ପିପିଲିରେ ଦନ୍ତା ଉତ୍ପାତ; ୪ ଜଣଙ୍କୁ କଚାଡ଼ି ମାରିଲା

ପିପିଲି(ଦ୍ୱିତିକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ପିପିଲିରେ ଦନ୍ତା ଆତଙ୍କରେ ଭୟଭୀତ ହୋଇ ପଡ଼ିଛନ୍ତି ଲୋକେ। ଚନ୍ଦକା ଜଙ୍ଗଲରୁ ଚାଲି ଆସିଥିବା ଏହି ଦନ୍ତା ଆକ୍ରମଣରେ ଗତକାଲି ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୬ ଜଣ ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ବିଳମ୍ବିତ ରାତିରେ ନରହନ୍ତା ଦନ୍ତା ଦୟା ନଦୀ ବ୍ରିଜ୍ ପାର୍ ହୋଇଥିବା ସୂଚନା ରହିଛି । ଦନ୍ତାକୁ ବରୁଣେଇ ପାହାଡ଼କୁ ଘଉଡ଼ାଇବାକୁ ବନ ବିଭାଗ ପ୍ରାଣ […]

hati-1

hati-1

Niharika Rout
  • Published: Monday, 24 February 2020
  • Updated: 24 February 2020, 07:55 AM IST

Sports

Latest News

ପିପିଲି(ଦ୍ୱିତିକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ପିପିଲିରେ ଦନ୍ତା ଆତଙ୍କରେ ଭୟଭୀତ ହୋଇ ପଡ଼ିଛନ୍ତି ଲୋକେ। ଚନ୍ଦକା ଜଙ୍ଗଲରୁ ଚାଲି ଆସିଥିବା ଏହି ଦନ୍ତା ଆକ୍ରମଣରେ ଗତକାଲି ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୬ ଜଣ ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ବିଳମ୍ବିତ ରାତିରେ ନରହନ୍ତା ଦନ୍ତା ଦୟା ନଦୀ ବ୍ରିଜ୍ ପାର୍ ହୋଇଥିବା ସୂଚନା ରହିଛି । ଦନ୍ତାକୁ ବରୁଣେଇ ପାହାଡ଼କୁ ଘଉଡ଼ାଇବାକୁ ବନ ବିଭାଗ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରୁଛି।

ଖୋର୍ଦ୍ଧା ଡିଏଫ୍ଓଙ୍କ ନେତୃତ୍ୱରେ ବନ ବିଭାଗର ଏକ ୫୦ ଜଣିଆ ଟିମ୍ ଦନ୍ତାକୁ ଘଉଡ଼ାଇବା କାମରେ ଲାଗିଛନ୍ତି। ସେପଟେ ଦନ୍ତା ହାତୀ ଉତ୍ପାତ ଯୋଗୁ ଘରୁ ନ ବାହାରିବାକୁ ମାଇକ୍ ଯୋଗେ ବନ ବିଭାଗ ପ୍ରଚାର କରୁଛି। ହାତୀକୁ ନେଇ ପିପିଲି-ଡେଲାଙ୍ଗ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos