ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲା ଏକ୍ସପ୍ରେସ୍ ଟ୍ରେନ୍‌

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଭିଲୁପୁରମ୍‌-ଖଡ଼ଗପୁର ଏକ୍ସପ୍ରେସ୍‌ ଟ୍ରେନ୍‌।

ବ୍ରହ୍ମପୁର ଷ୍ଟେସନ୍‌ରେ ପହଞ୍ଚିବା ପୂର୍ବରୁ ଟ୍ରେନରୁ ଧୂଆଁ ବାହାରୁଥିଲା। ଟ୍ରେନ୍‌ର ଏସ୍-୩ ବଗି ବ୍ୟାଟେରୀ ବକ୍ସରୁ ଧୂଆଁ ବାହାରି ଥିଲା।

ଟ୍ରେନ୍ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ନିଆଁ ଲିଭା ଯାଇଥିଲା। ଏହାପରେ  ଷ୍ଟେସନ୍‌ କର୍ମଚାରୀମାନେ ବ୍ୟାଟେରୀକୁ ବାହାର କରି ଦେଇଥିଲେ।

ଷ୍ଟେସନ୍‌ରେ ପ୍ରାୟ ୪୦ ମିନିଟ୍‌ ଅଟକି ରହିବା ପରେ ଟ୍ରେନ୍‌ ଛାଡ଼ିଥିଲା।