ପୂର୍ବତନ ସାଂସଦ ଦ୍ୱିତୀକୃଷ୍ଣ ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ବାମପନ୍ଥୀ ନେତା ତଥା ଆସିକାର ପୂର୍ବତନ ସାଂସଦ ଦ୍ୱିତୀକୃଷ୍ଣ ପଣ୍ଡାଙ୍କର ଆଜି ଭୋରରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ବରିଷ୍ଠ ସିପିଆଇ ନେତା ଦ୍ୱିତୀକୃଷ୍ଣ ପଣ୍ଡା ୧୯୭୧ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେତେବେଳେ ଅବଶ୍ୟ ତାହା ଆସିକା ଲୋକସଭା ଆସନ […]

formermp

Jitendra Garnayak
  • Published: Sunday, 05 May 2019
  • , Updated: 05 May 2019, 11:39 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ବାମପନ୍ଥୀ ନେତା ତଥା ଆସିକାର ପୂର୍ବତନ ସାଂସଦ ଦ୍ୱିତୀକୃଷ୍ଣ ପଣ୍ଡାଙ୍କର ଆଜି ଭୋରରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ବରିଷ୍ଠ ସିପିଆଇ ନେତା ଦ୍ୱିତୀକୃଷ୍ଣ ପଣ୍ଡା ୧୯୭୧ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେତେବେଳେ ଅବଶ୍ୟ ତାହା ଆସିକା ଲୋକସଭା ଆସନ ନାଁରେ ନାମିତ ନଥିଲେ। ସେତେବେଳେ ତାହା ଭଞ୍ଜନଗର ଲୋକସଭା ସିଟ୍‌ ଥିଲା।

୧୯୯୦ ମସିହାରେ ସେ ଆସିକା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ଓ ଜିତିଥିଲେ। ଆସିକାରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ଜଣାପଡ଼ିଛି।

Related story