ହାଇଟେକ୍‌ ଠକେଇର ଶିକାର ଜମାକାରୀଙ୍କୁ ଟଙ୍କା ବାଣ୍ଟିବାକୁ ଅନୁମତି ଦିଅ: ଇଓଡବ୍ଲ୍ୟୁ

ଭୁବନେଶ୍ୱର: ହାଇଟେକ୍ ଗ୍ରୁପ୍ ଅଫ୍‌ କମ୍ପାନୀ ଦ୍ୱାରା ଠକେଇର ଶିକାର ଲୋକଙ୍କ ପାଇଁ ଖୁସି ଖବର। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଟଙ୍କା ବାଣ୍ଟିବାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ଲୋଡ଼ିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW)। ଏଥିପାଇଁ କମ୍ପାନୀ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ୬୩ କୋଟି ୫୫ ଲକ୍ଷ ଟଙ୍କାକୁ ଆଟାଚ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି EOW।  ସରକାର ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଲେ ଏହି ଟଙ୍କା ଠକେଇର ଶିକାର ଜମାକାରୀଙ୍କ ମଧ୍ୟରେ ବାଣ୍ଟି […]

hi-tech-properties-rajouri-garden-delhi-1859e

Rakesh Mallick
  • Published: Saturday, 05 August 2017
  • , Updated: 05 August 2017, 06:09 PM IST

ଭୁବନେଶ୍ୱର: ହାଇଟେକ୍ ଗ୍ରୁପ୍ ଅଫ୍‌ କମ୍ପାନୀ ଦ୍ୱାରା ଠକେଇର ଶିକାର ଲୋକଙ୍କ ପାଇଁ ଖୁସି ଖବର। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଟଙ୍କା ବାଣ୍ଟିବାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ଲୋଡ଼ିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW)। ଏଥିପାଇଁ କମ୍ପାନୀ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ୬୩ କୋଟି ୫୫ ଲକ୍ଷ ଟଙ୍କାକୁ ଆଟାଚ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି EOW  ସରକାର ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଲେ ଏହି ଟଙ୍କା ଠକେଇର ଶିକାର ଜମାକାରୀଙ୍କ ମଧ୍ୟରେ ବାଣ୍ଟି ଦିଆଯିବ ବୋଲି EOW ପ୍ରସ୍ତାବ ଦେଇଛି।

ହାଇଟେକ୍ ଜମି ଠକେଇ ମାମଲାରେ କମ୍ପାନୀର ମୁଖ୍ୟ ତିରୁପତି ପାଣିଗ୍ରାହୀ, ପରିଚାଳନା ନିର୍ଦ୍ଦେଶକ ତିରୁପତି ଚୌଧୁରୀ ଓ ନିର୍ଦ୍ଦେଶକ ମଧୁସୂଦନ ପାଣିଗ୍ରାହୀଙ୍କ ବେଲ୍‌ ବାବଦକୁ ସୁପ୍ରିମକୋର୍ଟରେ ୬୩ କୋଟି ୫୫ ଲକ୍ଷ ୪୯ ହଜାର ୨୨୭ ଟଙ୍କା ଦାଖଲ କରିଥିଲେ।

Related story