ଦୁଲେ ରାପରଙ୍କ ସ୍ୱପ୍ନ ପୂରଣ କଲେ ପ୍ରେମ ଆନନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୟୁଟ୍ୟୁବ୍ ସେନସେସନ୍ ତଥା ଖପର୍ ଘରର୍ ରାପର୍ ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ୱର ତାଣ୍ଡି ତଥା ଦୁଲେ ରାପର୍‌ ଓଡ଼ିଆ ଫିଲ୍ମରେ ଗୀତ ଗାଇବାର ସୁଯୋଗ ପାଇଛନ୍ତି। ତାଙ୍କୁ ଏହି ସୁଯୋଗ ଆଉ କେହି ନୁହନ୍ତି ବରଂ ମ୍ୟୁଜିକ୍ ସାଇଣ୍ଟିଷ୍ଟ ଭାବେ ପରିଚିତ ପ୍ରେମ ଆନନ୍ଦ ଦେଇଛନ୍ତି। ଏଥିସହ ଦୁଲେ ରାପରଙ୍କ ସ୍ୱପ୍ନ ପୂରଣ ହୋଇଛି। ପ୍ରଥମଥର ପାଇଁ ଓଡ଼ିଆ ଫିଲ୍ମ ଗୀତରୋ ତାଙ୍କୁ ଗୀତ ଗାଇବାକୁ ସୁଯୋଗ ମିଳିଛି। ସେହି ଗୀତଟି […]

dule

Ranjit Kumar Jena
  • Published: Wednesday, 11 November 2020
  • , Updated: 11 November 2020, 06:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୟୁଟ୍ୟୁବ୍ ସେନସେସନ୍ ତଥା ଖପର୍ ଘରର୍ ରାପର୍ ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ୱର ତାଣ୍ଡି ତଥା ଦୁଲେ ରାପର୍‌ ଓଡ଼ିଆ ଫିଲ୍ମରେ ଗୀତ ଗାଇବାର ସୁଯୋଗ ପାଇଛନ୍ତି। ତାଙ୍କୁ ଏହି ସୁଯୋଗ ଆଉ କେହି ନୁହନ୍ତି ବରଂ ମ୍ୟୁଜିକ୍ ସାଇଣ୍ଟିଷ୍ଟ ଭାବେ ପରିଚିତ ପ୍ରେମ ଆନନ୍ଦ ଦେଇଛନ୍ତି। ଏଥିସହ ଦୁଲେ ରାପରଙ୍କ ସ୍ୱପ୍ନ ପୂରଣ ହୋଇଛି।

ପ୍ରଥମଥର ପାଇଁ ଓଡ଼ିଆ ଫିଲ୍ମ ଗୀତରୋ ତାଙ୍କୁ ଗୀତ ଗାଇବାକୁ ସୁଯୋଗ ମିଳିଛି। ସେହି ଗୀତଟି ହେଉଛି 'ଜିଓ ବାଲା ଆଣ୍ଟି'। ଦୁଲେଙ୍କ ସହ ସୁନ୍ଦରଗଡ଼ର ସୁକନ୍ୟା ସ୍ୱର୍ଣ୍ଣରେଖା ଓ ଆଶୁତୋଷ କଣ୍ଠଦାନ କରିବେ। ଭୁବନେଶ୍ୱରର ସ୍ମୃତି ଷ୍ଟଡିଓରେ ଏହି ଗୀତ ରେକର୍ଡ କରାଯାଇଛି। ଗୀତଟି ଲେଖିଛନ୍ତି ସୁବ୍ରତ ସ୍ୱାଇଁ।

କଳାହାଣ୍ଡିର ଦୁଲେଶ୍ୱର 'ସୁନୋ ସରକାର' ରାପ୍ ଗୀତ ଗାଇ ସୋଶାଲ ମିଡିଆରେ ବହୁ ଚର୍ଚ୍ଚିତ ହୋଇଥିଲେ। ଏପରିକି ତାଙ୍କର ଏହି ଗୀତ ପାଇଁ ବଲିଉଡର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ବିଶାଲ ଦଦଲାନୀ, ସ୍ୱରା ଭାସ୍କର, ସୋନା ମହାପାତ୍ର ପ୍ରଶଂସା କରିଥିଲେ।

Related story