ରାସ୍ତା ନ ଥିବାରୁ ଖଟିଆରେ ବୁହା ହେଲେ ବୃଦ୍ଧ, ମାତ୍ର ଶେଷରେ...

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ରାସ୍ତା ନ ଥିବାରୁ ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ। ତେଣୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ବୃଦ୍ଧଙ୍କୁ ୨ କି.ମି ଖଟିଆରେ ବୋହି ବୋହି ନେଲେ ପରିବାର ଲୋକେ । ମାତ୍ର ଠିକଣା ସମୟରେ ଚିକିତ୍ସା ନ ପାଇ ସେ ବୁଜିଦେଲେ ଆଖି। ଏପରି ହୃଦୟ ବିଦାରକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତର କୋଷଲାଙ୍ଗ ଗାଁରେ। କୋଷଲାଙ୍ଗ ଗାଁର ୬୫ ବର୍ଷୀୟ କଣ୍ଠ କହଁର ହଠାତ ଗତକାଲି […]

medical1

medical1

Niharika Rout
  • Published: Saturday, 06 February 2021
  • Updated: 06 February 2021, 10:00 AM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ରାସ୍ତା ନ ଥିବାରୁ ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ। ତେଣୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ବୃଦ୍ଧଙ୍କୁ ୨ କି.ମି ଖଟିଆରେ ବୋହି ବୋହି ନେଲେ ପରିବାର ଲୋକେ । ମାତ୍ର ଠିକଣା ସମୟରେ ଚିକିତ୍ସା ନ ପାଇ ସେ ବୁଜିଦେଲେ ଆଖି। ଏପରି ହୃଦୟ ବିଦାରକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତର କୋଷଲାଙ୍ଗ ଗାଁରେ।

କୋଷଲାଙ୍ଗ ଗାଁର ୬୫ ବର୍ଷୀୟ କଣ୍ଠ କହଁର ହଠାତ ଗତକାଲି ଅସୁସ୍ଥ ହୋଇ ପଡ଼ିଥିଲେ । ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଥିଲା। ମାତ୍ର ଗାଁକୁ ରାସ୍ତା ନ ଥିବାରୁ ଗାଁଠୁ ୨ କି.ମି ଦୂରରେ ଆମ୍ବୁଲାନ୍ସ ରହିଥିଲା। ଏହାପରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ଏକ ଖଟିଆ ସାହାଯ୍ୟରେ ଭାର କରି  ଆମ୍ବୁଲାନ୍ସ ଯାଏଁ କଣ୍ଠଙ୍କୁ ବୋହି ନେଇଥିଲେ। ତା’ରେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଠିକଣା ସମୟରେ ଚିକିତ୍ସା ପାଇ ନ ପାରିବାରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୂର୍ବରୁ ବହୁଥର ନୂଆଗାଁ ବ୍ଲକରୁ ରୋଗୀ, ପ୍ରସୂତି ଖଟିଆରେ ବୁହା ହୋଇ ଚିକିତ୍ସା ପାଇଁ ଆସିବା ଘଟଣା ଘଟିଥିବା ବେଳେ ପୁଣି ଏଭଳି ଘଟଣା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାରମ୍ବାର ଏପରି ଘଟଣା ଘଟୁଥିଲେ ମଧ୍ୟ ଗାଁକୁ ରାସ୍ତା ଖଣ୍ଡେ ପାଇଁ କୌଣସି ପ୍ରଶାସନିକ ଅଧିକାରୀ ଆନ୍ତରିକତା ଦେଖାଉ ନଥିବା ଅଭିଯୋଗ ହୋଇଛି।
https://youtu.be/DNmHgL_fuhc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos