ହସ୍ପିଟାଲରୁ ଶବର ଆଖି ତାଡ଼ି ନେଉଛି କିଏ ?

ଅନୁଗୋଳ(ବିରଜା ଦାଶ): ଅନୁଗୋଳ ମେଡିକାଲରେ ପୁଣି ଏକ ଶବରୁ ଆଖି ଗାଏବ ହୋଇଛି। ୧୯ ତାରିଖରେ ଜଣେ ନାବାଳିକାର ମୃତଦେହରୁ ଦୁଇଟି ଯାକ ଆଖି ତାଡ଼ି ନିଆଯାଇଥିବା ଘଟଣା ଉପରୁ ପରଦା ଉଠି ନଥିବା ବେଳେ ଆଜି ସମାନ ଅଭିଯୋଗ ଆସିଛି। ଯାହାକୁ ନେଇ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ପ୍ରଶ୍ନ ଉଠୁଛି, ଶବାଗାରରୁ ଆଖି ତାଡୁଛି କିଏ? ଏହା ପଛରେ କୌଣସି ରାକେଟ୍‌ କାମ କରୁଛି […]

eyes-gouged-out-from-yet-another-body-in-hospital-morgue

eyes-gouged-out-from-yet-another-body-in-hospital-morgue

Manoranjan Sial
  • Published: Tuesday, 23 July 2019
  • Updated: 23 July 2019, 08:16 PM IST

Sports

Latest News

ଅନୁଗୋଳ(ବିରଜା ଦାଶ): ଅନୁଗୋଳ ମେଡିକାଲରେ ପୁଣି ଏକ ଶବରୁ ଆଖି ଗାଏବ ହୋଇଛି। ୧୯ ତାରିଖରେ ଜଣେ ନାବାଳିକାର ମୃତଦେହରୁ ଦୁଇଟି ଯାକ ଆଖି ତାଡ଼ି ନିଆଯାଇଥିବା ଘଟଣା ଉପରୁ ପରଦା ଉଠି ନଥିବା ବେଳେ ଆଜି ସମାନ ଅଭିଯୋଗ ଆସିଛି। ଯାହାକୁ ନେଇ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ପ୍ରଶ୍ନ ଉଠୁଛି, ଶବାଗାରରୁ ଆଖି ତାଡୁଛି କିଏ? ଏହା ପଛରେ କୌଣସି ରାକେଟ୍‌ କାମ କରୁଛି କି?

ଗତକାଲି ମୋନେଟ୍ ଛକ ନିକଟରେ ଏକ ରାସ୍ତା ଦୁର୍ଘଟଣାରେ କୁଶକିଳା ଗାଁର ଜମ୍ବେଶ୍ୱର ନାଏକଙ୍କର ମୃତ୍ୟୁ ଘଟିଥିଲା। ରାତି ହୋଇଯିବାରୁ ମୃତଦେହକୁ ହସ୍ପିଟାଲର ଶବାଗାରରେ ରଖାଯାଇଥିଲା। ହେଲେ ଆଜି ସକାଳେ ବ୍ୟବଚ୍ଛେଦ ପାଇଁ ଅଣାଯିବାବେଳେ ଶବର ଡାହାଣ ପଟ ଆଖିଟି ନଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ।

ଶବରୁ ଆଖି ତାଡ଼ି ନିଆଯାଇଥିବା ଘଟଣା ପ୍ରଚାରିତ ହେବା ପରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିଲା। ମୃତଦେହକୁ ଧରି ପରିବାର ଲୋକେ ସିଡିଏମ୍ଓଙ୍କ ଅଫିସ୍ ଆଗରେ ଧାରଣାରେ ବସିଥିଲେ। ପ୍ରଶାସନିକ ଅଧିକାରୀ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲେ ବି ଲୋକଙ୍କ ମନରୁ ରୋଷ କମିନାହିଁ।

୪ ଦିନ ମଧ୍ୟରେ ଅନୁଗୋଳ ମେଡିକାଲରେ ଏଭଳି ଦୁଇ ଦୁଇଟି ଚକିତ କଲା ଭଳି ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଗତ ୧୯ ତାରିଖରେ ଜଣେ ୪ ବର୍ଷର ଝିଅର ଶବରୁ ଦୁଇଟି ଯାକ ଆଖି ଗାଏବ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଯାହାର ସତ୍ୟାସତ୍ୟ ଏଯାଏ ପଦାକୁ ଆସିନଥିବା ବେଳେ ଆଜି ପୁଣି ଘଟିଛି ସମାନ ଘଟଣା। ତେବେ ମେଡିକାଲର ମର୍ଗରୁ ଶବର ଆଖି ଯାଉଛି କୁଆଡ଼େ ଏବଂ ରାତି ଅଧରେ ମର୍ଗ ରୁମ୍‌ରୁ କିଏ ଗାଏବ କରୁଛି ଆଖି? ଏହା ପଛରେ କୌଣସି ରାକେଟ୍ କାମ କରୁନି ତ ? ଏଭଳି ଅନେକ ଅସମାହିତ ପ୍ରଶ୍ନ ସାମ୍ନାକୁ ଆସୁଥିବା ବେଳେ ଉଭୟ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ପ୍ରଶାସନ ଏହାକୁ ହାଲୁକା ଭାବେ ନନେବାକୁ ଚେତାଇ ଦେଇଛନ୍ତି ସ୍ଥାନୀୟ ଲୋକେ।

ତେଣେ ପୁଲିସ କହିଛି, ଆମେ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos