ମହିଳାଙ୍କ ନିକଟରୁ ୧୬ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ

ଯାଜପୁର (ଗୁଲାମ୍ ଗସ୍): ଯାଜପୁର ସହରରୁ ୧୬ ହଜାର ଟଙ୍କାର ଜାଲ୍‌ ନୋଟ୍ ଜବତ କରିଛି ପୁଲିସ୍। ଜଣେ ମହିଳାଙ୍କଠାରୁ ଏହି ଟଙ୍କା ଜବତ କରାଯାଇଛି। ଗତକାଲି ବିଂଝାରପୁର ଥାନା ଅନ୍ତର୍ଗତ ବରପଦା ଅଞ୍ଚଳର ଜଣେ ମହିଳା ଯାଜପୁର ଟାଉନକୁ ଆସି ଏକ ଦୋକାନରୁ ସଉଦା କିଣିଥିଲେ। ତା’ପରେ ଦୋକାନୀଙ୍କ ହାତକୁ ଏକ ୨ହଜାର ଟଙ୍କିଆ ନୋଟ୍ ବଢ଼ାଇ ଦେଇଥିଲେ। ନୋଟ୍‌ଟିକୁ ଦେଖି ଦୋକାନୀଙ୍କର ସନ୍ଦେହ ହେଲା। ତେଣୁ ସେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ସେଠାରେ […]

fakenote

Jitendra Garnayak
  • Published: Friday, 18 January 2019
  • , Updated: 18 January 2019, 11:55 AM IST

ଯାଜପୁର (ଗୁଲାମ୍ ଗସ୍): ଯାଜପୁର ସହରରୁ ୧୬ ହଜାର ଟଙ୍କାର ଜାଲ୍‌ ନୋଟ୍ ଜବତ କରିଛି ପୁଲିସ୍। ଜଣେ ମହିଳାଙ୍କଠାରୁ ଏହି ଟଙ୍କା ଜବତ କରାଯାଇଛି।

ଗତକାଲି ବିଂଝାରପୁର ଥାନା ଅନ୍ତର୍ଗତ ବରପଦା ଅଞ୍ଚଳର ଜଣେ ମହିଳା ଯାଜପୁର ଟାଉନକୁ ଆସି ଏକ ଦୋକାନରୁ ସଉଦା କିଣିଥିଲେ। ତା’ପରେ ଦୋକାନୀଙ୍କ ହାତକୁ ଏକ ୨ହଜାର ଟଙ୍କିଆ ନୋଟ୍ ବଢ଼ାଇ ଦେଇଥିଲେ। ନୋଟ୍‌ଟିକୁ ଦେଖି ଦୋକାନୀଙ୍କର ସନ୍ଦେହ ହେଲା। ତେଣୁ ସେ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍ ସେଠାରେ ପହଞ୍ଚି ଯାଞ୍ଚ କଲା ପରେ, ତାହା ନକଲି ୨ ହଜାର ଟଙ୍କିଆ ନୋଟ୍ ବୋଲି ଜଣାପଡ଼ିଥିଲା। ତା’ପରେ ତାଙ୍କଠାରୁ ଆହୁରି ନକଲି ୨ ହଜାର ଟଙ୍କିଆ ନୋଟ୍ ବାହାରିଥିଲା। ତାଙ୍କଠାରୁ ମୋଟ ୮ଟି ୨ ହଜାର ଟଙ୍କିଆ ନୋଟ୍ ଜବତ କରାଯାଇଥିଲା। ତା’ପରେ ତାଙ୍କୁ ଥାନାକୁ ନେଇ ପୁଲିସ୍ ପଚରାଉଚରା କରିବା ପରେ ଗିରଫ କରିଥିଲା। ପୁଲିସ୍‌ ବରପଦା ସ୍ଥିତ ତାଙ୍କ ଘରେ ବି ଚଢ଼ାଉ କରିଥିଲା।

ମହିଳା ଜଣଙ୍କ ଏତେ ପରିମାଣର ନକଲି ନୋଟ୍ କେଉଁଠୁ ଆଣିଲା, ସେ ନେଇ ପୁଲିସ୍ ଖୋଳତାଡ଼ କରୁଛି।

Related story