ଖାଲି ପଡ଼ିଛି କୋଳାହଳମୟ କାଳିଆ ଠାକୁରଙ୍କ ଦେଉଳ, ଦର୍ଶନ ନପାଇ କାନ୍ଦୁଛି ଭକ୍ତ

ପୁରୀ (ଓଡ଼ିଶା ରିପୋର୍ଟର): ଗହଳି ଚହଳିରେ ଫାଟି ପଡ଼ୁଥିଲା ବଡ଼ଦାଣ୍ଡ। ପ୍ରତିଦିନ ସିଂହଦ୍ୱାରରେ ଲାଗୁଥିଲା ଅସମ୍ଭାଳ ଭିଡ଼। ଆଜି କିନ୍ତୁ ଅଚିହ୍ନା ଲାଗୁଛି ସିଂହଦ୍ୱାର। ଭକ୍ତଶୂନ୍ୟ ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ଏକା ଏକା ବସିଛନ୍ତି କୋଳାହଳ ପ୍ରିୟ କାଳିଆ ଠାକୁର। ଏଣେ କଟକଣାର ବାଡ଼ ଡେଇଁ ନପାରି ଲୋତକପୂର୍ଣ୍ଣ ନେତ୍ରରେ କେବଳ ପତିତପାବନଙ୍କୁ ଦର୍ଶନ କରି ଭଗ୍ନ ମନରେ ଫେରି ଯାଉଛି ଭକ୍ତ। ଦୀର୍ଘ ୧୨ଦିନ ହେଲାଣି, ନୀଳକନ୍ଦରରେ ଭକ୍ତ ସହ ହୋଇ ପାରୁନି ଭାବର ଠାକୁରଙ୍କ […]

jaga

Manoranjan Sial
  • Published: Sunday, 05 April 2020
  • , Updated: 05 April 2020, 07:46 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଗହଳି ଚହଳିରେ ଫାଟି ପଡ଼ୁଥିଲା ବଡ଼ଦାଣ୍ଡ। ପ୍ରତିଦିନ ସିଂହଦ୍ୱାରରେ ଲାଗୁଥିଲା ଅସମ୍ଭାଳ ଭିଡ଼। ଆଜି କିନ୍ତୁ ଅଚିହ୍ନା ଲାଗୁଛି ସିଂହଦ୍ୱାର। ଭକ୍ତଶୂନ୍ୟ ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ଏକା ଏକା ବସିଛନ୍ତି କୋଳାହଳ ପ୍ରିୟ କାଳିଆ ଠାକୁର। ଏଣେ କଟକଣାର ବାଡ଼ ଡେଇଁ ନପାରି ଲୋତକପୂର୍ଣ୍ଣ ନେତ୍ରରେ କେବଳ ପତିତପାବନଙ୍କୁ ଦର୍ଶନ କରି ଭଗ୍ନ ମନରେ ଫେରି ଯାଉଛି ଭକ୍ତ।

ଦୀର୍ଘ ୧୨ଦିନ ହେଲାଣି, ନୀଳକନ୍ଦରରେ ଭକ୍ତ ସହ ହୋଇ ପାରୁନି ଭାବର ଠାକୁରଙ୍କ ମିଳନ। ସ୍ଥିତି ଏଭଳି ଯେ, ନିସ୍ତବ୍ଧ କୋଇଲି ବୈକୁଣ୍ଠରୁ ମଧ୍ୟ ଶୁଭିଲାଣି କୋକିଳର ଗାନ। ବାଇଶି ପାହାଚରୁ ପାଟଅଗଣା ଓ ନାଟମଣ୍ଡପରୁ ଜଗମୋହନ, ସବୁଠି ଛାଇ ଯାଇଛି ସମ୍ଭବନ ନିରବତା। ଜଗନ୍ନାଥ ଧାମରେ ପୁଣି ଏମିତି ଦିନ ଆସିବ, ସେ କଥାକୁ ଜମାରୁ ବିଶ୍ୱାସ କରିପାରୁ ନାହାନ୍ତି ଭକ୍ତ କି ସେବାୟତ। ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ସବୁ ତ ଇଚ୍ଛାମୟଙ୍କ ଲୀଳା।

ବଡ଼ି ଅନ୍ଧାରରୁ ବିଳମ୍ବିତ ସଞ୍ଜ। ପଛକୁ ପଛ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ନାନାଦି ବେଶରେ ବିଭୂଷିତ ହେଉଛନ୍ତି ଚତୁର୍ଦ୍ଧା ମୂରତି। ହେଲେ ତାକୁ ଦେଖି ଯିଏ କୃତ୍ୟକୃତ୍ୟ ହେବା କଥା, ସେମାନଙ୍କୁ ହୋଇଛି ଶ୍ରୀମନ୍ଦିର ପ୍ରବେଶ ବାରଣ। ଯେଉଁଠି ମହାପ୍ରଭୁଙ୍କର ଅତିପ୍ରିୟ ଦୟଣାମାଳ ଟିକେ ପାଇବା ପାଇଁ ଭକ୍ତ ବ୍ୟାକୁଳ ହେଉଥିଲେ ଆଜି ସେଠି ଭକ୍ତ ଖୋଜୁଛନ୍ତି ସେବାୟତ। ସେପଟେ ଯେଉଁ ଷାଠିଏ ପଉଟି ଭୋଗରେ ଭରିଥାଏ, ସେହି ଆନନ୍ଦ ବଜାରରେ ଏବେ ରାଜୁତି କରୁଛି କେବଳ ନିରବ ଓ ନିସ୍ତବ୍ଧ। ଆନନ୍ଦ ବଜାର ବନ୍ଦ ରହିବାପଠରୁ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ଶ୍ରୀମନ୍ଦିର ବେଢାକୁ ବାସ ବୋଲି ଧରି ନେଇଥିବା ନିରୀହ ମାଙ୍କଡ଼ମାନେ।

Related story