କଟକ (ଓଡ଼ିଶା ରିପୋର୍ଟର): କମିଶନରେଟ୍ ପୋଲିସ କଟକର ଚାଉଳିଆଗଞ୍ଜରେ କରିଛି ଏନ୍କାଉଣ୍ଟର। ଏଥିରେ ଦୁଇ ଜଣ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ କାଲାବାବୁ ଓ ଅଲେଖ ରାଉତରାୟ। ଏମାନେ ଟିଟୋ ଗ୍ୟାଙ୍ଗର ସଦସ୍ୟ। ଉଭୟଙ୍କ ଗୋଡରେ ଗୁଳି ବାଜିଛି। ଏନେଇ କଟକ ଡିସିପି ସୂଚନା ଦେଇଛନ୍ତି।
ସନ୍ଦିଗ୍ଧ ଆତଙ୍କବାଦୀ ରେହମାନ ଭାଇ ତାହିରକୁ ଗୁଳିମାଡ଼ ଘଟଣାରେ ଏମାନେ ସମ୍ପୃକ୍ତ ଥିବା ଡିସିପି କହିଛନ୍ତି।
ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଉଭୟ ଚାଉଳିଆଗଞ୍ଜରେ ଲୁଛି ଥିବା ପୋଲିସ୍କୁ ସୂଚନା ମିଳିବା ପରେ ଚଢାଉ କରାଯାଇଥିଲା। ପୋଲିସକୁ ଦେଖି ସେମାନେ ଗୁଳିମାଡ଼ କରିଥିଲେ। ଜବାବରେ ପୋଲିସ ପଲଟା ଗୁଳିମାଡ଼ କରିଥିଲା। ଏଥିରେ ଉଭୟ ଆହତ ହୋଇଥିଲେ। ଏନ୍କାଉଣ୍ଟର ପରେ ସେମାନଙ୍କ ପାଖରୁ ଗୋଟିଏ ବନ୍ଧୁକ ଓ ୨ ରାଉଣ୍ଡ ଗୁଳି ଜବତ କରିଛି। କାଲାବାବୁ ନାଁରେ ୧୦ରୁ ଅଧକ ମାମଲା ଥିବା ଏସ୍ପି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।