ରାଜଧାନୀରେ ଫୁଟିଲା ଗୁଳି, ଜଣେ ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ଗୁଳିମାଡ଼ରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ବମିଖାଲ ଦୁର୍ଗାମଣ୍ଡପ ନିକଟରେ। ମଣ୍ଡପ ନିକଟରେ ଥିବା ଏକ ଜନସେବା କେନ୍ଦ୍ରରେ ଏହି ଗୁଳିମାଡ଼ ହୋଇଛି। ଥିରେ ଜନସେବା କେନ୍ଦ୍ରର ମ୍ୟାନେଜର ମନୋରଞ୍ଜନ ବେହେରା ଗୁରୁତର ଆହତ ହୋଇଛନ୍ତି। ରାତି ପ୍ରାୟ ସାଢ଼େ ୮ଟା ସମୟରେ ଏହି ଗୁଳିକାଣ୍ଡ ଘଟିଛି। ମନୋରଞ୍ଜନ ଜନସେବା କେନ୍ଦ୍ରରେ ଥିବା ବେଳେ ତିନିଜଣ ଯୁବକ ଦୁଇଟି ବାଇକ୍‌ରେ ଆସି ତାଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। […]

bbsr

Rakesh Mallick
  • Published: Thursday, 20 July 2017
  • , Updated: 20 July 2017, 11:01 PM IST

ଭୁବନେଶ୍ୱର: ରାଜଧାନୀରେ ଗୁଳିମାଡ଼ରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ବମିଖାଲ ଦୁର୍ଗାମଣ୍ଡପ ନିକଟରେ। ମଣ୍ଡପ ନିକଟରେ ଥିବା ଏକ ଜନସେବା କେନ୍ଦ୍ରରେ ଏହି ଗୁଳିମାଡ଼ ହୋଇଛି।

ଥିରେ ଜନସେବା କେନ୍ଦ୍ରର ମ୍ୟାନେଜର ମନୋରଞ୍ଜନ ବେହେରା ଗୁରୁତର ଆହତ ହୋଇଛନ୍ତି। ରାତି ପ୍ରାୟ ସାଢ଼େ ୮ଟା ସମୟରେ ଏହି ଗୁଳିକାଣ୍ଡ ଘଟିଛି। ମନୋରଞ୍ଜନ ଜନସେବା କେନ୍ଦ୍ରରେ ଥିବା ବେଳେ ତିନିଜଣ ଯୁବକ ଦୁଇଟି ବାଇକ୍‌ରେ ଆସି ତାଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳି ମାରିବା ପରେ ଦୁର୍ବୃତ୍ତମାନେ ଘଟଣା ସ୍ଥଳରେ ବନ୍ଧୁକ ଛାଡି ଫେରାର ହୋଇଯାଇଛନ୍ତି। ମନୋରଞ୍ଜନଙ୍କ ପେଟରେ ବାଜିଛି।

ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଖୋକା ଓ ବନ୍ଧୁକକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମନୋରଞ୍ଜନଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତମାନେ ବମିଖାଲ ଅଞ୍ଚଳର ବୋଲି ଜଣାପଡ଼ିଛି।

Related story