ପଦ୍ମପୁର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନର ଭୋଟ୍ ଗଣତି। ଏହାପୂର୍ବରୁ ଇଭିଏମ୍ ହେରଫେର ହୋଇଥିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ଏନେଇ ସେ ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କୁ ଭେଟି ଅନୁସନ୍ଧାନ ଦାବି କରିଛନ୍ତି।
ପ୍ରଦୀପ କହିଛନ୍ତି, ପଦ୍ମପୁରର ୧୧ଟି ବୁଥ୍ରେ ଇଭିଏମ୍ ନମ୍ବର ମେଳ ଖାଉନି। ବିଜେପିକୁ ମିଳିଥିବା ଲିଷ୍ଟ ଓ ପ୍ରିଜାଇଡିଂ ଅଫିସର ଲେଖିଥିବା ଇଭିଏମ୍ ନମ୍ବର ମେଳ ଖାଉନି। ଯେଉଁ ବୁଥ୍ରେ ବିଜେପି ସ୍ଥିତି ଭଲ, ସେଠି ଏମିତି ସମସ୍ୟା ହୋଇଛି। ବିଜେପି ଏଜେଣ୍ଟଙ୍କୁ ମିଳିଥିବା ୧୭ସି ଫମ୍ରୁ ଏଭଳି ତଥ୍ୟ ଆସିଛି। ଇଭିଏମ୍ ମେସିନ୍ଗୁଡ଼ିକ ନା ଷ୍ଟକକରୁ ଆସିଛି ନା, ମହଜୁଦ୍ ଥିବା ମେସିନ୍ ବ୍ୟବହାର ହୋଇଛି। ଜିଲ୍ଲାପାଳ ଏନେଇ ତଦନ୍ତ କରି ରାତି ୧୧ଟା ସୁଦ୍ଧା ଜଣାଇବେ ବୋଲି ପ୍ରଦୀପ ଗଣମାଧ୍ୟମକୁ କହିଛନ୍ତି।
ସେପଟେ ପ୍ରଦୀପଙ୍କ ଅଭିଯୋଗର ତଦନ୍ତ ହେଉଥିବା କହିଛନ୍ତି ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଚାଷୀଙ୍କୁ ସରକାରଙ୍କ ପରାମର୍ଶ: ବୀମା ସହାୟତା ପାଇଁ ହେଲପଲାଇନକୁ ଜଣାଅ
ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ, ସମସ୍ତ ବୀମାଭୁକ୍ତ ଚାଷୀଙ୍କୁ ଉଚିତ୍ କ୍ଷତିପୂରଣ ଦେବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନିୟମ ଅନୁସାରେ ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତି ପାଇଁ ମଧ୍ୟ ବୀମା ସହାୟତା ପ୍ରଦାନ କରାଯିବ ।
Politics
ଏଣିକି ମନ୍ତ୍ରୀ ବୁଝିବେ ଜିଲ୍ଲା କଥା: ମୁଖ୍ୟମନ୍ତ୍ରୀ ବାଂଟିଲେ ‘ଜିଲ୍ଲା ପ୍ରଭାରୀ ମନ୍ତ୍ରୀ’ ଦାୟିତ୍ୱ
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ କଟକ ଓ ଜଗତସିଂହପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିବାବେଳେ ପ୍ରଭାତୀ ପରିଡ଼ାଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଦାୟିତ୍ୱ ମିଳିଛି ।
Politics
ମୁରବୀବିହୀନ ବିଜେଡି: ଶଙ୍ଖଭବନରେ ୨ ମହିଳା ପଦାଧିକାରୀ ଧସ୍ତାଧସ୍ତି,ମାରପିଟ୍
ଆଜିର ଏହି ଘଟଣାରୁ ଦଳ ଭିତରେ ନେତା ଓ ପଦାଧିକାରୀଙ୍କ ଉପରେ ନବୀନ ନିଜର ଲଗାମ ଓ ନିୟନ୍ତ୍ରଣ ହରାଇ ବସିଥିବାର ପ୍ରମାଣ ମିଳିଛି ।
Politics
ବିଜେଡି ପ୍ରତିଷ୍ଠା ଦିବସରେ ଦଳ ଛାଡ଼ିଲେ ୨ ବ୍ଲକ୍ ଅଧ୍ୟକ୍ଷ, ବିଜେପିରେ ମିଶିଲେ
ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ଏବଂ କୁଲାଡ଼, ବାରୁଡ଼ା, ବଡ଼ କୋଦଣ୍ଡା ଆଦି ପଞ୍ଚାୟତର ସମିତିସଭ୍ୟ ଓ ସଭ୍ୟା ବିଜେପିରେ ସାମିଲ ହୋଇଛନ୍ତି।