ଅଧାରେ ରହିଯିବନି ତ’ ମହାପ୍ରଭୁଙ୍କ ବାହୁବଳି ସେବାୟତ ଅନିଲଙ୍କ ସ୍ୱପ୍ନ ?

ପୁରୀ(ଓଡ଼ିଶା ରିପୋର୍ଟର):ମହାପ୍ରଭୁଙ୍କ ବାହୁବଳି ସେବାୟତ ଭାବେ ସୋଶାଲ ମିଡିଆରେ ବେଶ୍ ଚର୍ଚ୍ଚିତ ଅନିଲ ଗୋଚ୍ଛିକା। କିଛିଦିନ ତଳେ ରଥଯାତ୍ରା ସମୟର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଏବେ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି ଅନିଲ। ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ଭାବେ ସେବା କରିଆସୁଥିବା ‘ପ୍ରତିହାରୀ’ ସେବାୟତ ପରିବାରର ଅନୀଲଙ୍କ ଲାଇଫ୍‌ ଷ୍ଟାଇଲକୁ ନେଇ ସେ ବେଶ ଚର୍ଚ୍ଚାରେ ଅଛନ୍ତି। ଜଣେ ପ୍ରଖ୍ୟାତ ବଡି ବିଲଡିଂ ଭାବେ ତାଙ୍କର ବେଶ୍ ଖ୍ୟାତି ରହିଛି। ତେବେ ମହାପ୍ରଭୁଙ୍କ ବାହୁବଳି […]

c-11

Tapas Behera
  • Published: Wednesday, 31 July 2019
  • , Updated: 31 July 2019, 06:39 PM IST

ପୁରୀ(ଓଡ଼ିଶା ରିପୋର୍ଟର):ମହାପ୍ରଭୁଙ୍କ ବାହୁବଳି ସେବାୟତ ଭାବେ ସୋଶାଲ ମିଡିଆରେ ବେଶ୍ ଚର୍ଚ୍ଚିତ ଅନିଲ ଗୋଚ୍ଛିକା। କିଛିଦିନ ତଳେ ରଥଯାତ୍ରା ସମୟର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଏବେ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି ଅନିଲ। ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ଭାବେ ସେବା କରିଆସୁଥିବା ‘ପ୍ରତିହାରୀ’ ସେବାୟତ ପରିବାରର ଅନୀଲଙ୍କ ଲାଇଫ୍‌ ଷ୍ଟାଇଲକୁ ନେଇ ସେ ବେଶ ଚର୍ଚ୍ଚାରେ ଅଛନ୍ତି।

ଜଣେ ପ୍ରଖ୍ୟାତ ବଡି ବିଲଡିଂ ଭାବେ ତାଙ୍କର ବେଶ୍ ଖ୍ୟାତି ରହିଛି। ତେବେ ମହାପ୍ରଭୁଙ୍କ ବାହୁବଳି ସେବକ ଭାବେ ରଥଯାତ୍ରା ସମୟର ଅନିଲଙ୍କ ଫଟୋଟି ଭାଇରାଲ ହେବାକୁ ଲାଗଛି । ସୁନ୍ଦର ସ୍ୱାସ୍ଥ୍ୟ ଓ ଆକର୍ଷଣୀୟ ବଡି ପାଇଁ ତାଙ୍କୁ ଲୋକେ ତାଙ୍କୁ ବେଶ ପସନ୍ଦ କରୁଛନ୍ତି।  ତେବେ ଅନିଲଙ୍କ ଏହି ସୁନ୍ଦର ସ୍ୱାସ୍ଥ୍ୟ ନୂଆ ନୁହେଁ। ବର୍ଷ ବର୍ଷର କସରତ୍ ଓ ଉତ୍ତମ ଖାଦ୍ୟ ହେଉଛି ତାଙ୍କର ଆକର୍ଷଣୀୟ ସ୍ୱାସ୍ଥ୍ୟର ରହସ୍ୟ। ୨୦୧୧ରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସଫଳତା ହାସଲ କରିବା ପରେ ଅନିଲ ଆଉ ପଛକୁ ଫେରି ନାହାନ୍ତି। ଏହାପରେ ଦେଶ ତଥା ବିଦେଶରେ ଅନେକ ସଫଳତା ହାସଲ କରିପାରିଛନ୍ତି ଅନିଲ।

