସାୟିକ ଓ ଶିଳ୍ପ ସଂସ୍ଥାର ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି। ବିଦ୍ୟୁତ ଦର ସଂକ୍ରାନ୍ତ ନୂଆ ନିର୍ଦ୍ଦେଶନାମା ମେ’ ପହିଲାରୁ ଲାଗୁ ହେବ। କରୋନା ପରିସ୍ଥିତି ଯୋଗୁ ରିଟେଲ ସପ୍ଲାଇ ଟାରିଫ(ଆରଏସଟି) ଓ ବିଏସପି(ବଲକ ସପ୍ଲାଇ ଟାରିଫ) ମଧ୍ୟ ବୃଦ୍ଧି କରାଯାଇନି। […]

electrict

electrict

Manoranjan Sial
  • Published: Wednesday, 22 April 2020
  • Updated: 22 April 2020, 07:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଆଶଙ୍କାରେ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମଧ୍ୟ ବିଦ୍ୟୁତ ଦରକୁ ଅପରିବର୍ତ୍ତିତ ରଖିଛନ୍ତି। ଘରୋଇ, ବ୍ୟବସାୟିକ ଓ ଶିଳ୍ପ ସଂସ୍ଥାର ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି। ବିଦ୍ୟୁତ ଦର ସଂକ୍ରାନ୍ତ ନୂଆ ନିର୍ଦ୍ଦେଶନାମା ମେ’ ପହିଲାରୁ ଲାଗୁ ହେବ। କରୋନା ପରିସ୍ଥିତି ଯୋଗୁ ରିଟେଲ ସପ୍ଲାଇ ଟାରିଫ(ଆରଏସଟି) ଓ ବିଏସପି(ବଲକ ସପ୍ଲାଇ ଟାରିଫ) ମଧ୍ୟ ବୃଦ୍ଧି କରାଯାଇନି। ତେବେ ପରିସ୍ଥିତିରେ ସୁଧାର ଆସିଲେ ଚଳିତ ଆର୍ଥିକ ବର୍ଷରେ ଏହି ଟାରିଫର ପୁନର୍ବିଚାର କରାଯାଇପାରେ ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି। ଗତବର୍ଷ ସାଧାରଣ ନିର୍ବାଚନ ଯୋଗୁ ରାଜ୍ୟରେ ବିଦ୍ୟୁତ ଦେୟ ବୃଦ୍ଧି ହୋଇନଥିଲା।

ଗତବର୍ଷ ଭଳି ଘରୋଇ ଉପଭୋକ୍ତାଙ୍କୁ ପ୍ରଥମ ୫୦ ୟୁନିଟ୍ ପିଛା ୨.୫୦ ଟଙ୍କା, ୫୦ରୁ ୨୦୦ ୟୁନିଟ ପାଇଁ ୪.୩୦ଟଙ୍କା ଓ ୨୦୦ରୁ ୪୦୦ୟୁନିଟ୍ ପାଇଁ ୫.୩୦ଟଙ୍କା ଓ ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ୍ ପିଛା ୫.୭୦ ଟଙ୍କା ହିସାବରେ ମାସିକ ବିଦ୍ୟୁତ ଦେୟ ଦେବାକୁ ପଡ଼ିବ। ଡିଜିଟାଲ ମୋଡରେ ବିଦ୍ୟୁତ ଦେୟକୁ ପ୍ରୋତ୍ସାହନ କରିବା ନିମନ୍ତେ ଉପଭୋକ୍ତାଙ୍କୁ ୨ ପ୍ରତିଶତ ରିହାତି ଓ ସମସ୍ତ ପ୍ରି-ପ୍ରେଡ୍ ଗ୍ରାହକଙ୍କୁ ମଧ୍ୟ ୨ପ୍ରତିଶତ ରିହାତି ମିଳିବ। ଓଇଆରସିଙ୍କ ନିର୍ଦ୍ଦେଶ ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷରେ ବିଦ୍ୟୁତ ଯୋଗାଣ ପାଇଁ ଏକ ୟୁନିଟ୍ ପିଛା ହାରାହାରି ୪୮୨.୨୬ ପଇସା ଖର୍ଚ୍ଚ ହେଉଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ତାହା ୫୦୩.୩୮ ପଇସାକୁ ବୃଦ୍ଧି ପାଇଛି। ଏହାସତ୍ୱେ ଗ୍ରାହକଙ୍କ ଉପରେ କୌଣସି ଆର୍ଥିକ ଚାପ କମିଶନ ପକାଇ ନାହାନ୍ତି।

ଅବଶ୍ୟ ଗ୍ରୀଡକୋ ଉପରେ ଆର୍ଥିକ ବୋଝ ରହିବ। କାରଣ ୨୦୨୦-୨୧ ଆର୍ଥିକ ବର୍ଷରେ ଗ୍ରୀଡକୋ ମୋଟ ୨୯୦୧୮.୭୬ ମିଲିୟନ ୟୁନିଟ୍ ବିଦ୍ୟୁତ କିଣି ବିଦ୍ୟୁତ ବଣ୍ଟନକାରୀ ସଂସ୍ଥାଗୁଡ଼ିକୁ ୨୮୦୯୦ ମିଲିୟନ ୟୁନିଟ୍ ବିକ୍ରି କରିବ। ୨୦୧୯-୨୦ରେ ଗ୍ରୀଡକୋ ୟୁନିଟ୍ ପିଛା ୨୫୯.୮୮ ପଇସାରେ ବିଦ୍ୟୁତ କିଣିଥିବାବେଳେ ଏଥର ୨୭୮.୫୭ ପଇସାରେ ବିଦ୍ୟୁତ କିଣିବ। ମାତ୍ର ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଥିବାରୁ ଗ୍ରୀଡକୋକୁ ପ୍ରାୟ ୬୬୦.୧୫କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ।

ସୂଚନାଯୋଗ୍ୟ, ଗତ କିଛିବର୍ଷ ଧରି ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି । ଚଳିତବର୍ଷ କରୋନା ଯୋଗୁ ବିଦ୍ୟୁତ ଦର ବଢ଼ି ନଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିଲେ ଗ୍ରାହକଙ୍କ ଉପରେ ବୋଝ ବଢ଼ିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story