ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମାଳ ମାଳ ନକଲି ଡାକ୍ତର

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ରାଜ୍ୟ ମୁଖିଆଙ୍କ ଜିଲ୍ଲା ଗଞ୍ଜାମରେ ଖୋଲିଛି ମାଳ ମାଳ ବେଆଇନ କ୍ଲିନିକ୍‌। ଆଉ ସେଗୁଡ଼ିକରେ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି କ୍ୱାକ୍‌ (ନକଲି ଡାକ୍ତର)। ଥଣ୍ଡା, ଜ୍ୱର ଓ କାଶ ହେଲେ ଦେଉଛନ୍ତି ଔଷଧ। ବେଳେ ବେଳେ ଏକ୍ସପାଇରୀ ମେଡିସିନ୍‌ ବି ଦେଉଛନ୍ତି!  ରାଜ୍ୟ ମୁଖିଆ ଓ ତାଙ୍କ ନେତାମାନେ ବିଶ୍ୱସ୍ତରୀୟ ଚିକିତ୍ସା ସେବା ଯୋଗାଇବା ନେଇ ମାଳ ମାଳ ପ୍ରତିଶ୍ରୁତି ଦେଉଥିବା ବେଳେ କ’ଣ ସେମାନଙ୍କ ନଜର ଏହି ବେଆଇ କ୍ଲିନିକ୍ ଓ […]

FAKE DOCTOR

FAKE DOCTOR

Manoranjan Sial
  • Published: Saturday, 06 August 2022
  • Updated: 06 August 2022, 08:49 PM IST

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ରାଜ୍ୟ ମୁଖିଆଙ୍କ ଜିଲ୍ଲା ଗଞ୍ଜାମରେ ଖୋଲିଛି ମାଳ ମାଳ ବେଆଇନ କ୍ଲିନିକ୍‌। ଆଉ ସେଗୁଡ଼ିକରେ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି କ୍ୱାକ୍‌ (ନକଲି ଡାକ୍ତର)। ଥଣ୍ଡା, ଜ୍ୱର ଓ କାଶ ହେଲେ ଦେଉଛନ୍ତି ଔଷଧ। ବେଳେ ବେଳେ ଏକ୍ସପାଇରୀ ମେଡିସିନ୍‌ ବି ଦେଉଛନ୍ତି!  ରାଜ୍ୟ ମୁଖିଆ ଓ ତାଙ୍କ ନେତାମାନେ ବିଶ୍ୱସ୍ତରୀୟ ଚିକିତ୍ସା ସେବା ଯୋଗାଇବା ନେଇ ମାଳ ମାଳ ପ୍ରତିଶ୍ରୁତି ଦେଉଥିବା ବେଳେ କ’ଣ ସେମାନଙ୍କ ନଜର ଏହି ବେଆଇ କ୍ଲିନିକ୍ ଓ ନକଲି ଡାକ୍ତର (କ୍ୱାକ)ଙ୍କ ଉପରେ ପଡ଼ୁନି? ନା ସବୁ ଜାଣି ଚୁପ୍‌ ବସିଛନ୍ତି!

ଖଲ୍ଲିକୋଟ୍‌ ବ୍ଲକ୍‌ ଦାନପୁର ଗାଁରେ ରହିଛି ଗୋଟିଏ ନକଲି କ୍ଲିନିକ୍‌। ଏଠାରେ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ଅନିମେଶ ବିଶ୍ୱାସ। ତାଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ଶିକ୍ଷାଗତ ଯୋଗ୍ୟାତା ହେଲା ଏକାଦଶ ପାସ୍‌। ତଥାପି ସେ ଜଣେ ଡାକ୍ତର ବୋଲି ନିଜର ପରିଚୟ ଦେଉଛନ୍ତି। ଡାକ୍ତରୀ ସାର୍ଟିଫିକେଟ୍‌ ମାଗିଲେ ଗାଁରେ ଅଛି ବୋଲି କହୁଛନ୍ତି।  ଦୀର୍ଘ ୪ ବର୍ଷ ଧରି ସେ ଦାନପୁର ଗାଁରେ ମେଡିସିନି ବିକିବା ସହିତ ସାଲାଇନ୍‌ ଓ ଇଞ୍ଜେକ୍ସନ ଦେଉଛନ୍ତି। ନା ତାଙ୍କ ପାଖରେ ଅଛି ଫାର୍ମାସିଷ୍ଟ ଲାଇସେନ୍ସ ନା ଅଛି କ୍ଲିନିକ ପାଇଁ ପ୍ରମାଣପତ୍ର। ସେ ରୋଗୀଙ୍କୁ ଚିକିତ୍ସା ନକରିପାରିଲେ ଅନ୍ୟ କ୍ୱାକ୍‌ଙ୍କ ପାଖକୁ ପଠାଇ ଦେଉଥିବା ଜଣାପଡ଼ିଛି।

ଅନିମେଶ ବିଶ୍ୱାସଙ୍କ କହିବା ଅନୁସାରେ ତାଙ୍କ ଘର କୋଲକାତାର ବର୍ଦ୍ଧମାନରେ। ଏକାଦଶ ପାସ୍‌ କରିବା ପରେ କୋଲକାତା ବହୁବଜାରରେ ଥିବା କଲେଜରୁ ଆର୍‌ଏମ୍‌ଟି(ଗ୍ରାମ୍ୟ ଚିକିତ୍ସକ) ପାସ୍‌ କରିଛନ୍ତି। ଗ୍ରାମ୍ୟ ଚିକିତ୍ସକ ବିଷୟରେ ଥଣ୍ଡା, କାଶ ଓ ସାଲାଇନ୍‌ ଦେବା ନେଇ ତାଲିମ ଦିଆଯାଇଥିଲା। କ୍ଲିନିକ ଖୋଲିବା ପାଇଁ ଲାଇସେନ୍ସ ଅଛି। କିନ୍ତୁ ତାହା ପାଖରେ ନାହିଁ, ଘରେ ଅଛି। ଏଥର ଗାଁକୁ ଗଲେ ଲାଇସେନ୍ସ ଆଣିବି ବୋଲି ଅନିମେଶ ବିଶ୍ୱାସ କହିଛନ୍ତି।

କ୍ୱାକ୍‌ ନମ୍ବର ୨ ହେଲେ ରାଜୁ ମଣ୍ଡଳ। ତାଙ୍କ ଘର କୋଲକତାରେ। ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ। କିନ୍ତୁ ସେ ଓଡ଼ିଶାରେ ଡାକ୍ତର। ତାଙ୍କ କ୍ଲିନିକ୍‌ରେ ଗଦା ହୋଇ ପଡିଛି ଇଞ୍ଜେକ୍ସନ, ଆଉ ମାଳ ମାଳ ଲାଗିଛି ଖାଲି ସାଲାଇନ୍‌ ବୋତଲ। ଗଚ୍ଛିତ ହୋଇ ରହିଛି ମେଡିସନ୍‌। ହେଲେ ଅନେକ ମେଡିସିନିର ଏକ୍ସପାଇରି ଡେଟ୍‌ ହୋଇଗଲାଣି। ଆଉ କିଛି ମେଡିସିନ୍‌ ଚଳିତ ମାସ ଅଗଷ୍ଟରେ ସରିବ। କିନ୍ତୁ ସେ ଗୁଡିକ ମଧ୍ୟ ଲୋକମାନଙ୍କୁ ଦେଉଥିବା ଆଭିଯୋଗ ହେଇଛି। ସେ ଗତ ୪ ବର୍ଷ ହେଲା ତାଳପଡା ଗାଁ ଡାକ୍ତର ହୋଇ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି।

ରାଜୁ ମଣ୍ଡଳ କହିଛନ୍ତି, କୋଲକାତାରେ ଆର୍‌ଏମ୍‌ଟିରେ ପାଠ ପଢ଼ୁଛି। କ୍ଲିନିକ୍‌ ପାଇଁ ୬ ମାସ ହେଲା ଆବେଦନ କରିଛି। ବେଗୁନିଆପଡ଼ାରେ କ୍ଲିନିକ ଖୋଲିଥିବା ମିଥୁନ୍‌ ସର୍କାରଙ୍କ ମାଧ୍ୟମରେ ଓଡ଼ିଶା ଆସିଥିଲି। ଏଠାରେ ମୁଁ କ୍ଲିନିକ ଖୋଲି ଚିକିତ୍ସା କରୁଛି। ସାଲାଇନ୍‌ ଓ ଇଞ୍ଜେକ୍‌ସିନ୍‌ ଦେଉଛି। ଗୁରୁତର ରୋଗୀଙ୍କୁ ଦେଖୁନାହୁଁ ବୋଲି ରାଜୁ ମଣ୍ଡଳ କହିଛନ୍ତି।

ତୃତୀୟ ନମ୍ୱର କ୍ୱାକ୍‌ ହେଉଛନ୍ତି ଶମ୍ଭୁ ସରକାର। ଶିକ୍ଷାଗତ ଯୋଗ୍ୟତା କହୁଛନ୍ତି, ଯୁକ୍ତ ୩। କିନ୍ତୁ ପାଖରେ ସାର୍ଟିଫିକେଟ୍‌ ନାହିଁ। କୌଣସି ମେଡିକାଲ୍‌ ପାଠ ପଢି ନାହାନ୍ତି। ତଥାପି ସେ ନିଜକୁ ଦାନ୍ତ ଡାକ୍ତର ପରିଚୟ ଦେଉଛନ୍ତି। ସେତିକି ନୁହେଁ, ଜ୍ୱର-ଥଣ୍ଡା-କାଶ ହେଲେ ରୋଗୀଙ୍କ ଦେଉଛନ୍ତି ମେଡିସନ୍‌। ଇଞ୍ଜେକ୍ସନ ଓ ସାଲାଇନ ମଧ୍ୟ ଦେଉଛନ୍ତି। ୩ ବର୍ଷ ହେଲା ବାରସର ଗାଁରେ କ୍ଲିନିକ କରି ନିଜକୁ ଡାକ୍ତର ପରିଚୟ ଦେଇ ଚିକିତ୍ସା କରୁଛନ୍ତି।

ଶମ୍ଭୁ ସରକାର କହିଛନ୍ତି, କ୍ଲିନିକ ପାଇଁ ୬ ମାସ ହେଲା ଲାଇସେନ୍ସ ଆବେଦନ କରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ମିଳିନି। ଆଗରୁ ଡେଣ୍ଟାଲ୍‌ କାମ କରୁଥିଲି। ଏବେ ଜ୍ୱର ଓ ଘୋଳାବିନ୍ଧା ହେଲେ ମେଡିସିନ୍‌ ଦେଉଛି। ମୁଁ କୋଲକାତାରୁ ଗ୍ରାଜୁଏସନ୍ ପାସ୍‌ କରିବା ପରେ ବିଡିଏସ୍‌ କରିଛି। ନିଜେ ନିଜେ ଶିଖି ଜ୍ୱର ପାଇଁ ମେଡିସିନ୍‌ ଦେଉଛି। ସବୁ ସାର୍ଟିଫିକେଟ୍‌ ଗାଁରେ ରହିଛି। ଘରକୁ ଗଲେ ଆଣିବି ବୋଲି ଶମ୍ଭୁ ସରକାର କହିଛନ୍ତି।

ଚତୁର୍ଥ କ୍ୱାକ୍‌ ହେଉଛନ୍ତି ଦୁର୍ଗା ଦୀନବନ୍ଧୁ ଦାସ। ପାଖରେ ଅଛି କର୍ଣ୍ଣାଟକରେ ପାଥୋଲୋଜି ପଢିଥିବାର ସାର୍ଟିଫିକେଟ। କିନ୍ତୁ ସେ ତାଳପଡ଼ା ଗାଁରେ କ୍ଲିନିକ୍‌ ଖୋଲି ରୋଗୀ ଦେଖୁଛନ୍ତି। ଥଣ୍ଡା, କାଶ, ଜ୍ୱର ହେଲେ ମେଡ଼ିସିନ୍‌ ଦେଉଛନ୍ତି। ଦରକାର ପଡ଼ିଲେ ଇଞ୍ଜେକ୍‌ସନ୍‌ ଓ ସାଲାଇନ୍‌ ମଧ୍ୟ ଦେଉଛନ୍ତି। ଏହି ବାବୁଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ। କିନ୍ତୁ ବାବୁଙ୍କ ପାଖରେ କ୍ଲିନିକ ଖୋଲିବାକୁ ନାହିଁ ସାର୍ଟିଫିକେଟ୍‌। କହୁଛନ୍ତି ଘର ମାଲିକ ଆସିଲେ ଆବେଦନ କରିବେ।

କେବଳ ଏହି ୪ ଜଣ ନକଲି କ୍ଲିନିକ୍‌ ଖୋଲି ନାହାନ୍ତି। ଖଲ୍ଲିକୋଟ୍‌ ବ୍ଲକରେ ଏମିତି ମାଳ ମାଳ ବେଆଇନ କ୍ଲିନିକ୍‌ ଖୋଲିଛି। ସେହିପରି ବେଗୁନିଆପଡା, ଗଞ୍ଜାମ ବ୍ଲକ୍‌ରେ ମଧ୍ୟ ଖୋଲିଛି ବେଆଇନ କ୍ଲିନିକ୍‌। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ନାକ ତଳେ ଚାଲିଛି ଏସବୁ କ୍ଲିନିକ୍‌! ହେଲେ ଏଥିପ୍ରତି ବାବୁଙ୍କ ନିଘା ନାହିଁ। ଅନ୍ୟପକ୍ଷରେ ସରକାରୀ ମେଡିକାଲ୍‌ରେ ହାଲ୍‌ ନକହିବା ଭଲ। ଅନେକ ଡାକ୍ତରଖାନାରେ ଡାକ୍ତର ନଥିବାରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ନିରୀହ ଲୋକମାନେ ବାଧ୍ୟ ହୋଇ କ୍ୱାକ୍‌ ପାଖକୁ ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story