ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ମେହେତାବକୁ ବାଜିଲା ଗୁଳି

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ମେହେତାବକୁ ଏନକାଉଣ୍ଟର କରିଛି କେନ୍ଦ୍ରାପଡ଼ା ସଦର ଥାନା ପୁଲିସ। କେନ୍ଦ୍ରାପଡ଼ା- ଗଣ୍ଡାଖିଆ ରାସ୍ତାରେ  ଆଜି ଭୋରୁ ଏହି ଏନକାଉଣ୍ଟର ହୋଇଛି। ସେକ୍ ମେହେତାବର ଦୁଇ ଆଣ୍ଠୁରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ମେହେତାବ୍  ଓ ତାର ସହଯୋଗୀ ଏକ ବାଇକ୍‌ରେ କେନ୍ଦ୍ରାପଡ଼ା ସହରକୁ ଆସୁଥିବା ଖବର ପାଇ ସଦର୍ ପୁଲିସ ଓ ସ୍ପେଶାଲ  ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ଉ କରିଥିଲେ। ତେବେ ମେହେତାବ୍ ଓ […]

firing

firing

Jyoshna Pradhan
  • Published: Tuesday, 06 August 2019
  • Updated: 06 August 2019, 09:28 AM IST

Sports

Latest News

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ମେହେତାବକୁ ଏନକାଉଣ୍ଟର କରିଛି କେନ୍ଦ୍ରାପଡ଼ା ସଦର ଥାନା ପୁଲିସ। କେନ୍ଦ୍ରାପଡ଼ା- ଗଣ୍ଡାଖିଆ ରାସ୍ତାରେ  ଆଜି ଭୋରୁ ଏହି ଏନକାଉଣ୍ଟର ହୋଇଛି। ସେକ୍ ମେହେତାବର ଦୁଇ ଆଣ୍ଠୁରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।

ମେହେତାବ୍  ଓ ତାର ସହଯୋଗୀ ଏକ ବାଇକ୍‌ରେ କେନ୍ଦ୍ରାପଡ଼ା ସହରକୁ ଆସୁଥିବା ଖବର ପାଇ ସଦର୍ ପୁଲିସ ଓ ସ୍ପେଶାଲ  ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ଉ କରିଥିଲେ। ତେବେ ମେହେତାବ୍ ଓ ତାର ସହଯୋଗୀ ପୁଲିସ୍‌ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ। ହେଲେ ପୁଲିସ ପାଲଟା ଗୁଳି ଚଳାଇଥିଲା। ଏଥିରେ ମେହେତାବର ଦୁଇ ଆଣ୍ଠୁରେ ଗୁଳି ବାଜିଥିଲା। ମେହେତାବକୁ ପୁଲିସ କାବୁ କରିଥିବା ବେଳେ ତାର ସହଯୋଗୀ ଫେରାର୍ ହୋଇଯାଇଛି।  ମେହେତାବଠାରୁ ପୁଲିସ୍‌ ଗୋଟିଏ ୯ ଏମ୍‌ଏମ୍ ପିସ୍ତଲ, ୯ ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ବାଇକ୍‌ ଜବତ କରିଛି।kendrapara

ମେହେତାବ୍ ବାବୁଲି ମହାରଣା ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି। ମେହେତାବ୍ ନାମରେ କେନ୍ଦ୍ରାପଡ଼ା ଜିଲାରେ ପ୍ରାୟ ୮ ରୁ ଅଧିକ ମାମଲା ରହିଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁରରେ ପ୍ରାୟ ୩୦ରୁ ଅଧିକ ମାମଲା ଥିବା ଜଣାପଡ଼ିଛି। ଡକାୟତି, ଲୁଟ୍, ଦାଦା ବଟି ଆଦାୟ, ପୁଲିସ ଉପରକୁ ଗୁଳି ଚଳାଇବା ଆଦି ମାମଲାରେ ଦୀର୍ଘଦିନ ଧରି ସେ ଫେରାର୍ ଥିଲା।

ସୂଚନାଯୋଗ୍ୟ, ଗତକାଲି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଚାରିମହଲ ଛକ ନିକଟରେ ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁପ୍ରସାଦ ସ୍ୱାଇଁ ଆହତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos