ଯାଜପୁର(ଗୁଲାମ୍ ଗସ୍):ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଅଞ୍ଚଳରୁ ନକଲି ଜର୍ଦ୍ଦା ସହ ବିଭିନ୍ନ ସରଞ୍ଜାମ ଜବତ କରାଯାଇଛି। ଏଥିସହ ଏହି ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି।
ବିଦ୍ୟାଧରପୁର ଅଞ୍ଚଳରେ ନକଲି ଜର୍ଦ୍ଦା କାରଖାନା ଚାଲିଥିବା ଖବର ପାଇ ଆଜି ଭୋରରୁ ଯାଜପୁର ରୋଡ୍ ଏସଡିପିଓ ଏବଂ ଡିଏସପିଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ ସେଠାରେ ଅତର୍କିତ ଚଢ଼ଉ କରିଥିଲା। ଏହି ସମୟରେ ନକଲି ଜର୍ଦ୍ଦା,ସରଞ୍ଜାମ ଓ ଯନ୍ତ୍ରାଂଶ ଜବତ କରାଯାଇଛି। ଏଥିସହ ଏହି ବେଆଇନ ବ୍ୟବସାୟରେ ଲିପ୍ତ ଥିବା ୪ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଏମାନେ ବହୁ ନାମୀ ଦାମୀ କମ୍ପାନୀର ଲୋଗୋ ବ୍ୟବହାର କରି ନକଲି ଜର୍ଦ୍ଦା ତିଆରି କରୁଥିଲେ।ଜବତ ନକଲି ଜର୍ଦ୍ଦାର ଓ ସରଞ୍ଜାମର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ପୁଲିସ୍ ଆକଳନ କରିଛି। ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ଏସ୍ଡିପିଓ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଖୁବ୍ଶୀଘ୍ର SCBରେ ଖାଲି ପଡ଼ିଥିବା ପଦବୀ ପୂରଣ କରାଯିବ; ହାଇକୋର୍ଟଙ୍କୁ ଅବଗତ କରାଇଲେ ସ୍ୱାସ୍ଥ୍ୟ ସଚିବ
ଲାଲବାଗ ଥାନା ନିକଟରେ ଶିଶୁ ଭବନ ଗେଟ ସମ୍ମୁଖରେ ଥିବା ଉଠା ଦୋକାନୀଙ୍କ ଭେଣ୍ଡିଂ ଜୋନ ଲାଇସେନ୍ସ ଯାଞ୍ଚ କରିବା ପାଇଁ ସିଏମ୍ସିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
Politics
ନବୀନଙ୍କ ବିରୁଦ୍ଧରେ କଠୋର ହେଲେ ରାଜ୍ୟପାଳ: ୨ଥର ମନାକଲାଣି ଆଇନ ବିଭାଗ, ତଥାପି ଦେଇପାରନ୍ତି ଦୁର୍ନୀତି ମାମଲା ରୁଜୁ ପାଇଁ ଅନୁମତି
ଆଡଭୋକେଟ୍ ସୁଧୀର ଚରଣ ମହାନ୍ତିଙ୍କ ଆବେଦନ ଆଧାରରେ ରାଜ୍ୟପାଳ ମାତ୍ର ୨୦ଦିନ ମଧ୍ୟରେ ଦୁଇ ଦୁଇଥର ଆଇନଗତ ପରାମର୍ଶ ଲୋଡ଼ିବା ପରେ ଏହି ଆଶଙ୍କା ବଢ଼ିବାରେ ଲାଗିଛି ।
Crime
ବିଚ୍ ରାସ୍ତାରେ ଓଆଇସିଙ୍କ ଦାଦାଗିରି, ଫଟୋ ଭାଇରାଲ ପରେ ହେଲା ବଦଳି
କିଛି ଦିନ ତଳେ ରାତିରେ ଟି-ବ୍ରିଜ୍ ଉପରେ ଘଟିଛି ଏହି ଘଟଣା।
Miscellaneous
ନୂଆବର୍ଷରୁ ନୂଆ ବ୍ୟବସ୍ଥା; ବାରିକେଡରେ ଯାଇ ଦର୍ଶନ କରିବେ ଶ୍ରଦ୍ଧାଳୁ
ଓବିସିସି ଦ୍ୱାରା ଡାଇଗ୍ରାମ କରାଯାଇଥିବା ରାଂପ୍ ବ୍ୟବସ୍ଥା ନୂଆବର୍ଷ ପୂର୍ବରୁ ନିର୍ମାଣ ଶେଷ କରାଯିବ। ଯଦିଓ ନୂଆ ଦର୍ଶନ ବ୍ୟବସ୍ଥାର ପୂର୍ଣ୍ଣ ଚିତ୍ର ଆସିନାହିଁ, ତେବେ ସୂଚନା ଅନୁସାରେ ୬ ଲେନ୍ ବିଶିଷ୍ଟ ବ୍ୟାରିକେଡ୍ ନିର୍ମାଣ ହେବ।
Crime
ଲକ୍ଷାଧିକ ଟଙ୍କା ହଡ଼ପ; ଗରିବଙ୍କ ଝାଳ ବୁହା ଧନ ନେଇଗଲେ ପୋଷ୍ଟ ମାଷ୍ଟର!
ଠକାମୀରେ ଶିକାର ହୋଇଥିବା ଜମାକାରୀମାନେ ଆଜି ଲାଞ୍ଜିବର୍ଣ୍ଣା ଉପ-ଡାକଘର ଯାଇଥିଲେ। ସେତେବେଳେ ଡାକଘରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଖବର ନେବାରୁ ଜଣାପଡ଼ିଛି କିଛି ଦିନ ହେଲା ସଂପୃକ୍ତ ପୋଷ୍ଟ ମାଷ୍ଟର ଡାକଘରେ ତାଲା ପକାଇ ଆସୁନାହାନ୍ତି।