ନିଶା ବେପାରୀଙ୍କଠାରୁ ବଟି ନେଉଛି ପୁରୀ ପୁଲିସ: ଅବକାରୀ ଇନିସ୍‌ପେକ୍ଟର

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାରେ ପୁଲିସ ଅଧିକାରୀମାନେ ନିଶା ବେପାରୀଙ୍କଠାରୁ ମାସିକିଆ ବଟି ନେଉଛନ୍ତି। ଯାହା ଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି। ଏଭଳି ଅଭିଯୋଗ ଆଣିଛନ୍ତି ପୁରୀ ଜିଲ୍ଲା ଅବକାରୀ ବିଭାଗର ଇନ୍ସପେକ୍ଟର ସଞ୍ଜୟ ପଣ୍ଡା। ସେ ଏନେଇ ଅବକାରୀ କମିଶନରଙ୍କୁ ଚିଠି ଲେଖିଛନ୍ତି। ସଞ୍ଜୟ କମିଶନରଙ୍କୁ ଶନିବାର ଚିଠିକଲା ପରେ ଆଜି ପୁଣି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଆମ ଏକ୍ସସାଇଜ ଡିପାର୍ଟମେଣ୍ଟରେ ଷ୍ଟାଫ୍‌ ବହୁତ କମ୍‌ ଅଛନ୍ତି। […]

sanjaya

Tapaswini Nayak
  • Published: Monday, 06 June 2022
  • , Updated: 07 June 2022, 02:33 PM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାରେ ପୁଲିସ ଅଧିକାରୀମାନେ ନିଶା ବେପାରୀଙ୍କଠାରୁ ମାସିକିଆ ବଟି ନେଉଛନ୍ତି। ଯାହା ଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି। ଏଭଳି ଅଭିଯୋଗ ଆଣିଛନ୍ତି ପୁରୀ ଜିଲ୍ଲା ଅବକାରୀ ବିଭାଗର ଇନ୍ସପେକ୍ଟର ସଞ୍ଜୟ ପଣ୍ଡା। ସେ ଏନେଇ ଅବକାରୀ କମିଶନରଙ୍କୁ ଚିଠି ଲେଖିଛନ୍ତି। ସଞ୍ଜୟ କମିଶନରଙ୍କୁ ଶନିବାର ଚିଠିକଲା ପରେ ଆଜି ପୁଣି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି।

ସେ କହିଛନ୍ତି, ଆମ ଏକ୍ସସାଇଜ ଡିପାର୍ଟମେଣ୍ଟରେ ଷ୍ଟାଫ୍‌ ବହୁତ କମ୍‌ ଅଛନ୍ତି। ପୁରୀ ଜିଲ୍ଲାରେ ଅବକାରୀ ବିଭାଗର ମାତ୍ର ୨ଟି ଗାଡ଼ି, ୨୦ରୁ ୨୫ କର୍ମଚାରୀ ଅଛନ୍ତି। ପୁଲିସ୍ ଚାହିଁଲେ ବିଭିନ୍ନ ଅଞ୍ଚଳରେ ନିଶା କାରବାର ରୋକିପାରନ୍ତା। ପୁଲିସକୁ ମଧ୍ୟ ଆମ ଭଳି ଅବକାରୀ କ୍ଷମତା ଦିଆଯାଇଛି। ପୁଲିସ୍ କିନ୍ତୁ ସେହି କ୍ଷମତାର ଅପବ୍ୟବହାର କରୁଛି।

ସେ ଆହୁରି କହିଛନ୍ତି, ଆମକୁ ଫିଲ୍ଡରେ ପୁଲିସର କୌଣସି ସହାୟତା ମିଳୁ ନାହିଁ। ନିଶା ବେପାରୀଙ୍କଠାରୁ ମାସିକ ବଟି ନେଇ ପୁଲିସ୍ ସେମାନଙ୍କୁ ସହଯୋଗ କରୁଛି। ପୁଲିସ ନିଶା ବେପାରୀଙ୍କ ଠାରୁ ପଇସା ନେଉ ନଥିଲେ, ସେମାନେ ନିର୍ବିଘ୍ନରେ ବେପାର କରି ନଥାନ୍ତେ। ଆମ ଷ୍ଟାଫ୍ ସେମାନଙ୍କୁ ଧରିଲେ ପୁଲିସକୁ ସେମାନେ ପଇସା ଦେବା କଥା କହୁଛନ୍ତି। ପୁଲିସ ଆଢ଼ୁଆଳରେ ନିଶା ବେପାରୀମାନେ ବେପାର କରୁଛନ୍ତି, ନ ହେଲେ ସେମାନେ ସାହସ କରିବେ ନାହିଁ। ପୁଲିସର ଏଭଳି କାର୍ଯ୍ୟ ଯୋଗୁ ଆମ କର୍ମଚାରୀଙ୍କ ମନୋବଳ ଭାଙ୍ଗିଯାଉଛି।

ପୁଲିସଙ୍କ ଭଳି ଆମର ଦରମା ଉଚ୍ଚ ନୁହେଁ, ଆମକୁ ଘର କି ଗାଡ଼ି ମିଳୁନି। ଏଭଳି ପରିସ୍ଥିତିରେ କିପରି କାମ କରିବୁ ବୋଲି ସଂଜୟ ପ୍ରଶ୍ନ କରିଛନ୍ତି। ଦରମା, କର୍ମଚାରୀ, ଅବକାରୀ ଥାନା ସଂଖ୍ୟା ବୃଦ୍ଧି ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତ ସଂଜୟ।

[caption id="attachment_739434" align="aligncenter" width="650"] ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡା କମିଶନରଙ୍କୁ ଲେଖିଥିବା ଚିଠି[/caption]

ସଞ୍ଜୟଙ୍କର ଏପରି ବିସ୍ଫୋରକ ବୟାନ ଓ ଚିଠି ପରେ ଅବକାରୀ ବିଭାଗ ଓ ଓଡ଼ିଶା ପୁଲିସରେ ହଟଚମଟ ସୃଷ୍ଟି କରିଛି। ତେବେ ଏନେଇ  ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ମୁହଁ ଖୋଲିନାହାନ୍ତି। ସଞ୍ଜୟ କେବଳ ଅବକାରୀ କମିଶନ ନୁହଁ, ସେ ପୁରୀ ଜିଲ୍ଲାପାଳ, ଏସ୍‌ପି ଓ ଅବକାରୀ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି।

ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗଲା ଏକ ବର୍ଷ ହେବ ଯେତେବେଳେ ଅବକାରୀ ଅଧିକାରୀମାନେ ନିଶା ବେପାରୀଙ୍କୁ ଗିରଫ କରୁଛନ୍ତି। ସେମାନେ ପୁଲିସକୁ ମାସିକିଆ ବଟି ଦେଉଥିବା କହୁଛନ୍ତି। ଯାହା ଫଳରେ ନିଶା ବେପାରୀମାନେ ଅବକାରୀ ବିଭାଗ ଅଫିସର ଓ କର୍ମଚାରୀଙ୍କୁ ଖାତିର କରୁନାହାନ୍ତି।

Related story