କେନ୍ଦୁଝର: ଦେଢ଼ ମାସରେ ଦନ୍ତା ନେଲାଣି ୮ ଜୀବନ

କେନ୍ଦୁଝର(ପ୍ରଣୟ ପାଣି ): କେନ୍ଦୁଝର ସଦର, ବିଜେପି ରେଞ୍ଜ ସହ ଚମ୍ପୁଆ ବନାଞ୍ଚଳରେ ଏବେ ମାତିଛି ଦନ୍ତା ହାତୀ । ଦେଢ଼ ମାସରେ ମଧ୍ୟରେ ଏ ଅଞ୍ଚଳରେ ଦନ୍ତା ନେଲାଣି ୮ ଜୀବନ। ସେହିପରି ଶହେରୁ ଅଧିକ ଘର ଭାଙ୍ଗିଥିବା ବେଳେ ୧୫ରୁ ଅଧିକ ଲୋକେ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି । ଏବେ ଲୋକଙ୍କୁ କେବଳ ମଞ୍ଚା ଭରସା । ଗତ ମଙ୍ଗଳବାର ହାତୀ ଆକ୍ରମଣରେ କୁସୁମିତା ଶଙ୍କାରୀ ଗାଁର ବିନୋଦ ଦେହୁରୀଙ୍କ ଜୀବନ ଯାଇଛି […]

elephant-1..

Niharika Rout
  • Published: Thursday, 25 July 2019
  • , Updated: 25 July 2019, 08:03 AM IST

କେନ୍ଦୁଝର(ପ୍ରଣୟ ପାଣି ): କେନ୍ଦୁଝର ସଦର, ବିଜେପି ରେଞ୍ଜ ସହ ଚମ୍ପୁଆ ବନାଞ୍ଚଳରେ ଏବେ ମାତିଛି ଦନ୍ତା ହାତୀ । ଦେଢ଼ ମାସରେ ମଧ୍ୟରେ ଏ ଅଞ୍ଚଳରେ ଦନ୍ତା ନେଲାଣି ୮ ଜୀବନ। ସେହିପରି ଶହେରୁ ଅଧିକ ଘର ଭାଙ୍ଗିଥିବା ବେଳେ ୧୫ରୁ ଅଧିକ ଲୋକେ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି । ଏବେ ଲୋକଙ୍କୁ କେବଳ ମଞ୍ଚା ଭରସା ।

ଗତ ମଙ୍ଗଳବାର ହାତୀ ଆକ୍ରମଣରେ କୁସୁମିତା ଶଙ୍କାରୀ ଗାଁର ବିନୋଦ ଦେହୁରୀଙ୍କ ଜୀବନ ଯାଇଛି ।  ଉକ୍ତ ରାତିରେ ହାତୀଟି ଗାଁରେ ପଶିଥିବା ସମୟରେ ନିଜ ଚାଷ ଜମିର ସୁରକ୍ଷା ପାଇଁ ଗାଁଲୋକ ଏକତିତ୍ର ହୋଇ ହାତୀ ଘଉଡ଼ାଉଥିଲେ। ହେଲେ ଏହି ସମୟରେ ଦନ୍ତାଟି ଲୋକଙ୍କୁ ତଡ଼ିବାରୁ ଲୋକେ ଭୟଭୀତ ହୋଇ ଘଟଣାସ୍ଥଳରୁ ଦୌଡ଼ି ପଳାଉଥିଲେ।  ମାତ୍ର ବିନୋଦ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ପାଦରେ ଦଳି ଦେଇଥିଲା।

ଦିନକୁ ଦିନ ଦନ୍ତା ହାତୀର ଉତ୍ପାତ ବଡ଼ି ଚାଲିଛି। ଗାଁରେ ପଶି ଘରଦ୍ୱାର ଭାଙ୍ଗୁଛନ୍ତି ହାତୀ। ହାତୀ ଭୟରେ ଲୋକେ ଘରେ ରହିବାକୁ ଭୟ କରୁଛନ୍ତି।  ରାତି  ହେଲେ ଗଛରେ ବନ୍ଧା ହୋଇଥିବା ମଞ୍ଚାରେ ଯାଇ ରହୁଛନ୍ତି।

ଅନ୍ୟପକ୍ଷରେ କେନ୍ଦୁଝର ସଦର ରେଞ୍ଜର କହିଛନ୍ତି, ହାତୀ କିପରି ଜନବସତି ମୁହାଁ ନହେବେ, ସେଥିପାଇଁ ବନବିଭାଗ ସମସ୍ତ ଉଦ୍ୟମ ଜାରି ରଖିଛି।  ମୃତକଙ୍କ ପରିବାରକୁ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯାଉଛି।

Related story