‘ଫୋନି’ ପାଇଁ ହୋଇପାରିଲାନି ଝିଅ ବାହାଘର; ସହର ଛାଡ଼ିଲା ପରିବାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ଦୁଇଦିନ ପରେ ନବବଧୂ ସାଜି ଶାଶୂଘରକୁ ଯାଇଥା’ନ୍ତା ଝିଅ। କନ୍ୟାଦାନ କରି ପୂଣ୍ୟ ଅର୍ଜିଥା’ନ୍ତେ ବାପାମା’। ସେଥିପାଇଁ ସରିଥିଲା ସବୁ ପ୍ରସ୍ତୁତି। ବାହାଘର ପାଇଁ ଘରେ ସମସ୍ତେ ଖୁସି ଥିଲେ ଓ ଅନେକ ଯୋଜନା କରିଥିଲେ। କିନ୍ତୁ ବାତ୍ୟା ‘ଫୋନି’ ସବୁ ବିଗାଡ଼ି ଦେଲା। ଝିଅ ବିଦା କରିବା ବଦଳରେ ସହର ଛାଡ଼ି ପଳାଇଲା ପୂରା ପରିବାର। ଏହା ହେଉଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ବାସିନ୍ଦା ସୂର୍ଯ୍ୟକାନ୍ତ ସାହୁଙ୍କ ଅକୁହା ବେଦନା। […]

family,,,,,,,,,,,,,

Tapaswini Nayak
  • Published: Friday, 10 May 2019
  • , Updated: 10 May 2019, 03:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ଦୁଇଦିନ ପରେ ନବବଧୂ ସାଜି ଶାଶୂଘରକୁ ଯାଇଥା’ନ୍ତା ଝିଅ। କନ୍ୟାଦାନ କରି ପୂଣ୍ୟ ଅର୍ଜିଥା’ନ୍ତେ ବାପାମା’। ସେଥିପାଇଁ ସରିଥିଲା ସବୁ ପ୍ରସ୍ତୁତି। ବାହାଘର ପାଇଁ ଘରେ ସମସ୍ତେ ଖୁସି ଥିଲେ ଓ ଅନେକ ଯୋଜନା କରିଥିଲେ। କିନ୍ତୁ ବାତ୍ୟା ‘ଫୋନି’ ସବୁ ବିଗାଡ଼ି ଦେଲା। ଝିଅ ବିଦା କରିବା ବଦଳରେ ସହର ଛାଡ଼ି ପଳାଇଲା ପୂରା ପରିବାର। ଏହା ହେଉଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ବାସିନ୍ଦା ସୂର୍ଯ୍ୟକାନ୍ତ ସାହୁଙ୍କ ଅକୁହା ବେଦନା।

୧୨ ତାରିଖରେ ସୂର୍ଯ୍ୟକାନ୍ତଙ୍କ ଝିଅ ବାହାଘର ଥିଲା। ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିବାଠାରୁ ଆରମ୍ଭ କରି ମଣ୍ଡପ ବୁକିଂ ପର୍ଯ୍ୟନ୍ତ ସବୁ କାମ ସାରି ଦେଇଥିଲେ। ହେଲେ ବାହାଘରର ଠିକ୍ ୯ ଦିନ ପୂର୍ବରୁ ଆସିଲା ବାତ୍ୟା ‘ଫୋନି’। ପୂରା ଭୁବନେଶ୍ୱରକୁ ଖିନ୍‌ଭିନ୍ କରି ଦେଇଥିବା ‘ଫୋନି’ ସୂର୍ଯ୍ୟକାନ୍ତଙ୍କ ସବୁ ପ୍ରସ୍ତୁତିକୁ ମଧ୍ୟ ନଷ୍ଟ କରି ଦେଇଥିଲା। ଯେଉଁ ମଣ୍ଡପରେ ବାହାଘର ହୋଇଥା’ନ୍ତା, ତାହା ବି କ୍ଷତିଗ୍ରସ୍ତ ହୋଇଛି। ମଣ୍ଡପ ଏମିତି କ୍ଷତିଗ୍ରସ୍ତ ହୋଇଛି ଯେ ସେଠାରେ ୧୨ ତାରିଖରେ ବାହାଘର ଆୟୋଜନ କରିବା ଅସମ୍ଭବ ବୋଲି ମଣ୍ଡପ କର୍ତ୍ତୃପକ୍ଷ ସିଧାସିଧା ସୂର୍ଯ୍ୟକାନ୍ତଙ୍କୁ କହି ଦେଇଥିଲେ। ଅନ୍ୟପକ୍ଷରେ ‘ଫୋନି’ ଯିବା ପରଠାରୁ ବିଦ୍ୟୁତ୍ ଓ ପାଣି ସମସ୍ୟା ଲାଗି ରହିଛି।

ଝିଅ ବାହାଘର ନିର୍ଦ୍ଧାରିତ ତାରିଖରେ ହୋଇ ନପାରିବା ଦୁଃଖ ସାଙ୍ଗକୁ ପାଣି ଓ ବିଦ୍ୟୁତ୍ କଷ୍ଟକୁ ଦୃଷ୍ଟିରେ ରଖି ସୂର୍ଯ୍ୟକାନ୍ତଙ୍କ ପରିବାର ରାଜ୍ୟ ବାହାରେ ଥିବା ସଂପର୍କୀୟଙ୍କ ନିକଟକୁ ଚାଲିଯିବାକୁ ଠିକ୍ ମଣିଥିଲେ।

ସୂର୍ଯ୍ୟକାନ୍ତ କହିଛନ୍ତି- “ବାହାଘର ପାଇଁ ନିମନ୍ତ୍ରଣ ପତ୍ର ବାଣ୍ଟି ସାରିଥିଲି। ଆଉ ସବୁ କାମ ବି ସରିଥିଲା। ହେଲେ ‘ଫୋନି’ ମୋ ମନୋବଳ ଭାଙ୍ଗି ଦେଲା। ମୋ ଝିଅ ବାହାଘର ପାଇଁ ବହୁ ଉତ୍ସାହିତ ଥିଲା। ଏବେ ତା ମନ ଭାଙ୍ଗି ଯାଇଛି। ବିନା ପାଣି, ବିଜୁଳିରେ ରହିବା ସମ୍ଭବ ନୁହେଁ। ସେଥିପାଇଁ ପିଲାମାନଙ୍କୁ ସଂପର୍କୀୟଙ୍କ ପାଖକୁ ପଠାଇ ଦେଉଛି। ଏପରି ପରିସ୍ଥିତିରେ ଫଙ୍କସନ୍‌ କରିବାକୁ ମନ ଆଉ ନାହିଁ।”

Related story