ଖାଦ୍ୟ ପାଇଁ ଆସିଥିଲା, ଚାଲିଗଲା ଜୀବନ

ଅନୁଗୋଳ (ବିରଜା ଦାଶ): ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ନିଜ ସାଥୀଙ୍କ ସହିତ ଚାଲି ଆସିଥିଲା ଗୋଟିଏ ଦନ୍ତା ହାତୀ। ହେଲେ ଆଉ ଜଙ୍ଗଲକୁ ଫେରି ପାରିଲା। ହାତୀଟି ପୋଖରୀ ପାଖରେ ପଡ଼ି ମରିଗଲା। ଆଜି ଏପରି ଘଟଣା ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ବାମୁର ରେଞ୍ଜର କଦଳୀମୁଣ୍ଡା ଗାଁରେ ଘଟିଛି। ଆଜି ସକାଳେ କଦଳୀମୁଣ୍ଡା ଗାଁ ନିକଟକୁ ଗୋଟିଏ ହାତୀ ପଲ ଆସିଥିଲା। ପରେ ହାତୀ ପଲ ଜଙ୍ଗଲ ଅଭିମୁଖେ ଚାଲି ଯାଇଥିଲା। ତେବେ ସେମାନଙ୍କ […]

dkl

dkl

Manoranjan Sial
  • Published: Sunday, 25 October 2020
  • Updated: 25 October 2020, 03:44 PM IST

Sports

Latest News

ଅନୁଗୋଳ (ବିରଜା ଦାଶ): ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ନିଜ ସାଥୀଙ୍କ ସହିତ ଚାଲି ଆସିଥିଲା ଗୋଟିଏ ଦନ୍ତା ହାତୀ। ହେଲେ ଆଉ ଜଙ୍ଗଲକୁ ଫେରି ପାରିଲା। ହାତୀଟି ପୋଖରୀ ପାଖରେ ପଡ଼ି ମରିଗଲା। ଆଜି ଏପରି ଘଟଣା ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ବାମୁର ରେଞ୍ଜର କଦଳୀମୁଣ୍ଡା ଗାଁରେ ଘଟିଛି।

ଆଜି ସକାଳେ କଦଳୀମୁଣ୍ଡା ଗାଁ ନିକଟକୁ ଗୋଟିଏ ହାତୀ ପଲ ଆସିଥିଲା। ପରେ ହାତୀ ପଲ ଜଙ୍ଗଲ ଅଭିମୁଖେ ଚାଲି ଯାଇଥିଲା। ତେବେ ସେମାନଙ୍କ ଭିତରୁ ଗୋଟିଏ ଦନ୍ତା ହାତୀଟି ଯାଇପାରିନଥିଲା। ଚାଳିପାରୁ ନଥିବାରୁ ହାତୀଟି ଗାଁ ନିକଟ ପୋଖରୀ ପାଖରେ ରହିଯାଇଥିଲା। ଏନେଇ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ।

ବନ ବିଭାଗର ଏକ ଟିମ ପ୍ରାଣୀ ଚିକିତ୍ସକଙ୍କ ସହ କଦଳୀମୁଣ୍ଡା ଗାଁରେ ପହଞ୍ଚିଥିଲା। ହାତୀ ଅସୁସ୍ଥତାର କାରଣ ଜାଣିବା ପାଇଁ ଉଦ୍ୟମ କରିବା ସହିତ ଖାଦ୍ୟ ଓ ପାନୀୟ ଯୋଗାଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେହି ଅସୁସ୍ଥ ହାତୀର ମୃତ୍ୟୁ ହୋଇ ଯାଇଥିଲା।

ମୃତ ହାତୀର ବୟସ ୬ରୁ ୭ବର୍ଷ ହେବ। ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପ୍ରାଥମିକ ଅନୁସନ୍ଧାନରୁ ଅସୁସ୍ଥତା କାରଣରୁ ମୃତ୍ୟୁ ଘଟିଥିବା ବନବିଭାଗ ଅନୁମାନ କରୁଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବାମୁର ରେଞ୍ଜ ଅଫିସର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos