ରାଜ୍ୟରେ ଆଶାନୁରୂପକ କରୋନା ଟେଷ୍ଟିଂ ହେଉନି: ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଆଶାନୁରୂପ କୋଭିଡ-୧୯ ପରୀକ୍ଷା ହେଉନି। ଏପରିକି ଗତ ମେ’ମାସରୁ ଏପର୍ଯ୍ୟନ୍ତ ପ୍ରାୟ ୫ଲକ୍ଷରୁ ଅଧିକ ଲୋକ ଫେରିଥିଲେ କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୨ଲକ୍ଷ ଲୋକଙ୍କ ପରୀକ୍ଷା ହୋଇପାରିଛି । ଏହାକୁ ନେଇ ଆଜି ଉଭୟ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ରାଜ୍ୟରେ କାହିଁକି ଦୈନିକ ୧୫ହଜାର ଟେଷ୍ଟ ହେଉନି ବୋଲି କହି ବିଜେପି କଡ଼ା ସମାଲୋଚନା କରିଥିବାବେଳେ ପ୍ରଶ୍ନ […]

BJDBJP

BJDBJP

Manoranjan Sial
  • Published: Tuesday, 16 June 2020
  • Updated: 16 June 2020, 07:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଆଶାନୁରୂପ କୋଭିଡ-୧୯ ପରୀକ୍ଷା ହେଉନି। ଏପରିକି ଗତ ମେ’ମାସରୁ ଏପର୍ଯ୍ୟନ୍ତ ପ୍ରାୟ ୫ଲକ୍ଷରୁ ଅଧିକ ଲୋକ ଫେରିଥିଲେ କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୨ଲକ୍ଷ ଲୋକଙ୍କ ପରୀକ୍ଷା ହୋଇପାରିଛି । ଏହାକୁ ନେଇ ଆଜି ଉଭୟ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ରାଜ୍ୟରେ କାହିଁକି ଦୈନିକ ୧୫ହଜାର ଟେଷ୍ଟ ହେଉନି ବୋଲି କହି ବିଜେପି କଡ଼ା ସମାଲୋଚନା କରିଥିବାବେଳେ ପ୍ରଶ୍ନ କରିବା ପୂର୍ବରୁ ବିଜେପି ନେତାମାନେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ପଢ଼ନ୍ତୁ ବୋଲି କହିଛି।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ରାଜ୍ୟରେ ସରକାରୀ ବାବୁମାନେ ନିଜ ପିଠି ନିଜେ ଥାପୁଡ଼େଇ କାମ କରୁଛନ୍ତି ବୋଲି କହିଛନ୍ତି। ରାଜ୍ୟରେ କରୋନାର ସ୍ଥିତି ଜଟିଳ ହେବାରେ ଲାଗିଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ସତ୍ୱେ ବି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ମାଧ୍ୟମରେ ଦେଇଥିବା ନିର୍ଦ୍ଦେଶକୁ କେହି ବି ସରକାରୀ ଅଧିକାରୀ ପାଳନ କରୁନାହାଁନ୍ତି । ପ୍ରତ୍ୟେକ ଦିନ ୧୫ ହଜାର ଟେଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହୋଇ ପାରିଲା ନାହିଁ । ସରକାରୀ ଅଫିସରମାନେ ଏ ଦିଗରେ ଧ୍ୟାନ ନଦେଇ କେବଳ ସାମ୍ବାଦିକ ସମ୍ମିଳନୀ କରି ନିଜ ପିଠି ନିଜେ ଥାପୁଡ଼ାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ ରାଜ୍ୟରେ କୋଭିଡ-୧୯ ପରୀକ୍ଷା ହାରର ଏକ ତୁଳନାତ୍ମକ ତଥ୍ୟ ପ୍ରଦାନ କରି ପ୍ରବାସୀ ଶ୍ରମିକମାନଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରରେ ୭ ଦିନ ରଖି ବିନା ଟେଷ୍ଟରେ ଘରକୁ ପଠାଇ ଦିଆଯାଉଥିବାରୁ ବିଜେପି ପକ୍ଷରୁ ଉଦବେଗ ବ୍ୟକ୍ତ କରାଯାଇଛି। ଏହା ଦ୍ୱାରା କରୋନା ବ୍ୟାପିବାର ସମ୍ଭାବନା ଅଧିକ ରହିଛି ତେଣୁ ସମସ୍ତଙ୍କ ପରୀକ୍ଷା କରି ନେଗେଟିଭ ଆସିବା ପରେ ହିଁ ସେମାନଙ୍କୁ ଘରକୁ ପଠାନ୍ତୁ ବୋଲି ବିଜେପି ଦାବି କରିଛି। ଅବଶ୍ୟ ଆଶା କର୍ମୀ ଏବଂ ଏଏନଏମ ଦିଦି ଘର ଘର ବୁଲି ଅଧିକ ପରୀକ୍ଷା କରିବା ଘୋଷଣାକୁ ବିଜେପି ସ୍ୱାଗତ କରିଛି।

ଅନ୍ୟପକ୍ଷରେ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ର୍ରିୟା ରଖି ଦଳର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ଏଭଳି ଏକ ସ୍ପର୍ଶକାତର ସମୟରେ ହୀନ ରାଜନୀତି କରାନଯାଉ। କେନ୍ଦ୍ର ସରକାର ଓ ଆଇସିଏମଆର ଗାଇଡଲାଇନ୍ ଅନୁସାରେ ଟେଷ୍ଟିଂ ହେଉଛି। ବିଜେପିଶାସିତ ରାଜ୍ୟମାନେ ବି ଏହି ଗାଇଡଲାଇନ୍ ମାନୁଛନ୍ତି। ତେଣୁ ପ୍ରଶ୍ନ କରିବା ପୂର୍ବରୁ ବିଜେପି ନେତାମାନେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ପଢ଼ନ୍ତୁ। ଓଡ଼ିଶାରେ କରୋନା ଏବେ ନିୟନ୍ତ୍ରଣାଧୀନ ରହିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶାରେ କରୋନା ପରୀକ୍ଷା କ୍ଷମତା ଦୈନିକ ୧୫ହଜାରକୁ ବୃଦ୍ଧି ପାଇଛି। କିନ୍ତୁ ଓଡ଼ିଶା ସରକାର ଉଭୟ କେନ୍ଦ୍ର ଓ ଆଇସିଏମଆରର ଗାଇଡଲାଇନ୍ ଆଧାରରେ ପରୀକ୍ଷା କରୁଛନ୍ତି। ଓଡ଼ିଶାର ସବୁ ପଞ୍ଚାୟତରେ ଟିଏମସି ହୋଇଛି। ଅନ୍ୟ କୌଣସି ରାଜ୍ୟରେ ପଂଚାୟତସ୍ତରରେ ଟିଏମସି ନାହିଁ। ତେଣୁ ଶସ୍ତା ରାଜନୀତି ନକରି କରୋନା ଯୁଦ୍ଧରେ ସହଯୋଗ କରିବାକୁ ଶ୍ରୀ ପାତ୍ର ବିଜେପି ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାରେ ମୋଟ୍ କୋଭିଡ-୧୯ ନମୂନା ପରୀକ୍ଷା ଗତକାଲି ୨ ଲକ୍ଷ ଟପିଥିବାବେଳେ ଦୈନିକ ପ୍ରାୟ ୪ହଜାର ମଧ୍ୟରେ ପରୀକ୍ଷା ହେଉଛି। ତେବେ ବିଜେପି ଶାସିତ ଆସାମରେ ମୋଟ ୨.୨୭ଲକ୍ଷ କୋଭିଡ୍ ପରୀକ୍ଷା ହୋଇଥିବାବେଳେ ସେଠାରେ ଦୈନିକ ୧୦ହଜାର ନମୂନା ପରୀକ୍ଷା ହୋଇପାରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story