ଅତୀତରେ ପୁରୀ ଶ୍ରୀମନ୍ଦିର ବାରମ୍ବାର ଅଣ ହିନ୍ଦୁ ବାହ୍ୟ ଶତ୍ରୁଙ୍କ କୋପର ଶିକାର ହୋଇଛି। ଲୋକକଥା ଅନୁଯାୟୀ, ସେହି ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁରକ୍ଷା ପାଇଁ ଗଜପତି ‘ଦଇତାପତି’ଙ୍କୁ ନିଯୁକ୍ତି ଦେଇଥିଲେ। ସେଥିପାଇଁ ଶଙ୍ଖକ୍ଷେତ୍ର ବା ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ସାହିରେ ଜାଗାଘର ସବୁ ଗଢ଼ି ଉଠିଛି।  ଶ୍ରୀମନ୍ଦୀରର ସୁରକ୍ଷା ପାଇଁ ବିଭିନ୍ନ ଜାଗା ଆଖଡାର ସୃଷ୍ଟି ହୋଇଥିଲା । ସେବାୟତ ପରିବାରର ଯୁବକ ସେବକମାନେ ମଲ୍ଲଯୋଦ୍ଧା ଓ କୁସ୍ତି କସରତ ଉପରେ ଗୁରୁତ୍ୱ ଦେଉଥିଲେ। ଆଉଅ ସେହି ସଂସ୍କୃତି ଓ ପରମ୍ପରାକୁ ନେଇ ଅନିଲ ନିଜକୁ ପ୍ରସ୍ତୁତ କରିଛନ୍ତି ।

ତେବେ ତାଙ୍କର ଏହି ସଫଳତା ପଛରେ ବଡଭାଇ ଓ ମା’ଙ୍କ ଯଥେଷ୍ଟ ପ୍ରେରଣା ଓ ସହଯୋଗ ରହିଥିବା କୁହନ୍ତି ବଡିବିଲ୍ଡର୍ । ନିଜେ ଅନିଲ କୁହନ୍ତି ଏହା ପଛରେ ବର୍ଷ ବର୍ଷର ସାଧନା ଓ ପରିଶ୍ରମ ରହିଛି। ବର୍ଷେ-ଦୁଇ ବର୍ଷ ମଧ୍ୟରେ କେବେ ବି ଶରୀରରେ ଏମିତି ମସଲ୍‌  ହେବନି। ପୁଅ ବିଷୟରେ ମା କହିବା ବେଳେ ଭାବବିହୂଳ ହୋଇପଡ଼ିଥିଲେ।

ନିଜ ସ୍ୱାମୀଙ୍କ କଥା ମନେଇ ପାକଇ କହିଥିଲେ ଯେ, ଆମେ ଯେଉଁ କାମରେ ଅଛୁ ସେଥିରେ ସ୍ୱାସ୍ଥ୍ୟ ନିହାତି ଜରୁରୀ। ସ୍ୱାସ୍ଥ୍ୟ ଠିକ୍‌ ଥିଲେ ସବୁ ଠିକ୍‌ ରହି ଥାଏ। ତେବେ ଫୋନି ମହାବାତ୍ୟାରେ ଅନିଲଙ୍କ ଜିମ୍ ଭାଙ୍ଗି ଯାଇଥିବାରୁ ଅଭ୍ୟାସରେ ସମସ୍ୟା ହେଉଛି।  ଫଳରେ ଆଗାମୀ ୨୦୧୯ ବିଶ୍ୱ ବଡିବିଲଡିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନେଇ ଅନିଲ ଆଶଙ୍କାରେ ଅଛନ୍ତି।

Related story