ପୋକ ଓ ମରୁଡ଼ି ନେଲା ଆଉ ଜଣେ ଚାଷୀଙ୍କ ଜୀବନ

<p>ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପୁଣି ଜୀବନ ହାରିଲେ ଆଉ ଜଣେ ଚାଷୀ। ଫସଲ ହାନି ଯୋଗୁଁ ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ସିମୁଲିଆ ଗାଁର ଚାଷୀ ରାଧାକାନ୍ତ ସୁନା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।</p> <p>ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ରାଧାକାନ୍ତ ୪ ଏକର ଜମିରେ ଧାନ ଚାଷ କରିଥିଲେ। ଅଢେଇ ଏକର ଫସଲ ପୋକ ଖାଇ ଦେଇଥିବାବେଳେ ବାକି ଫସଲ ମରୁଡି ଯୋଗୁ ନଷ୍ଟ ହୋଇଗଲା। ଋଣ ପରିଶୋଧ ଚିନ୍ତାରେ ସେ ଗତ ୧୨ ତାରିଖରେ ବିଷ ପିଇ ଦେଇଥିଲେ। ତାଙ୍କୁ ପ୍ରଥମେ ବଲାଙ୍ଗିର, ପରେ ବୁର୍ଲା ବଡ଼ ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।</p>

Ordigital Desk
  • Published: Wednesday, 15 November 2017
  • Updated: 15 November 2017, 06:27 PM IST

Sports

Latest News

<p>ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପୁଣି ଜୀବନ ହାରିଲେ ଆଉ ଜଣେ ଚାଷୀ। ଫସଲ ହାନି ଯୋଗୁଁ ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ସିମୁଲିଆ ଗାଁର ଚାଷୀ ରାଧାକାନ୍ତ ସୁନା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।</p><p>ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ରାଧାକାନ୍ତ ୪ ଏକର ଜମିରେ ଧାନ ଚାଷ କରିଥିଲେ। ଅଢେଇ ଏକର ଫସଲ ପୋକ ଖାଇ ଦେଇଥିବାବେଳେ ବାକି ଫସଲ ମରୁଡି ଯୋଗୁ ନଷ୍ଟ ହୋଇଗଲା। ଋଣ ପରିଶୋଧ ଚିନ୍ତାରେ ସେ ଗତ ୧୨ ତାରିଖରେ ବିଷ ପିଇ ଦେଇଥିଲେ। ତାଙ୍କୁ ପ୍ରଥମେ ବଲାଙ୍ଗିର, ପରେ ବୁର୍ଲା ବଡ଼ ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos