ହୁସିଆର! ମାତିଛନ୍ତି ଚାଇନିଜ୍‌ ଠକ, ଲୋନ୍‌ ଆପ୍‌ରେ ଲୁଟୁଛନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଲୋନ୍‌ ଆପ୍‌ ଜରିଆରେ ଋଣ ଆବେଦନ କରୁଛନ୍ତି କି? ହୁସିଆର୍‌ ହୋଇଯାଆନ୍ତୁ। କାରଣ ମାତିଛନ୍ତି ଚାଇନିଜ୍‌ ଠକ୍। ଚୀନ୍‌ରେ ବସି ଓଡ଼ିଶାରେ ଚଳାଉଛନ୍ତି ଲୋନ୍‌ ଆପ୍‌। ଆଉ ସେହି ଆପ୍‌ ମାଧ୍ୟମରେ ନୀରିହ ଓଡ଼ିଆଙ୍କୁ ଜାଲରେ ଫସାଇ ଅର୍ଥ ଲୁଟ୍‌ କରିବା ସହିତ ନାନା ନିର୍ଯାତନା ଦେଉଛନ୍ତି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ୫ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଲିଉ ୟୁ ଜିଏ ଓ ତାଙ୍କ ସହଯୋଗୀଙ୍କୁ ଖୋଜୁଛି। […]

Lone-App

Lone-App

Manoranjan Sial
  • Published: Tuesday, 12 July 2022
  • Updated: 12 July 2022, 08:13 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଲୋନ୍‌ ଆପ୍‌ ଜରିଆରେ ଋଣ ଆବେଦନ କରୁଛନ୍ତି କି? ହୁସିଆର୍‌ ହୋଇଯାଆନ୍ତୁ। କାରଣ ମାତିଛନ୍ତି ଚାଇନିଜ୍‌ ଠକ୍। ଚୀନ୍‌ରେ ବସି ଓଡ଼ିଶାରେ ଚଳାଉଛନ୍ତି ଲୋନ୍‌ ଆପ୍‌। ଆଉ ସେହି ଆପ୍‌ ମାଧ୍ୟମରେ ନୀରିହ ଓଡ଼ିଆଙ୍କୁ ଜାଲରେ ଫସାଇ ଅର୍ଥ ଲୁଟ୍‌ କରିବା ସହିତ ନାନା ନିର୍ଯାତନା ଦେଉଛନ୍ତି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ୫ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଲିଉ ୟୁ ଜିଏ ଓ ତାଙ୍କ ସହଯୋଗୀଙ୍କୁ ଖୋଜୁଛି। ସେଥିପାଇଁ ସେମାନଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି ହୋଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି ଜୟନାରାୟଣ ପଙ୍କଜ।

କ୍ରାଇମବ୍ରାଞ୍ଚ ଡିଆଇଜି ଶ୍ରୀ ପଙ୍କଜଙ୍କ କହିବା ଅନୁସାରେ ଚୀନ୍‌ର ଲିଉ ୟୁ ଜିଏ ଓ ତାଙ୍କର ଦୁଇ ସହଯୋଗୀ ୩ ବର୍ଷ ତଳେ ବାଙ୍ଗାଲୁରୁ ଆସିଥିଲେ। ସେଠାରେ ସେ ୮ଟି କମ୍ପାନୀ ଖୋଲିଥିଲେ। ଲିଉ ୟୁ ଜିଏ ନିଜ କର୍ମଚାରୀଙ୍କ ନାଁରେ କମ୍ପାନୀ ଗୁଡ଼ିକ ଖୋଲିଥିଲେ। ପରବର୍ତ୍ତୀ ସମୟରେ ସେହି କମ୍ପାନୀ ନାଁରେ ୧୦ଟି ଲୋନ୍‌ ଆପ୍‌ ଖୋଲିଥିଲେ। ଆଉ ସେହି ଆପ୍‌ ଗୁଡ଼ିକୁ ଗୁଗୁଲ୍‌ ପ୍ଲେ ଷ୍ଟୋରରେ ଉପଲବ୍ଧି କରୁଥିଲେ ଶ୍ରୀ ପଙ୍କଜ କହିଥିଲେ।

ସେ କହିଛନ୍ତି, ଲୋନ୍‌ ଆପ୍‌ ଗୁଡ଼ିକ ଚିନ୍‌ରେ ପରିଚାଳିତ ହେଉଥିଲା। ଟାର୍ଗେଟରେ ଥିଲେ ମଧ୍ୟବିତ୍ତ ପରିବାର। ବିଭିନ୍ନ ସୋଶାଲ୍‌ ମିଡିଆ ମାଧ୍ୟମରେ ଋଣ ନେବା ପାଇଁ ଅଫର ଦିଆଯାଉଥିଲା। ଲୋକମାନେ କିଛି ବୁଝି ନପାରି ସଙ୍ଗେ ସଙ୍ଗେ ଋଣ ପାଇବା ପାଇଁ ଆବେଦନ କରୁଥିଲେ। ଋଣ ଆବେଦନର କିଛି ସମୟ ମଧ୍ୟରେ ୨୦୦୦ରୁ ୧୦,୦୦୦ ପର୍ଯ୍ୟନ୍ତ ଟଙ୍କା ମିଳୁଥିଲା। ଏହାର ସୁଯୋଗ ନେଇ ଚୀନ୍‌ ଠକମାନ ଋଣ ନେଉଥିବା ବ୍ୟକ୍ତିଙ୍କ ମୋବାଇଲ୍‌ରୁ ସମସ୍ତ ତଥ୍ୟ ନେଇଯାଉଥିଲେ ବୋଲି ଶ୍ରୀ ପଙ୍କଜ କହିଥିଲେ।

କ୍ରାଇମବ୍ରାଞ୍ଚ ଡିଆଇଜି ଜୟନାରାୟଣ ପଙ୍କଜ ଆହୁରି କହିଛନ୍ତି, ଋଣ ଟଙ୍କା ଟ୍ରାନ୍ସଫର ପାଇଁ ଠକମାନେ ବ୍ୟାଙ୍କ ଆକାଉଣ୍ଟ ନେଇଥିଲେ। ଏଥିସହ ଠିକଣା, ପାନ୍‌କାର୍ଡ଼ ଓ ଆଧାରକାର୍ଡ଼ ନମ୍ୱର ଏବଂ ମୋବାଇଲ୍‌ରେ ସବୁ ସାଙ୍ଗଙ୍କ ନମ୍ୱର ନେଇଯାଉଥିଲା। ଋଣ ନେବାର ୬ରୁ ୭ ଦିନ ପରେ ଲୋନ୍‌ ଆପ୍ ମାଧ୍ୟମରେ ଫୋନ୍‌ କଲ କରୁଥିଲେ। ଫୋନ୍‌ କରିଥିବା ବ୍ୟକ୍ତି ଋଣ ଟଙ୍କାର ଦୁଇରୁ ତିନି ଗୁଣା ସୁଧ ମାଗୁଥିଲେ। ଟଙ୍କା ନଦେଲେ ଅସଲ ରୁପ ଦେଖାଇବେ ଚାଇନିଜ୍‌ ଠକ। ସେମାନେ ଅଭଦ୍ର ଭାଷାରେ ଗାଳି ଦେବା ସହିତ ହ୍ୱାଟ୍ସଆପ୍‌ରେ ଗ୍ରୁପ୍‌ କରି ଋଣ ନେଇଥିବା ବ୍ୟକ୍ତିଙ୍କ ନାଁରେ ଅପପ୍ରଚାର କରୁଥିଲେ। ସବୁ ବେଳେ ବ୍ଲକାମେଲ୍‌ କରୁଥିଲେ। ଏପରି ଠକାମୀ ନେଇ ଓଡ଼ିଶାରେ ୧୦୦ଟି ପିଟିସନ୍‌ ଦାଖଲ ହୋଇଥିଲା। ଅଭିଯୋଗକୁ ଆଧାର କରି ୩ ମାସ ଭିତରେ ୫ ଜଣଙ୍କୁ ଗିରଫ କରାଯାଇଛି। ଏହାର ମାଷ୍ଟରମାଇଁଣ୍ଡ ଲିଉ ୟୁ ଜିଏ। ତାଙ୍କର ଦୁଇ ସହଯୋଗୀ ରହିଛନ୍ତି। ଏହି ତିନି ଜଣ ବାଙ୍ଗାଲୁରୁ ଆସିଥିଲେ। ଏବେ ଚୀନ୍‌ ପଳାଇ ଯାଇଛନ୍ତି ବୋଲି ଶ୍ରୀ ପଙ୍କଜ କହିଛନ୍ତି।

ଲିଉ ୟୁ ଜିଏ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି ହୋଇଛି। କ୍ରାଇମବ୍ରାଞ୍ଚର ଆବେଦନ କ୍ରମେ ବ୍ୟୁରୋ ଅଫ୍‌ ଇମିଗ୍ରେସନ୍‌ ବିଭାଗ ଏହି ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଛି। ଏହି ବେଆଇନ୍‌ ଲୋନ୍‌ ଆପ୍‌ ଦେଢ ଲକ୍ଷରୁ ଅଧିକ ଲୋକ ଡାଉନ୍‌ଲୋଡ୍‌ କରିବା ସହିତ ଠକେଇରେ ଶିକାର ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos