ଯାଜପୁର(ଓଡ଼ିଶା ରିପୋର୍ଟର): ପ୍ରାୟ ୧୦ ଦିନର ଆତଙ୍କ ଏବଂ ତନାଘନା ପରେ ଶେଷରେ କାବୁ ହେଲା ଯାଜପୁର ଜିଲ୍ଲାର ସେହି ନରହନ୍ତା ଦନ୍ତା। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ କଣ୍ଟିପୁର ଜଙ୍ଗଲରୁ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରାଯାଇଛି। ୨ଥର ଟ୍ରାଙ୍କୁଲାଇଜ୍ କରାଯାଇ ହାତୀକୁ କାବୁ କରିଛନ୍ତି ବନବିଭାଗ କର୍ମଚାରୀ।
ଗତକାଲିଠୁ ଏହି ହାତୀକୁ ଠାବ କରିବା ପରେ ଆଜି ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ତାର ଗତିବିଧିକୁ ଅନୁଧ୍ୟାନ କରାଯାଇଥିଲା। ଏହାପରେ ଆଜି ପୂର୍ବାହ୍ନରୁ ନନ୍ଦନକାନନ ଓ ଶିମିଳିପାଳର ଏକ୍ସପର୍ଟ ଟିମ୍ ସମେତ ସ୍ଥାନୀୟ ବନକର୍ମଚାରୀ ଜଙ୍ଗଲ ଭିତରକୁ ଯାଇ ଟ୍ରାଙ୍କୁଲାଇଜ୍ କରି ଉକ୍ତ ଦନ୍ତାକୁ କାବୁ କରିବାରେ ସଫଳ ହୋଇଥିଲେ । ଗତ ୧୦ ଦିନ ହେଲା ଯାଜପୁର ଜିଲ୍ଲାର ସୁକିନ୍ଦା, କୋରେଇ ଏବଂ ଧର୍ମଶାଳା ଇଲାକାରେ ଘରଦ୍ୱାର ଭଙ୍ଗାରୁଜା କରିବା ସହ ୪ ଜଣଙ୍କ ଜୀବନ ନେଇଥିଲା ଦନ୍ତା। ଦାନଗଦି ଧପଙ୍ଖିର ଜଣେ, କୋରୋଇ ଗୋଡିପାଟଣାର ୨ ଜଣ ଏବଂ ଟମକା ଅଞ୍ଚଳରେ ଜଣଙ୍କୁ ହତ୍ୟା କରିଥିଲା ଟମକା ରେଞ୍ଜରୁ ଆସିଥିବା ଏହି ବଣୁଆ ହାତୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନକଲି ସୁନା ଦେଇ ଲୁଟିବାକୁ ବସିଥିଲେ, ମାଡ଼ି ବସିଲା ପୁଲିସ୍
ଦେଖିବାକୁ ପୁରା ସୁନା ପରି ଚିକଚିକ୍ କରୁଥିଲା। ତିଳେ ବି ସନ୍ଦେହ ହେବାର ନ ଥିଲା। ଏପରି ନକଲି ସୁନା ଦେଇ ଅସଲି ଟଙ୍କା ଲୁଟିବାକୁ ବସିଥିଲା ଧୂର୍ତ୍ତ । ମାତ୍ର ତା’ ପୂର୍ବରୁ ମାଡ଼ି ବସିଲା ପୁଲିସ୍।
Events & Festivals
ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଓଡ଼ିଶାର ବିକାଶରେ ପ୍ରବାସୀ ସାମିଲ୍ ହୁଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁଞ୍ଜିନିବେଶ କରିବାକୁ ଯେଉଁସବୁ ଆବଶ୍ୟକତା ଅଛି, ସେ ସବୁ ଓଡ଼ିଶାରେ ପୂରଣ ହେବ।
Events & Festivals
ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଉଦଘାଟନ କଲେ ମୋଦି, କହିଲେ- ପ୍ରତି ପ୍ରବାସୀଙ୍କ ହୃଦୟରେ ଭାରତର ସ୍ପନ୍ଦନ
ଦୁନିଆରେ ଯେତେବେଳେ ଖଣ୍ଡା ମୁନରେ ସାମ୍ରାଜ୍ୟ ବଢ଼ା ଯାଉଥିଲା ସେତେବେଳେ ସମ୍ରାଟ ଅଶୋକ ଏଠାରେ ଶାନ୍ତିର ବାଟ ବାଛିଥିଲେ। ସେ ଏଠାରେ ଧର୍ମାଶୋକରେ ପରିଣତ ହୋଇଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ବୋଲି କହିଲେ ମୋଦି।
Events & Festivals
ପ୍ରବାସୀ ଭାରତୀୟ ସମ୍ମିଳନୀ: ଓଡ଼ିଶାର କଳା, ସଂସ୍କୃତିକୁ ପ୍ରଶଂସା କଲେ ଜୟଶଙ୍କର
ଭୁବନେଶ୍ୱରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ବାଲିଯାତ୍ରାର ଉଦାହରଣ ଦେଲେ ଜୟଶଙ୍କର। ପ୍ରବାସୀ ଭାରତୀୟ ସମ୍ମିଳନୀ ପାରିବାରିକ ପୁନର୍ମିଳନ ଭଳି ବୋଲି କହିଲେ।
Miscellaneous
ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ୨୦ ତାରିଖରୁ ଟ୍ରାଏଲ୍ ରନ୍
ମହିଳା ଓ ପୁରୁଷ ଦର୍ଶନାର୍ଥୀଙ୍କ ପାଇଁ ଅଲଗା ଅଲଗା ଧାଡ଼ିରେ ଦର୍ଶନ ବ୍ୟବସ୍ଥା ହେବ। ଭକ୍ତଙ୍କୁ ଶହେ ଟଙ୍କାରେ ମହାପ୍ରସାଦ ଯୋଗାଇ ଦେବାକୁ ଅନ୍ନ ଯଜ୍ଞର ବ୍ୟବସ୍ଥା କରାଯାଉଛି କହିଲେ ଆଇନ ମନ୍ତ୍ରୀ।