ଫସଲ ନଷ୍ଟ ହେବାରୁ ବିଷ ପିଇ ଜୀବନ ହାରିଲେ ଆଉ ଜଣେ ଚାଷୀ

<p>ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ମାଳିଶିରିପୁର ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ନରେନ୍ଦ୍ର ହିକକା। ଗତ ମାସ ୨୬ ତାରିଖରେ ସେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଖ୍ରୀଷ୍ଟିଆନ୍ ହସ୍ପିଟଲାରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟଛି।</p> <p>ରୋଗ ପୋକ ଦାଉରେ ଫସଲ ନଷ୍ଟ ହେବାରୁ ନରେନ୍ଦ୍ର ଚାପରେ ଥିଲେ।&nbsp; ସେ ୪ ଏକର ଜମିରେ ଧାନ ଓ କପା ଚାଷ କରିଥିଲେ। ସେହିଭଳି ଅନ୍ୟ ୨ ଏକର ଜମିରେ ପରିବା ଚାଷ ମଧ୍ୟ କରିଥିଲେ। ବ୍ୟାଙ୍କରୁ ଋଣ କରିବା ସହ ସାହୁକାରଙ୍କଠାରୁ ଧାର ଆଣି ସେ ଏସବୁ ଫସଲ କରିଥିଲେ। ଫସଲ ନଷ୍ଟ ହେବାରୁ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।</p>

Ordigital Desk
  • Published: Sunday, 03 December 2017
  • Updated: 03 December 2017, 02:50 PM IST

Sports

Latest News

<p>ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ମାଳିଶିରିପୁର ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ନରେନ୍ଦ୍ର ହିକକା। ଗତ ମାସ ୨୬ ତାରିଖରେ ସେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଖ୍ରୀଷ୍ଟିଆନ୍ ହସ୍ପିଟଲାରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟଛି।</p><p>ରୋଗ ପୋକ ଦାଉରେ ଫସଲ ନଷ୍ଟ ହେବାରୁ ନରେନ୍ଦ୍ର ଚାପରେ ଥିଲେ।&nbsp; ସେ ୪ ଏକର ଜମିରେ ଧାନ ଓ କପା ଚାଷ କରିଥିଲେ। ସେହିଭଳି ଅନ୍ୟ ୨ ଏକର ଜମିରେ ପରିବା ଚାଷ ମଧ୍ୟ କରିଥିଲେ। ବ୍ୟାଙ୍କରୁ ଋଣ କରିବା ସହ ସାହୁକାରଙ୍କଠାରୁ ଧାର ଆଣି ସେ ଏସବୁ ଫସଲ କରିଥିଲେ। ଫସଲ ନଷ୍ଟ ହେବାରୁ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos