ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ୁଛନ୍ତି ନକଲି ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ। ଆଜି ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେଇଥିବା ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ପ୍ରାଥମିକ ସ୍ତରରେ ୧୫, ମାଧ୍ୟମିକ ସ୍ତରରେ ୭୭ ଓ ୧୨୫ ଜଣ ଶିକ୍ଷା ସହାୟକ ଏବଂ କନିଷ୍ଠ ଶିକ୍ଷକ ଜାଲ ପ୍ରମାଣପତ୍ର ଦେଇ ଧରା ପଡ଼ିଥିବା ବିଧାନସଭାକୁ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ଦାଶ। ଏହି ସମସ୍ତ ଶିକ୍ଷକଙ୍କ ଶିକ୍ଷା ଓ ଜାତିଗତ ପ୍ରମାଣପତ୍ର ଯାଞ୍ଚ ପାଇଁ […]

school-students

Manoranjan Sial
  • Published: Wednesday, 27 November 2019
  • , Updated: 27 November 2019, 04:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ। ଆଜି ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେଇଥିବା ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ପ୍ରାଥମିକ ସ୍ତରରେ ୧୫, ମାଧ୍ୟମିକ ସ୍ତରରେ ୭୭ ଓ ୧୨୫ ଜଣ ଶିକ୍ଷା ସହାୟକ ଏବଂ କନିଷ୍ଠ ଶିକ୍ଷକ ଜାଲ ପ୍ରମାଣପତ୍ର ଦେଇ ଧରା ପଡ଼ିଥିବା ବିଧାନସଭାକୁ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ଦାଶ। ଏହି ସମସ୍ତ ଶିକ୍ଷକଙ୍କ ଶିକ୍ଷା ଓ ଜାତିଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜାଲ୍‌ ଶିକ୍ଷକଙ୍କ ବିରୋଧରେ ଏତଲା ଦେଇ ସେମାନଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ।

ରାଜ୍ୟରେ ବିଭିନ୍ନ ସ୍ଥାନରେ ନକଲି ଶିକ୍ଷକ ଧରାପଡୁଥିବା ବେଳେ ଏହି ପ୍ରସଙ୍ଗ ଉଠାଇଥିଲେ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାକ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କେତେ ନକଲି ଶିକ୍ଷକ ଧରାପଡ଼ିଛନ୍ତି ଓ ସମସ୍ତ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ ପାଇଁ କି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ ପଚାରିଥିଲେ।

Related story