ଫେସ୍‌ବୁକ୍‌ରେ ଫେକ୍‌ ଆଇଡି, କଟକ ଡିସିପି କହି ଠକିନେଲେ ୭ ଲକ୍ଷ

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ଇଞ୍ଜିନିୟର ବୁଦ୍ଧିକୁ ମାନିବାକୁ ପଡ଼ିବ। ଫେସ୍‌ବୁକ୍‌ରେ ଜଣେ ସୁନ୍ଦରୀ ଝିଅର ଫଟୋ ରଖି ଦେବସ୍ମିତାଙ୍କ ନାଁରେ ଖୋଲିଛନ୍ତି ଆକାଉଣ୍ଟ। ଆଉ ସମୟ ସୁବିଧା ଦେଖି କୁବେରଙ୍କୁ ଫସାଇ ନିଜକୁ କଟକ ଡିସିପିର ପରିଚୟ ଦେଇ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା। ଏମିତି ଜଣେ ୪୨୦ ଲୁଟେରା ହେଉଛନ୍ତି ପବିତ୍ର ମୋହନ ମହାନ୍ତି। ଘର ବଣ ପାହାଡ଼ ଘେରା କୋରପୁଟ୍‌ ଜିଲ୍ଲା ଦାମନଯୋଡ଼ିରେ। ମୋବାଇଲ୍‌ ଟ୍ରାକ୍‌ କରି ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି। […]

fake

fake

Manoranjan Sial
  • Published: Saturday, 19 October 2019
  • Updated: 19 October 2019, 05:25 PM IST

Sports

Latest News

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ଇଞ୍ଜିନିୟର ବୁଦ୍ଧିକୁ ମାନିବାକୁ ପଡ଼ିବ। ଫେସ୍‌ବୁକ୍‌ରେ ଜଣେ ସୁନ୍ଦରୀ ଝିଅର ଫଟୋ ରଖି ଦେବସ୍ମିତାଙ୍କ ନାଁରେ ଖୋଲିଛନ୍ତି ଆକାଉଣ୍ଟ। ଆଉ ସମୟ ସୁବିଧା ଦେଖି କୁବେରଙ୍କୁ ଫସାଇ ନିଜକୁ କଟକ ଡିସିପିର ପରିଚୟ ଦେଇ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା। ଏମିତି ଜଣେ ୪୨୦ ଲୁଟେରା ହେଉଛନ୍ତି ପବିତ୍ର ମୋହନ ମହାନ୍ତି। ଘର ବଣ ପାହାଡ଼ ଘେରା କୋରପୁଟ୍‌ ଜିଲ୍ଲା ଦାମନଯୋଡ଼ିରେ। ମୋବାଇଲ୍‌ ଟ୍ରାକ୍‌ କରି ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି।

ପବିତ୍ର ମୋହନ ମହାନ୍ତି ପେଶାରେ ଜଣେ ଇଞ୍ଜିନିୟର। ସେ ପୁନେରେ ଏକ ପ୍ରାଇଭେଟ୍‌ କମ୍ପାନୀୟ କାମ କରନ୍ତି। ୨୦୧୭ ମସିହାରେ ସେ ତାଙ୍କର ଗର୍ଲଫ୍ରେଣ୍ଡ ଦେବସ୍ମିତା (ଛଦ୍ମନାମ)ଙ୍କ ନାଁରେ ଏକ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିଥିଲେ। ଆଉ ଆକାଉଣ୍ଟରେ ଜଣେ ସୁନ୍ଦରୀ ଝିଅର ଫଟୋକୁ ପ୍ରୋଫାଇଲ୍‌ ପିକ୍‌ଚର ଭାବେ ରଖିଥିଲେ। ପରେ ସେହି ଆକାଉଣ୍ଟରୁ ସେମିଳିଗୁଡ଼ା ଅଞ୍ଚଳର ଜଗଦୀଶ ପାଢ଼ୀଙ୍କ ପାଖକୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଥିଲେ। ଝିଅ ବୋଲି ଭାବି ଜଗଦୀଶ ଫ୍ରେଣ୍ଡରିକ୍ୟୁଏଷ୍ଟ ଆକ୍ସସେପ୍ଟ କରିଥିଲେ। ତା’ପରେ ଚତୁର ପବିତ୍ର ଝିଅ ହୋଇ ଜଗଦୀଶଙ୍କ ସହିତ ଫେସ୍‌ବୁକ୍‌ରେ କଥାବାର୍ତ୍ତା ହୋଇଥିଲେ। ଏପରିକି ଫେସ୍‌ବୁକରେ ଚାଟିଂ କରିବା ସହିତ ଅଶ୍ଲୀଳ ମେସେଜ୍‌ ପଠାଇ ଥିଲେ। ଯାହାର ଉତ୍ତର ଜଗଦିଶ ଦେଉଥିଲେ। ଏମିତି କିଛି ଦିନ ଚାଲିବା ପରେ ହଠାତ୍‌ ଉକ୍ତ ଫେସ୍‌ବୁକ୍‌ଟି ବନ୍ଦ ହୋଇଗଲା।

ଦିନେ ହଠାତ୍‌ ଜଗଦୀଶଙ୍କ ପାଖକୁ ଏକ ଫୋନ୍‌ କଲ ଆସିଥିଲା। ଯେଉଁଥିରେ ଫୋନ୍‌ କରିଥିବା ବ୍ୟକ୍ତି(ପବିତ୍ର) ନିଜକୁ କଟକ ଡିସିପିର ପରିଚୟ ଦେଇଥିଲେ। ତୁମେ କାହିଁକି ମୋ ଝିଆରୀ(ଦେବସ୍ମିତା) ପାଖକୁ ଅଶ୍ଲୀଳ ମେସେଜ ପଠାଉଛ ବୋଲି କହିଥିଲେ ପବିତ୍ର। ଯେଉଁଥିପାଇଁ ମୁଁ ଚାହିଁଲେ ତୁମ(ଜଗଦୀଶ)କୁ ଓ ତାଙ୍କ ବାପା-ମାଆଙ୍କୁ ଗିରଫ କରିପାରିବି। ଡିସିପି ବୋଲି ଜାଣିବା ପରେ ଜଗଦୀଶଙ୍କ ହାଲତ ଶୁଖି ଯାଇଥିଲା। ଏହି ଘଟଣା ପରେ ଜଗଦୀଶଙ୍କ ପାଖକରୁ ବାରମ୍ୱା ଫୋନ୍‌ରେ ଧମକ ଆସିଲା।

ଶେଷରେ ମାମଲା ସମାଧାନ ପାଇଁ ଜଗଦୀଶଙ୍କୁ ପବିତ୍ର ପ୍ରସ୍ତାବ ଦେଲେ। ଏଥିପାଇଁ ପର୍ଯ୍ୟାୟ କ୍ରମେ ଟଙ୍କା ପଠାଇବାକୁ କହିଥିଲେ। ତାଙ୍କ କଥାରେ ଜଗଦୀଶ ଫୋନ୍‌ ପେ, ଗୁଗୁଲ୍‌ ପେ ଓ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଠାଇଲେ। ଦୁଇ ବର୍ଷ ଭିତରେ ଜଗଦୀଶ ୭ ଲକ୍ଷ ୧୩ ହଜାରରୁ ଅଧିକ ଟଙ୍କା ପଠାଇଥିବା ପ୍ରକାଶ କରିଛନ୍ତି। ଯାହାକୁ ନେଇ ଜଗଦୀଶ ମାନସିକ ଚାପରେ ରହୁଥିଲେ। ପରିବାର ଭିତରେ ଅଶାନ୍ତିର ଝଡ ସୃଷ୍ଟି ହେଲା।

ଦଶହରା ଛୁଟିରେ ପବିତ୍ର ଦାମନଯୋଗିର ନିଜ ଗାଁକୁ ଆସିଥିଲା। ଏହି ସମୟରେ ସେ ଜଗଦୀଶଙ୍କ ପାଖକୁ ଫୋନ୍‌ କରି ୫୭,୦୦୦ ଟଙ୍କା ପଠାଇବାକୁ କହିଥିଲେ। ପାଖରେ ଏତେ ପରିମାଣରେ ଟଙ୍କା ନଥିବାରୁ ଜଗଦୀଶ ପରିବାର ଲୋକଙ୍କୁ କହିଥିଲେ। ପରେ ପରିବାର ଲୋକେ ସେମିଳିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଜାଲ ବିଛାଇଥିଲା। ପବିତ୍ରଙ୍କ ଫୋନ୍‌ ନମ୍ୱରକୁ ଟ୍ରକ୍‌ କରି ତାଙ୍କ ଗାଁରେ ପହଞ୍ଚିଥିଲା। ସେଠାରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story